ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ପାର୍‌…

ନୂଆଦିଲ୍ଲୀ, ୨୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୧ ହଜାର ୮୮୦ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୦ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୪୯ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୪୯ ହଜାର ୪୮୨ ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଦିନେ ମଧ୍ୟରେ ଏହା ଦେଢ଼ ଲକ୍ଷ ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୨୧ ହଜାର ୨୧୯ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୨୮୯ ଜଣ, ପଶ୍ଚିମବଙ୍ଗରେ ୨,୪୮୬, ତାମିଲନାଡୁରେ ୨,୦୯୩ ଜଣ, ପଞ୍ଜାବରେ ୩୯୦ ଜଣ କେରଳରେ ୨,୨୬୨ ଜଣ, କର୍ନାଟକରେ ୧,୫୫୨ ଜଣ, ଓଡ଼ିଶାରେ ୧,୧୭୮ ଜଣ, ଗୁଜରାଟରେ ୮୧୬, ଆସାମରେ ୭୨୦ ଜଣ, ତେଲେଙ୍ଗାନାରେ ୭୬୫, ହିମାଚଳପ୍ରଦେଶରେ ୫୯୭ ଜଣ, ଛତିଶଗଡ଼ରେ ୭୦୦ ଜଣ, ଦିଲ୍ଲୀରେ ୬୪୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୫୫ ଜଣ, ଆନ୍ଧ୍ରପ୍ରଦେଶରେ ୫୧୫ ଜଣ, ଉତ୍ତରପ୍ରଦେଶରେ ୪୩୧ ଜଣ, ତ୍ରିପୁରାରେ ୪୧୪ ଜଣ, ଜମ୍ମୁ-କଶ୍ମୀରରେ ୫୦୫ ଜଣ, ବିହାରରେ ୪୭୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଝାଡ଼ଖଣ୍ଡରେ ୨୧୪ ଜଣ, ରାଜସ୍ଥାନରେ ୨୫୦ ଜଣ, ସିକିମ୍‌ରେ ୨୧୪ ଜଣ , ମଧ୍ୟପ୍ରଦେଶରେ ୩୧୨ ଜଣ, ପୁଡୁଚେରୀରେ ୨୩୨ ଜଣ, ଉତ୍ତରାଖଣ୍ଡରେ ୧୮୩ ଜଣ, ମିଜୋରାମରେ ୨୦୭ ଜଣ, ଚଣ୍ଡିଗଡ଼ରେ ୧୧୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୨୦୧ କୋଟି ୩୦ ଲକ୍ଷରୁ ଅଧିକରେ ପହଞ୍ଚିଛି । ସେଥିମଧ୍ୟରେ ୯୧ କୋଟି ୯୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୫ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା ଏବଂ କରୋନା ମାର୍ଗଦର୍ଶିକା ପାଳନ କରିବାକୁ କୁହାଯାଇଛି।

Share