Posted inଜାତୀୟ

ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ୬ ଦିିନ ଧରି ଖୋଜୁଛନ୍ତି କ’ଣ, କାହା ବିରୋଧରେ ସଂଗ୍ରହ ହେଉଛି ପ୍ରମାଣ ?…

ନୂଆଦିଲ୍ଲୀ,୯।୧ : ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ଆଇଟି ବିଭାଗର ୧୦୦ରୁ ଅଧିକ ଅଧିକାରୀ ବିଭିନ୍ନ ସ୍ଥାନରରେ ଚଢ଼ାଉ ଜାରି ରଖିଛନ୍ତି। ଚଢ଼ାଉ କୌଣସି ନେତା କିମ୍ବା ରାଜନେତାଙ୍କ ଘରେ ନୁହେଁ ବରଂ ବିଲଡରଙ୍କ ଘରେ ଚାଲିଛି। ଆୟକର ବିଭାଗର ଏହି ଚଢ଼ାଉ ବର୍ତ୍ତମାନ ପର୍ଯ୍ୟନ୍ତ ବିଲଡରଙ୍କ ବିରୋଧରେ ଆୟକର ବିଭାଗ ଦ୍ୱାରା ନିଆଯାଇଥିବା ସବୁଠାରୁ ବଡ ପଦକ୍ଷେପ ବୋଲି କୁହାଯାଉଛି। ଏହି ଚଢ଼ାଉ ୬ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା, ଯାହା ଜାରି ରହିଛି । ମଙ୍ଗଳବାର ପରେ ଏହା ଆଉ କେତେ ଦିନ ଜାରି ରହିବ ସେ ସମ୍ବନ୍ଧରେ କୌଣସି ସୂଚନା ଆଇଟି ବିଭାଗ ପକ୍ଷରୁ ପ୍ରଦାନ କରାଯାଇ ନାହିଁ।

ଏହି ଚଢ଼଼ାଉରେ ଆୟକର ବିଭାଗ ୭୦୦ କୋଟିରୁ ଅଧିକ ମୂଲ୍ୟର କାରବାରର ଲିଙ୍କ୍‌ ପାଇଛି। କେବଳ ଏତିକି ନୁହେଁ ଆୟକର ବିଭାଗ ମଧ୍ୟ ୯ କୋଟି ଟଙ୍କା ମୂଲ୍ୟର ନଗଦ ଏବଂ ଅଳଙ୍କାର ଜବତ କରିଛି।

ବିଭାଗ ଅନେକ ଡକ୍ୟୁମେଣ୍ଟ ଏବଂ ଡିଜିଟାଲ ପ୍ରମାଣ ମଧ୍ୟ ଜବତ କରିଛି। ଆୟକର ବିଭାଗ ଗୁରୁବାର ଦିନ ଉତ୍ତରପ୍ରଦେଶର ନୋଏଡାରୁ ଏହି ଚଢ଼ାଉ ଆରମ୍ଭ କରିଥିଲା। ନୋଏଡା, ଦିଲ୍ଲୀ ଏବଂ ହରିୟାଣାର ଫରିଦାବାଦରେ ମୋଟ ୩୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା୬,୭୦୦ ଏବଂ ରୂପା ୧୨,୭୦୦ ଟଙ୍କା କମିଲା, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୩ ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ତୀବ୍ର ହ୍ରାସ ହୋଇଛି । MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ…

ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ହାଟଡିହୀ,୨୩।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ତପୁର ବିଧାନସଭା କ୍ଷେତ୍ରର ପୂର୍ବତନ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କୁ ହତ୍ୟା ଧମକ ଘଟଣାରେ ନନ୍ଦିପଦା ପୋଲିସ…

ବାଇକ ସହ ମୁହାଁମୁହିଁ ହେଲା ଭାଜପା ନେତାଙ୍କ ଗାଡ଼ି, ଚିଟିଙ୍ଗ ଘାଟିରେ….

ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଚିଟିଙ୍ଗ ଘାଟିରେ ସଡ଼କ ଦୁର୍ଘଟଣା ହୋଇଛି । କାର – ବାଇକ ମୁହାଁ ମୁହିଁ ଧକ୍କା ହୋଇଥିବା ସୂଚନା ରହିଛି । ଚନ୍ଦ୍ରଗିରି ଚିଟିଙ୍ଗ…

ନ୍ୟୁୟର୍କର La Guardia Airportର ରନଓ୍ବେରେ ବଡ଼ ଦୁର୍ଘଟଣା

ନ୍ୟୁୟର୍କ,୨୩।୩: ସୋମବାର (୨୩ ମାର୍ଚ୍ଚ) ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଏୟାର କାନାଡା ଏକ୍ସପ୍ରେସ ବିମାନ ରନଓ୍ବେ ଉପରେ ଠିଆ ହୋଇଥିବା…

ଇସ୍ରାଏଲ ଉପରେ ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ରରେ ସ୍ପେନିସ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇଲା ଇରାନ

ତେହରାନ୍‌,୨୩।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ଆକର୍ଷଣୀୟ ଘଟଣା ଘଟୁଛି। ଇସ୍ରାଏଲରେ ଲକ୍ଷ୍ୟସ୍ଥଳରେ ନିକ୍ଷେପ କରାଯାଇଥିବା ବାଲିଷ୍ଟିକ କ୍ଷେପଣାସ୍ତ୍ରରେ IRGC…

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଲକ୍ଷାଧିକ ଟଙ୍କା ଦୁର୍ନୀତି: ସ୍ତ୍ରୀ ନାଁରେ ଜିଏସଟି ବିଲ କରି ହେରାଫେରି

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ)ରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହେଇଥିବା ଅଭିଯୋଗ ହୋଇଛି। ଏପରିକି…

ହୁତୁହୁତୁ ଜଳିଗଲା ବସ: ପୁରୀ ବସଷ୍ଟାଣ୍ଡରେ ଅଘଟଣ

ପୁରୀ,୨୩।୩: ବସ୍‌ଷ୍ଟାଣ୍ଡରେ ଅଗ୍ନିକାଣ୍ଡ। ହୁତୁହୁତୁ ଜଳିଗଲା ବସ। ପୁରୀ ବସଷ୍ଟାଣ୍ଡରେ ଏକ ଘରୋଇ ବସରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ଜଳିଯାଇଥିଲା ବସ। ଅଗ୍ନିଶମ ବାହିନୀ ପହଞ୍ଚି…

ମା’ ଅଗ୍ନିରୁପାଙ୍କ ଆବର୍ଭାବ: ଭକ୍ତଙ୍କ ପ୍ରବଳ ଭିଡ଼, ଅଧରାତିରେ ଦେହୁରୀ ଯାଇ…

ତାଳଚେର,୨୩/୩(ମନୋଜ ନନ୍ଦ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗ ହିଙ୍ଗୁଳା ମନ୍ଦିର ପଛ ପାଖରେ ପ୍ରାୟ ୨ ସହ ମିଟର ଦୂରରେ ଚଳିତ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri