ଯାଜପୁରରୁ ଆସି ନିଶ୍ଚିନ୍ତକୋଇଲିରେ ଉପଦ୍ରବ କଲା ହାତୀ, ୧୦୦ ହେକ୍ଟରରୁ ଅଧିକ ଧାନଜମି ନଷ୍ଟ

ନିଶ୍ଚିନ୍ତକୋଇଲି,୨୩ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ, ଜିଗ୍ନିପୁର,ଜୟରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତ ସଂଲଗ୍ନ ଥିବା ହାଡ଼ଖାଇ ପାଟ ଧାନ କ୍ଷେତରେ ଶନିବାର ସକାଳୁ ଏକ ବଣୁଆ ହାତୀକୁ ଦେଖିବାକୁ ମିଳିଥିଲା। ତେବେ ସକାଳୁ ହାତୀକୁ ଦେଖି ବିଭିନ୍ନ ଗ୍ରାମର ଚାଷୀମାନେ ଧାନ କ୍ଷେତରୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ହାତୀଟି ଲୋକଙ୍କୁ ଦେଖି ଅଧିକ ହିଂସ୍ର ହୋଇ ସେମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ଫଳରେ ଏହି ପାଟରେ ଥିବା ୧୦୦ ହେକ୍ଟରୁ ଅଧିକ ଧାନ କ୍ଷେତକୁ ଦଳି ଚକିଟି ନଷ୍ଟ କରିଦେଇଥିଲା। ସ୍ଥାନୀୟ ଲୋକପ୍ରତିନିଧି ହାତୀର ଏପରି ହିଂସ୍ର ରୂପ ଦେଖି କଟକ ବନ ବିଭାଗକୁ ଅବଗତ କରାଇଥିଲେ। ଏହାପରେ କଟକ,ଯାଜପୁର,ଜଗତସିଂହପୁର ଜିଲାର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହତୀ କିପରି ଜନବସତି ଆଡ଼କୁ ନ ଆସିବ ସେନେଇ ତାକୁ ଘେରାବନ୍ଦୀ କରିବା ସହ ଲୋକମାନଙ୍କୁ ହାତୀକୁ ନ ଘଉଡ଼ାଇବା ପାଇଁ ନିବେଦନ କରିଥିଲେ। ବନ ବିଭାଗ ପକ୍ଷରୁ ଆଖ ପାଖ ପଞ୍ଚାୟତରେ ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯିବା ସହ ଜିଗ୍ନିପୁର ଅଞ୍ଚଳର କେତୋଟି ସ୍ଥାନରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିଲା। ସମ୍ପୃକ୍ତ ୩ଟି ପଞ୍ଚାୟତରର ଲୋକ ପ୍ରତିନିଧିମାନେ ସାଧାରଣ ହାତୀ ପାଖକୁ ନ ଯିବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ।
ସନ୍ଧ୍ୟା ପରେ ବନ ବିଭାଗ ଏନେଇ ଏକ ସ୍ବତନ୍ତ୍ର କୌଶଳ ମାଧ୍ୟମରେ ହାତୀ ଘଡ଼ଡାଇବ ବୋଲି ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି।

ନିଶ୍ଚିନ୍ତକୋଇଲି ଓ ସାଲେପୁର ଥାନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଜଣାଯାଇଛି। ଚାଷୀ ପର୍ଶୁରାମ ରାଉତ କୁହନ୍ତି, ଆଜି ସକାଳୁ ବିଲକୁ ଯିବା ସମୟରେ ବିଲ ଭିତରେ ହାତୀକୁ ଦେଖି ଆମେ ଭୟଭୀତ ହୋଇଥିଲୁ । ପ୍ରଥମ ଥର ବଣୁଆ ହାତୀକୁ ବିଲରେ ଦେଖିବାକୁ ପାଇଛୁ। ତେଣୁ ସରକାର ତୁରନ୍ତ ହାତୀ ଘଉଡ଼ାଇବାର ବ୍ୟବସ୍ଥା କରନ୍ତୁ। ଭୂବନମୋହନ ଭୂୟାଁ କୁହନ୍ତି, ହାତୀ ଧାନ କ୍ଷେତ ନଷ୍ଟ କରିବା ସହ କ୍ରମଶ ହିଂସ୍ର ହୋଇ ଜନବସତି ମୁହାଁ ହେଉଛି। ହାତୀଟି ଯାଜପୁର ଜିଲା ଡାଳିଜୋଡା ଅଞ୍ଚଳରୁ ଆସିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri