ସମ୍ବଲପୁର ଅଯୋଧ୍ୟା ସରୋବର ଘାଟରେ ଜଳିଲା ୧ଲକ୍ଷରୁ ଊର୍ଦ୍ଧ୍ୱ ଦୀପ

ସମ୍ବଲପୁର,୨୨ା୧(ପ୍ରମୋଦ ବହିଦାର): ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁର ମହାନଦୀର ମାରୱାଡ଼ିପଡ଼ା ଅଯୋଧ୍ୟା ସରୋବର ଘାଟରେ ୧ ଲକ୍ଷ ୧୧ ହଜାର ୧୧୧ ପ୍ରଦୀପ ପ୍ରଜ୍ୱଳିତ ହୋଇଛି।

ଏକ ଧାର୍ମିକ ପରିବେଶ ମଧ୍ୟରେ ମାରୱାଡ଼ି ଯୁବା ମଞ୍ଚ ଓ ନବ ଚେତନା ସଂଘ କ୍ଷେତରାଜପୁର ଶାଖା ପକ୍ଷରୁ ଏହି ସାମୂହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୪ଟାରୁ ଏଠାରେ ପ୍ରଦୀପ ପ୍ରଜ୍ୱଳନ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା। ଘାଟର ଶିଡ଼ିିରେ ଦୀପଗୁଡ଼ିକୁ ‘ଜୟ ଶ୍ରୀରାମ’, ‘ଆଇ ଲଭ୍‌ ସମ୍ବଲପୁର’ ଲେଖାରେ ସଜଡ଼ା ଯାଇଥିବା ଦେଖବାକୁ ମିଳିଥିଲା। ସନ୍ଧ୍ୟାରେ ବ୍ରହ୍ମ ମଣ୍ଡପ ପଣ୍ଡିତ ମହାସଭା ପକ୍ଷରୁ ବିଷ୍ଣୁ ସହସ୍ରନାମ ଜପ କରାଯାଇ ସନ୍ଧ୍ୟା ନଇଁବା ସହ ସମସ୍ତ ଦୀପ ପର୍ଯ୍ୟାୟ କ୍ରମେ ପ୍ରଜ୍ୱଳିତ କରାଯାଇଥିଲା।

ଏହି ସମୟରେ ଡାକବାଜି ଯନ୍ତ୍ରରେ ଭକ୍ତି ସଙ୍ଗୀତ, ଭଜନ ସହିତ ହୁଳହୁଳି, ଶଙ୍ଖ, ଘଣ୍ଟ ବାଦ୍ୟ ସହ ‘ଜୟ ଶ୍ରୀରାମ’, ‘ହରିବୋଲ’ ଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ଅଯୋଧ୍ୟା ସରୋବର ସହ ସମଗ୍ର ଅଞ୍ଚଳ। ପଣ୍ଡିତ ସନ୍ତୋଷ ପାଣ୍ଡେଙ୍କ ନେତୃତ୍ୱରେ ୫ ଜଣ କାଶୀ ପଣ୍ଡିତ ମହାନଦୀ ଘାଟରେ ଥିବା ଶିବ ମନ୍ଦିରରେ ନୀତି ଅନୁସାରେ ପୂଜାର୍ଚ୍ଚନା କରି ରିଂରୋଡ଼ ପାର୍ଶ୍ୱସ୍ଥ ପର୍ଶୁରାମ କଲ୍ୟାଣ ମଣ୍ଡପ ସଂଲଗ୍ନ ମଞ୍ଚ ଉପରେ ମହାନଦୀ ଆଳତି କରିଥିଲେ।

ଏଥିରେ କୁନି ବାଳିକା ଓ ବାଳକମାନେ ପ୍ରଭୁ ଶ୍ରୀରାମ, ମାତା ସୀତା, ଭ୍ରାତା ଲକ୍ଷ୍ମଣ ଓ ବୀର ହନୁମାନ ବେଶରେ ସଜ୍ଜିତ ହୋଇ ସାମିଲ ହୋଇଥିଲେ। ଆଳତି ପରେ ଆୟୋଜକ ମାରୱାଡ଼ି ଯୁବାମଞ୍ଚ ଓ ନବଚେତନା ଶାଖାର ସଦସ୍ୟମାନେ ଡଙ୍ଗାରେ ମହାନଦୀ ଗର୍ଭକୁ ଯାଇ ପ୍ରାୟ ୧ ଘଣ୍ଟାଧରି ଏକ ଚିତ୍ତାକର୍ଷକ ଆତବାଜି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ସମ୍ବଲପୁର ମହାନଦୀ ଆକାଶ ପ୍ରକମ୍ପିତ ହେବା ସହ ରଙ୍ଗିନ ହୋଇ ଉଠିଥିଲା।

ଦୀପ ପ୍ରଜ୍ୱଳନରେ ପ୍ରାୟ ୩୫୦ଟି ୧୬ ଲିଟର ବିଶିଷ୍ଟ ଟିଣ ମୋଟ୍‌ ସାଢ଼େ ୫ ହଜାର ଲିଟର ରାଶି ତେଲ ବ୍ୟବହୃତ ହୋଇଥିଲା। ଚାଉଁରପୁର ଗ୍ରାମର କୁମ୍ଭକାର ପରିବାର ଦିନରାତି ପରିଶ୍ରମ କରି ଦୀପ ଯୋଗାଇ ଦେଇଥିଲେ। ଜିଲା ପ୍ରଶାସନ ସହ ଜିଲା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri