ମାଡ଼ି ଆସିଲେ ୧୦୦ରୁ ଅଧିକ ଲୁଟେରା: ଆଖିବୁଜା ଗୁଳିରେ ୧୩ ପୋଲିସ ଅଧିକାରୀ ଆହତ

ସିକାଗୋ, ୧୧।୮: କରୋନା ମହାମାରୀ ସଙ୍କଟ ସମୟରେ ସିକାଗୋ ସହରର ଲକ୍ସରୀ କମର୍ସିଆଲ୍‌ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକା ସହିତ ୧୦୦ରୁ ଅଧିକ ଲୁଟେରା ଏହି ଅଞ୍ଚଳରେ ପହଞ୍ଚି ଭଙ୍ଗାରୁଜା କରିବା ସହିତ ଲୁଟ୍‌ପାଟ୍‌ ଆରମ୍ଭ କରିଥିଲେ। ପୋଲିସ ପକ୍ଷରୁ ପ୍ରତିରୋଧ କରାଯିବାରୁ ଲୁଟେରାମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏଥିରେ ୧୩ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ୧୦୦ ଜଣ ଲୁଟେରାଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଥିବା ଏସ୍‌ପି ଡେଭିଡ୍‌ ବ୍ରାଉନ୍‌ ସୂଚନା ଦେଇଛନ୍ତି। ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ କରାଯାଇଥିଲା ମେୟର ଲୋରି ଲାଇଟ୍‌ ଫୁଟ୍‌ କହିଛନ୍ତି। ଏହା କୌଣସି ବିକ୍ଷୋଭ ନୁହେଁ। ଏହା ଲୁଟ୍‌ପାଟ୍‌ ବୋଲି ଲୋରି କହିଛନ୍ତି। ମେ ୨୫ରେ କୃଷ୍ଣାଙ୍ଗ ଜର୍ଜ ଫ୍ଲାୟୋର୍ଡଙ୍କ ମୃତ୍ୟୁ ପରେ ଲୋକେ ଏହା ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଲୋକେ ସଂଘବଦ୍ଧ ଭାବେ ଲୁଟ୍‌ପାଟ୍‌ କରିବା ଦୁଃଖର କଥା ବୋଲି ସେ କହିଛନ୍ତି।

Share