ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ଜହର ଯୋଗୁ ପ୍ରତିବର୍ଷ ୧୮.୫ ଲକ୍ଷରୁ ଅଧିକ ଶିଶୁଙ୍କୁ ହେଉଛି ଆଜ୍‌ମା…

ଓ୍ବାଶିଂଟନ, ୨।୫ : ଗତ ୨୦ ବର୍ଷ ଧରି ବାୟୁମଣ୍ଡଳରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିବା ନାଇଟ୍ରୋଜେନ ଡାଇଅକ୍ସାଇଡ ପ୍ରଦୂଷଣ ଯୋଗୁ ଶିଶୁଙ୍କଠାରେ ଆଜ୍‌ମା ସମସ୍ୟା ବୃଦ୍ଧି ପାଉଛି। ଏହି ଜହର ପିଲାମାନଙ୍କ ଜୀବନକୁ ନଷ୍ଟ କରୁଛି। ୨୦୧୯ ରେ, ଏହି ପ୍ରଦୂଷଣ ଯୋଗୁ ୧୮.୫ ଲକ୍ଷରୁ ଅଧିକ ଶିଶୁଙ୍କଠାରେ ଅଜ୍‌ମା ସମସ୍ୟା ଦେଖାଦେଇଥିବା ଏକ ରିପୋର୍ଟରେ ପ୍ରକାଶିତ ହୋଇଛି।

ପ୍ରତିବର୍ଷ ଏହି ସଂଖ୍ୟା ବଢ଼ି ଚାଲିଛି। ଏଭଳି ସମସ୍ୟା ୭୦ ପ୍ରତିଶତ ମାମଲା ସହରରେ ସୃଷ୍ଟି ହେଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା ଉପଗ୍ରହରୁ ପ୍ରଥମ ଥର ପାଇଁ ସଂଗୃହିତ ପ୍ରଦୂଷଣ ତଥ୍ୟ ଏବଂ ରୋଗର ଭୂତଳ ତଥ୍ୟର ତୁଳନାତ୍ମକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ନାସା ବୈଜ୍ଞାନିକ ଏବଂ ଡାକ୍ତରୀ ବିଶେଷଜ୍ଞମାନେ କହିିଛନ୍ତି ଯେ ପ୍ରଦୂଷିତ ବାୟୁ ଯୋଗୁ ପିଲାମାନଙ୍କର ହେଉଥିବା କ୍ଷତି ସମ୍ପର୍କରେ ଏହି ରିପୋର୍ଟରୁ ଜଣାପଡ଼ିଛି।

 

ଏହି ଅଧ୍ୟୟନରେ ୨୦୪ଟି ଦେଶର ୧୩,୦୦୦ ସହରାଞ୍ଚଳରୁ ୨୦ ବର୍ଷର ଉପଗ୍ରହ ତଥ୍ୟ ବିଶ୍ଳେଷଣ କରାଯାଇଥିଲା। ୨୦୦୦ ରୁ ୨୦୧୯ ପର୍ଯ୍ୟନ୍ତ ବାର୍ଷିକ ନାଇଟ୍ରୋଜେନ ଡାଇଅକ୍ସାଇଡ ନିର୍ଗମନ, ଭୂମି ପ୍ରଦୂଷଣ ମନିଟରିଂ ତଥ୍ୟ, ରୋଗ ପରିସଂଖ୍ୟାନ ମଧ୍ୟ ବିଶ୍ଳେଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

Share