୨୪ ଘଣ୍ଟାରେ ଲକ୍ଷେ ୧୫ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୪: ଦେଶରେ କରୋନାର ସଂକ୍ରମଣ ଥମିବାର ନା ଧରୁନି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ି ଚାଲିିଛି। ଦେଶରେ ଲଗାତାର ଗତ ୪ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ୧୫ ହଜାର ୭୩୬ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୬୩୦ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ସୂଚନା ପ୍ରଦାନ କରାଯାଇଛି। ରବିବାର ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଥିବାବେଳେ ସୋମବାର ୯୭ ଲକ୍ଷରୁ ଅଧିକ ଥିଲା। ମାତ୍ର ଗୋଟିଏ ଦିନ ପରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏଭଳି ଧାରା ଜାରି ରହିଲେ ଆଉ ଗୋଟିଏ ସପ୍ତାହ ପରେ ନୂଆ ଆକାନ୍ତଙ୍କ ସଂଖ୍ୟା ଦିନ ପିଛା ଦେଢ଼ଲକ୍ଷରେ ପହଞ୍ଚିବାର ଆଶଙ୍କା ଦେଖାଦେଇଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share