ପ୍ରେମିକଙ୍କ ସହ ବେଙ୍ଗାଲୁରୁ ପଳାଇଥିଲେ ଯୁବତୀ: ଫେରିଲା ମୃତଦେହ

ଧାମନଗର,୨୯।୧୧(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ):୮ ମାସ ତଳେ ଜଣେ ଯୁବକ ତାଙ୍କ ଝିଅକୁ ନେଇ ବେଙ୍ଗାଲୁରୁ ଚାଲି ଯାଇଥିଲେ। ଏବେ ତାଙ୍କ ଝିଅର ମୃତଦେହ ଫେରିଥିବା ବେଳେ ଯୁବକ ଜଣକ ଫେରାର ହୋଇଯାଇଛନ୍ତି। ଯୁବକ ଜଣକ ନ ଆସିବା ଯାଏ ତାଙ୍କ ଝିଅର ଅନ୍ତିମ ସଂସ୍କାର କରାଯିବ ନାହିଁ ବୋଲି ମୃତ ନାବାଳିକାଙ୍କ ପରିବାର ଲୋକେ ଜିଦ୍‌ ଧରିଥିଲେ। ଏପରିକି ବୁଧବାର ସାରୁ ଯୁବକଙ୍କ ଘର ଦୁଆରେ ଝିଅର ମୃତଦେହ ରଖି ପରିବାର ଲୋକେ ଧାରଣାରେ ବସିଥିଲେ। ପୋଲିସ ରାତିରୁ ମୃତଦେହକୁ ଜଗି ରହିଥିଲା। ଗୁରୁବାର ବୁଝାଶୁଝା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଧାମନଗର ଥାନା ଅଧୀନ ସରେଇ ଚୁଡ଼ାକୁଟି ପଞ୍ଚାୟତର ସୋରିଷଡିହ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଝିଅକୁ ହତ୍ୟା କରାଯାଇଥିବା ମୃତା ନାବାଳିକାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକା ଗତ ମାର୍ଚ୍ଚ ୩୧ରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ମା’ ଏପ୍ରିଲ ୧ରେ ଧାମନଗର ଥାନାରେ ଏତଲା ଦେଇଥିଲେ। ଏନେଇ ମାମଲା (ନଂ.୧୪୪/୨୪) ମଧ୍ୟ ରୁଜୁ ହୋଇଥିଲା। ପରେ ଗ୍ରାମର ଜଣେ ଯୁବକ ଝିଅକୁ ନେଇ ଯାଇଥିବା ସନ୍ଦେହରେ ତାଙ୍କ ପରିବାର ଲୋକଙ୍କୁ ପଚାରିଥିଲେ ହେଁ ସେମାନେ ଏ ବିଷୟରେ ଜାଣି ନ ଥିବା କହିଥିଲେ। ହେଲେ ୨ ଦିନ ତଳେ କଟକ ବଡ଼ ଡାକ୍ତରଖାନାରେ ନାବାଳିକାଙ୍କ ଚିକିତ୍ସା ପାଇଁ ଉକ୍ତ ଯୁବକଙ୍କ ପରିବାର ପକ୍ଷରୁ ତାଙ୍କ ମା’ଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଗିଥିଲେ। ନାବାଳିକାଙ୍କ ପରିବାର ଲୋକେ କଟକ ଡାକ୍ତରଖାନାରେ ପହଞ୍ଚତ୍ବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା। ବୁଧବାର ମୃତଦେହ ଗଁାରେ ପହଞ୍ଚତ୍ଥିବା ବେଳେ ପ୍ରେମିକ ସାଙ୍ଗରେ ଆସି ନ ଥିବାରୁ ମୃତଦେହ ସତ୍କାର କରାଯିବ ନାହିଁ ବୋଲି ମୃତ ନାବାଳିକାଙ୍କ ପରିବାର ଲୋକେ ଅଡ଼ି ବସିଥିଲେ। ଖବରପାଇ ଧାମନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ପୋଲିସ ରାତିସାରା ମୃତଦେହକୁ ଜଗି ରହିଥିଲା। ଗୁରୁବାର ପୂର୍ବାହ୍ନରେ ମାଜିଷ୍ଟ୍ରେଟ୍‌ ଭାବେ ତହସିଲଦାର ଦୀପକ କୁମାର ଦାସ ବୁଝାଶୁଝା କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା ହତ୍ୟା ନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ। ପୂର୍ବ ଅଭିଯୋଗ ଅନୁଯାୟୀ ଘଟଣାର ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧାମନଗର ଥାନା ଆଇଆଇସି ଫନୀନ୍ଦ୍ର ଭୂଷଣ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Read more

ଧରିତ୍ରୀ ର ପ୍ରଭାବ ; * ବାପା ଙ୍କ ଦଶାହ କାର୍ଯ୍ୟ ପାଇଁ ଝିଅ ପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା * ଅସହାୟ ପରିବାର…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri