୨ କୋଟିରୁ ଊର୍ଦ୍ଧ୍ୱ ଅଲିଭ ରିଡ୍‌ଲେ କଇଁଛ ଶାବକ ସମୁଦ୍ରକୁ ଗଲେ

ରାଜନଗର,୫ା୫(ଡି.ଏନ.ଏ.): ଅଲିଭ ରିଡ୍‌ଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ବେଳାଭୂମି ଦୀର୍ଘ ୬୦ଦିନ ପରେ ଚଳଚଞ୍ଚଳ ହୋଇଉଠିଛି। ଲକ୍ଷ ଲକ୍ଷ ମା’ କଇଁଛ ଗହୀରମଥାର ଅଗରନାସୀ-୨ରେ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଶେଷ କରିଥିଲେ। ୨୯ରୁ ୪ତାରଖ ୬ଦିନ ଭିତରେ ୨,୨୮,୫୨,୧୫୫ ଅଣ୍ଡାରୁ ଶାବକ ବାହାରି ମା’ଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଏହି ଶାବକମାନେ ଗଭୀର ସମୁଦ୍ର ଭିତରକୁ ଚାଲିଯାଇଛନ୍ତି। ଚଳିତବର୍ଷ ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ୫ ଲକ୍ଷ ୩ ହଜାର ୭୧୯ ମା’ କଇଁଛ ଅଣ୍ଡା ଦେଇଥିଲେ, ଯାହା ଗତବର୍ଷ ଅପେକ୍ଷା ୧୧ ହଜାରରୁ ଊର୍ଦ୍ଧ୍ୱ ବୋଲି ଜଣାପଡିଛି। ଗହୀରମଥାର ଅଗରନାସୀ-୨ ସମେତ ସାତଭାୟା, ପେଣ୍ଠ ବେଳାଭୂମିରେ ସମୂହ ଅଣ୍ଡାଦାନ ପର୍ବ ଶେଷ କରିଥିଲେ। ୨ ମାସ ଭିତରେ ପ୍ରକୃତିର ନିୟମ ଅନୁସାରେ, ଅଣ୍ଡାଗୁଡ଼ିକରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଯାଇଛନ୍ତି। ଅଣ୍ଡାଗୁଡ଼ିକର ଛୁଆ ଫୁଟିବା ସମୟରେ କୁଆ, ବିଲୁଆ, ଛଞ୍ଚାଣ ପ୍ରଭୃତିଙ୍କ ଦାଉରୁ ସୁରକ୍ଷା ଦେବାକୁ ଗହୀରମଥା ରେଞ୍ଜ ଅଫିସର ବିଚିତ୍ରାନନ୍ଦ ବେହେରାଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ସଜାଗ ରହିଛନ୍ତି। ଏହି ପ୍ରକ୍ରିୟା ଆଉ ୨ରୁ ୪ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ପ୍ରକ୍ରିୟା ଆରମ୍ଭ ସମୟରେ ଆର୍‌ସିସିଏଫ୍‌ ସଞ୍ଜତ କୁମାର ଅଗରନାସୀ-୨ରେ ପହଞ୍ଚତ୍ ଶାବକମାନେ ଯେପରି ସୁରକ୍ଷିତ ଭାବେ ସମୁଦ୍ର ଭିତରକୁ ଯାଇପାରିବେ ଏହାର ତଦାରଖ କରି ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri