୨.୨୭ ଲକ୍ଷରୁ ଅଧିକ ଗର୍ଭବତୀଙ୍କୁ ଦିଆଯାଇଛି ଟିକା…

ନୂଆଦିଲ୍ଲୀ,୩୧।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ୪୬ କୋଟି ୧୫ ଲକ୍ଷ ୧୮ ହଜାର ୪୭୯ ଜଣ ଲୋକଙ୍କୁ ଟିକାଦାନ ସରିଛି। ଗତ ୨୪ ଘଣ୍ଟାରେ ଶୁକ୍ରବାର ସନ୍ଧ୍ୟା ୭ଟା ସୁଦ୍ଧା ୪୪, ୩୮,୯୦୧ ଡୋଜ ଦିଆଯାଇଥିଲା। ସେଥିମଧ୍ୟରେ ୨୦,୯୬,୪୪୬ ଜଣ ୧୮-୪୪ ବର୍ଷ ବୟସ୍କ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ସେହିପରି ୩, ୪୧, ୫୦୦ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇଛି। ଇତିମଧ୍ୟରେ ୧୮-୪୪ ବର୍ଷ ବୟସ୍କ ୧୫,୧୭,୨୫, ୪୩୦ ଜଣଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଛି। ଅପରପକ୍ଷରେ ବର୍ତ୍ତମାନ ସୁଦ୍ଧା ୩୦, ୯୭, ୯୩, ୦୪୯ ଲୋକଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି। ସେଥିମଧ୍ୟରେ ୧୮-୪୪ ବର୍ଷ ବୟସ୍କ ୮୦,୩୧,୦୧୧ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ପ୍ରଦାନ କରାଯାଇଛି। ସେହିପରି ସ୍ବତନ୍ତ୍ର ଟିକାଦାନ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୨.୨୭ ଲକ୍ଷରୁ ଅଧିକ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି।
ତାମିଲନାଡୁରେ ସର୍ବାଧିକ ୭୮ ହଜାର ୮୩୮ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share