Categories: ଜାତୀୟ

୨୦୦ରୁ ଅଧିକ ବୋମା ଉଦ୍ଧାର

କୋଲକାତା,୯।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖିଇ ଆସୁଛି। ତେବେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣା ଜିଲାର ଭାଙ୍ଗର ଅଞ୍ଚଳରୁ ୨୦୦ରୁ ଅଧିକ ବୋମା ଉଦ୍ଧାର କରାଯାଇଛି। ଖବର ପାଇ କାଶିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ସୃଷ୍ଟି ହୋଇଥିବାରୁ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସ୍ଥିତି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଛି।

Share