ବିପଦରେ ୧୦୦୦ରୁ ଅଧିକ ପ୍ରବାସୀ, ୭୩ ଜଣଙ୍କ ମୃତ୍ୟୁ, ଇଟାଲୀ କୋଷ୍ଟଗାର୍ଡର ଉଦ୍ଧାର କାର୍ଯ୍ୟ ଜାରି…

ରୋମ,୧୧।୩ : ୧୦୦୦ରୁ ପ୍ରବାସୀଙ୍କୁ ଉଦ୍ଧାର କରିବା ପାଇଁ ଇଟାଲୀର କୋଷ୍ଟଗାର୍ଡ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଇତିମଧ୍ୟରେ ୭୩ ଜଣ ଲୋକ ବୁଡ଼ିଯାଇଛନ୍ତି ବୋଲି କୋଷ୍ଟଗାର୍ଡ ଏକ ବିବୃତ୍ତିରେ କହିଛି।

ଦକ୍ଷିଣ କାଲେର୍ବିୟା ଅଞ୍ଚଳର ରାଷ୍ଟ୍ରପତି ରୋବର୍ଟୋ ଓଚ୍ୟୁଟୋ କହିଛନ୍ତି ଯେ ଡଙ୍ଗାରେ ପ୍ରାୟ ୧୩୦୦ ପ୍ରବାସୀ ଅଛନ୍ତି। ୟୁରୋପୀୟ ୟୁନିଅନର ସୀମା ବାହିନୀ ଫ୍ରଣ୍ଟେକ୍ସ ଚେତାବନୀ ଦେଇଛି ଯେ ଆଗକୁ ଗୁରୁତର ସମସ୍ୟା ହୋଇପାରେ।

କୋଷ୍ଟଗାର୍ଡ କହିଛନ୍ତି ଯେ ସମୁଦ୍ରରେ ଆଉ ଦୁଇଟି ଜାହାଜରେ ଥିବା ପ୍ରାୟ ୮୦୦ ପ୍ରବାସୀଙ୍କୁ ଉଦ୍ଧାର କରିବା ପାଇଁ କିଛି ଡଙ୍ଗା ପଠାଯାଇଛି। ଏକ ଇଟାଲୀୟ ନୌସେନା ଜାହାଜ ମଧ୍ୟ ସାହାଯ୍ୟ କରିବାକୁ ଯାତ୍ରା ଆରମ୍ଭ କରିଛି।

କୋଷ୍ଟଗାର୍ଡଙ୍କ କହିବାନୁସାରେ, ଡଙ୍ଗାରେ ବହୁ ସଂଖ୍ୟକ ଲୋକ ଥିବାରୁ ଉଦ୍ଧାର କାର୍ଯ୍ୟ ଅଧିକ ସମୟ ନେଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଏହା ପୂର୍ବରୁ ମାର୍ଚ୍ଚ ୧୦ ରେ କୋଷ୍ଟଗାର୍ଡ ଦକ୍ଷିଣ ଇଟାଲୀର ଲ୍ୟାମ୍ପେଡୁସା ଦ୍ୱୀପ ନିକଟରେ ପ୍ରାୟ ୫୦୦ ପ୍ରବାସୀଙ୍କୁ ଉଦ୍ଧାର କରିଥିଲା।

ଶୁକ୍ରବାର ବିମାନ ଏବଂ ଡ୍ରୋନ ସମୁଦ୍ରରେ ୨୦ଟି ଡଙ୍ଗା ଚିହ୍ନଟ କରିଥିଲେ। ଏଗୁଡ଼ିକ ଶହ ଶହ ଲୋକଙ୍କ ସହ ଇଟାଲୀ କୂଳ ଆଡକୁ ଆସୁଥିଲେ। ଆଗାମୀ ସମୟରେ ପାଣିପାଗ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

୨୬ ଫେବୃଆରୀରେ କାଲେର୍ବିୟାରେ ଜାହାଜ ଭାଙ୍ଗିଯିବା ପରେ ଇଟାଲୀର ସାମୁଦ୍ରିକ ଉଦ୍ଧାର କ୍ଷମତା ଯାଞ୍ଚ କରାଯାଇଛି। ଶୁକ୍ରବାର ଜଣେ ନାବାଳକଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଫଳରେ ମୃତ୍ୟୁ ସଂଖ୍ୟା ୭୩ କୁ ବୃଦ୍ଧି ପାଇଛି। ତେବେ ଅନେକ ପ୍ରବାସୀ ନିଖୋଜ ଅଛନ୍ତି।

ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଇଟାଲୀର ଦକ୍ଷିଣପନ୍ଥୀ ସରକାର ମାର୍ଚ୍ଚ ୯ ରେ ପ୍ରବାସୀ ଙ୍କ ଚୋରା ଚାଲାଣକାରୀଙ୍କ ପାଇଁ ଜେଲ ଦଣ୍ଡ ଏବଂ ବେଆଇନ ଡଙ୍ଗା ଯାତ୍ରା ଉପରେ କଟକଣା ଜାରି କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
୮ ମାର୍ଚ୍ଚ ୨୦୨୩ ଠାରୁ ୩୦୦୦ରୁ ଅଧିକ ଲୋକ ଇଟାଲୀରେ ପହଞ୍ଚିଛନ୍ତି। ୪୧ ଟି ଡଙ୍ଗାରେ ୧,୮୬୯ ଜଣ ପ୍ରବାସୀ ମାର୍ଚ୍ଚ ୯ ରେ ଲ୍ୟାମ୍ପେଡୁସରେ ପହଞ୍ଚିଥିଲେ । ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଲୋକ ଇଟାଲୀ ତଟରେ ପହଞ୍ଚିଥିବାର ରେକର୍ଡ ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri