Posted inଜାତୀୟ

ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି ୨୦୦ରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ,୨୯।୧୧: ୨୧୧ ଭାରତୀୟ ମତ୍ସ୍ୟଜୀବୀ ପାକିସ୍ତାନର ଜେଲରେ ବନ୍ଦୀ ଅଛନ୍ତି। ଭାରତ ସରକାର ସଂସଦରେ ଏହି ସୂଚନା ଦେଇଛନ୍ତି। ଏହି ୨୧୧ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୩୯ଜଣ କେବଳ ଗୁଜୁରାଟର ବାସିନ୍ଦା।
କଂଗ୍ରେସ ଏମପି ଶକ୍ତି ସିଂ ଗୋହିଲ ଏହି ପ୍ରସଙ୍ଗ ଗୃହରେ ଉଠାଇଥିଲେ। ପାକିସ୍ତାନ ଦ୍ୱାରା ଲଗାଯାଇଥିବା ଯୋଗାଯୋଗ ବ୍ଲାକଆଉଟ ଦ୍ୱାରା ପ୍ରଭାବିତ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସେ ଚିନ୍ତା ପ୍ରକଟ କରିଥିଲେ।
ଗୋହିଲ କହିଛନ୍ତି ଯେ ୟୁପିଏ ଶାସନ ସମୟରେ ପରିବାରମାନେ ଡାକ ଚିଠି ମାଧ୍ୟମରେ ସେହି ମତ୍ସ୍ୟଜୀବୀଙ୍କ ମଙ୍ଗଳ ବିଷୟରେ ସୂଚନା ପାଇଥା’ନ୍ତି। ବର୍ତ୍ତମାନ ଏହା ବନ୍ଦ ହୋଇଯାଇଛି । ପାକିସ୍ତାନ ଏହି ଯୋଗାଯୋଗ ସୁବିଧା ବନ୍ଦ କରିଦେଇଛି। ଏହି ମତ୍ସଜୀବୀଙ୍କ ପରିବାର ବର୍ତ୍ତମାନ ସେମାନଙ୍କ ପ୍ରିୟଜନଙ୍କ ଅବସ୍ଥା ଜାଣିବାର କୌଣସି ମାଧ୍ୟମ ନ ଥିବାରୁ ଗୋହିଲ ଏହି ପରିସ୍ଥିତିକୁ ମାନବିକ ଅଧିକାରର ଉଲ୍ଲଂଘନ ବୋଲି କହିଛନ୍ତି।
ଗୋହିଲ କହିଛନ୍ତି ଯେ ମତ୍ସ୍ୟଜୀବୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ତତ୍ପରତା ନାହିଁ। ଭାରତ ସରକାର ଏହି ମାମଲାକୁ ତ୍ୱରାନ୍ବିତ କରିବା ପାଇଁ ଗୋହିଲ ଦାବି କରିଛନ୍ତି। ମତ୍ସ୍ୟଜୀବୀମାନଙ୍କୁ ଶୀଘ୍ର ମୁକ୍ତ କରିବା ପାଇଁ ଆଲୋଚନା ହେବାକୁ ପଡ଼ିବ, ଯେଉଁଥିପାଇଁ ଏକ ସ୍ବତନ୍ତ୍ର ଆଇନ ପରାମର୍ଶଦାତା ନିଯୁକ୍ତ ହେବା ଉଚିତ୍‌। ସରକାର ତୁରନ୍ତ କୂଟନୈତିକ ପଦକ୍ଷେପ ନେବା ଉଚିତ ବୋଲି ଗୋହିଲ ଦାବି କରିଛନ୍ତି, ଯାହାଫଳରେ ଭବିଷ୍ୟତରେ ଯଦି କୌଣସି ମତ୍ସ୍ୟଜୀବୀ ପାକିସ୍ତାନରେ ଅଟକି ଯାଆନ୍ତି, ତେବେ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଇ ଶୀଘ୍ର ଘରକୁ ଆଣି ପାରିବେ। ଗୋହିଲ ଜୋର ଦେଇଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ କେବଳ ମତ୍ସ୍ୟଜୀବୀମାନେ ଅସୁବିଧାରେ ପଡ଼ନ୍ତି ନାହିଁ, ବରଂ ସେମାନଙ୍କ ପରିବାର ମଧ୍ୟ ଟେନସନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri