ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ

ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୩୦ରୁ ଅଧିକ ଆକ୍ରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ତୁବେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଝିଅ ବାହାଘର ହୋଇଥିଲା। ସେଠାକୁ ଯାଇ ଆଖପାଖ ଅଞ୍ଚଳର ବହୁ ଲୋକ ଭୋଜି ଖାଇଥିଲେ। ଗୁରୁବାର ସକାଳୁ କେତେଜଣ ଲୋକଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ସେମାନଙ୍କଠାରେ ଝାଡ଼ା ଓ ବାନ୍ତି ଲକ୍ଷଣ ଦେଖାଦେବାରୁ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା। ହସ୍ପିଟାଲର ଆପାତକାଳୀନ ବିଭାଗରେ ବହୁ ରୋଗୀ ପହଞ୍ଚିଥିଲେ। ପ୍ରାୟ ୨ ଶହରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଥିବାବେଳେ କେତେଜଣ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ବର୍ତ୍ତମାନସୁଦ୍ଧା ୩୦ରୁ ଅଧିକ ଲୋକଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଥିବା କୁହାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରେ ଥିବା ଶିଶୁ ଓ ବୃଦ୍ଧଙ୍କ ଅବସ୍ଥା ଉପରେ ବିଶେଷ ନଜର ରଖାଯାଇଛି। ଏ ନେଇ ଜିଲା ଅତିରିକ୍ତ ସ୍ବାସ୍ଥ୍ୟ ଅଧିକରୀ ଦିଲୀପ ପଟ୍ଟନାୟକ କହିଛନ୍ତି, ବିବାହ ଭୋଜି ଖାଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେତେଜଣ ରୋଗୀ ଆସିଥିବା ସୂଚନା ରହିଛି। କିନ୍ତୁ ଏତେ ପରିମାଣରେ ଆସିନାହାନ୍ତି। ଭୋଜିର ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

ଅମଲାତାନ୍ତ୍ରିକ ବିବାଦ

ନିକଟରେ କର୍ନାଟକ ହାଇକୋର୍ଟ ଆଇପିଏସ୍‌ ଅଧିକାରୀ ଡି. ରୂପା ମୁଦଗିଲ୍‌ଙ୍କ ଦ୍ୱାରା ଆଇଏଏସ୍‌ ଅଧିକାରୀ ରୋହିଣୀ ସିନ୍ଧୁରୀଙ୍କ ବିରୋଧରେ ଦାୟର ମାନହାନି ମାମଲାକୁ ରଦ୍ଦ କରିବାକୁ ମନା…

ଅନାଥ ଆଶ୍ରମରୁ ଶିଶୁ ବିକ୍ରି ଅଭିଯୋଗ: ଏତଲା ପରେ ତଦନ୍ତ ଆରମ୍ଭ

ଭବାନୀପାଟଣା, ୨୮।୨ (ଉତ୍ତମ କୁମାର ଦାଶ): ଅସହାୟ ଶିଶୁଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଶିଶୁ ବିକ୍ରି ଭଳି…

ମାନସିକ ସ୍ବାସ୍ଥ୍ୟ: ୬୦ତମ ସ୍ଥାନରେ ଭାରତୀୟ ଯୁବବର୍ଗ

ନୂଆଦିଲ୍ଲୀ,୨୮ା୨: ମାନସିକ ସ୍ବାସ୍ଥ୍ୟ ମାପକାଠି (ଏମ୍‌ଏଚ୍‌କ୍ୟୁ) ସ୍କୋରରେ ଭାରତୀୟ ଯୁବବର୍ଗ ନିମ୍ନମାନର ପ୍ରଦର୍ଶନ କରିଛନ୍ତି। ୮୪ଟି ଦେଶକୁ ନେଇ କରାଯାଇଥିବା ବୈଶ୍ୱିକ ସ୍ବାସ୍ଥ୍ୟ ଅଧ୍ୟୟନରେ ଭାରତୀୟ ଯୁବପିଢ଼ି…

କେରଳ ଷ୍ଟୋରି ୨ ମୁକ୍ତିଲାଭ ପାଇଁ ହାଇକୋର୍ଟଙ୍କ ଅନୁମତି

କୋଚି,୨୮ା୨: ‘ଦି କେରଳ ଷ୍ଟୋରି ୨-ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟର ଜଣିକିଆ ଖଣ୍ଡପୀଠ ଗୁରୁବାର ୧୫ ଦିନ ପାଇଁ ସ୍ଥଗିତାଦେଶ ଲଗାଇଥିଲେ। ଶୁକ୍ରବାର…

ନବୀନ ଡାକିଥିଲେ ବୈଠକ: ସମସ୍ତେ ଆସିଲେନି…

ଭୁବନେଶ୍ୱର, ୨୮।୨(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନର ପ୍ରାର୍ଥୀ ଚୟନ ଏବଂ ୪ର୍ଥ ଆସନ ପାଇଁ ବିଜେଡି ଓ ଭାଜପାର ଆଭିମୁଖ୍ୟ କ’ଣ ହେବ ସେଥିପ୍ରତି ସମସ୍ତଙ୍କ…

ବଳାତ୍କାର ଲୁଚାଇବାକୁ ଛାତରୁ ଠେଲିଦେଇଥିଲେ ଝାଡ଼ଖଣ୍ଡ ଯୁବକ

ପାରାଦୀପ,୨୮।୨ (ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ତାରିଣୀଗଡ଼ା ଅଞ୍ଚଳର ବହୁଚର୍ଚ୍ଚିତ ବଳାତ୍କାର ଓ ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗୁରୁବାର ପୋଲିସ ଗିରଫ କରିଥିବାବେଳେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri