ବଡ଼ଧରଣର ଚଢ଼ାଉ: ୧୦ ଲକ୍ଷରୁ ଅଧିକ ମହୁଲ ପୋଚ ନଷ୍ଟ ; ପୋଲିସ, ଅବକାରୀ ଟିମ୍‌କୁ ଦେଖି ମାଫିଆ…

ପାଟଣା ,୨୦।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ଅବକାରୀ ସୁପରିଟେଣ୍ଡେଟ୍‌ ତେଜରାତ ଯାନିଙ୍କ ନିର୍ଦ୍ଦେଶରେ ସୋମବାର ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୁଳି ପଞ୍ଚାୟତ ହୀରାପଶି ଗ୍ରାମରେ ବେଆଇନ ଦେଶୀ ମହୁଲି ମଦ କାରବାର ଉପରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବଡ଼ଧରଣର ମିଳିତ ଚଢ଼ାଉ କରାଯାଇଛି। ଫଳରେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି। ଚଢ଼ାଉ ସମୟରେ ପୋଲିସ ଓ ଅବକାରୀ ଟିମ୍‌କୁ ଦେଖି ମଦ ମାଫିଆମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ମାଫିଆମାନେ ନଦୀକୂଳ ସମେତ ବିଭିନ୍ନ ସ୍ଥାନରେ ମାଟି ତଳେ ଲୁଚାଇ ରଖିଥିବା ୧୧ ହଜାର କେଜି ମହୁଲ ପୋଚ ସହ ୮ ଶହ ଲିଟର ମହୁଲି ମଦକୁ ଖୋଳି ବାହାର କରାଯାଇ ନଷ୍ଟ କରାଯାଇଥିଲା । ମାଫିଆମାନେ ଏଠାରେ ବେଆଇନ ଭାବେ ଦେଶୀ ମହୁଲି ମଦ ପ୍ରସ୍ତୁତ କରି ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରୁଥିଲେ । ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବେ
ପାଟଣା ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ,ସଦର ଅବକାରୀ ଅଭିରାମ ବେହେରାଙ୍କ ସମେତ ପାଟଣା ଅବକାରୀ ଥାନା ଅଧିକାରୀ ପଦ୍ମାବତୀ ମୁର୍ମୁ, ତୁରୁମୁଙ୍ଗା ଥାନା ଏସ୍‌ଆଇ ସୁରେଶ ସାହୁଙ୍କ ସମେତ ଉପସ୍ଥିତ ପୋଲିସ କର୍ମଚାରୀ ଏବଂ ଏପିଆର୍‌ ଫୋର୍ସ ସାମିଲ ଥିଲେ।

Odisha’s No.1 Odia Daily

Share