ବିଜେଡିରେ ଅଧିକ ଆଶାୟୀ

ଗମ୍ଭାରୀମୁଣ୍ଡା,୧୯ା୩ (ଦିଲୀପ ସ୍ବାଇଁ):ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଖୋର୍ଦ୍ଧା ଜିଲା ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀରେ ଶାସକ ଓ ବିରୋଧୀ ଦଳର ଏକାଧିକ ଆଶାୟୀ ପ୍ରାର୍ଥୀ ଦଳର ମୁଖିଆଙ୍କ ପାଖରେ ତାଙ୍କ କଥା କିଭଳି ପହଞ୍ଚତ୍ବ, ସେଥିନେଇ କସରତ ଚଳାଇଛନ୍ତି। ବିଜେଡି-ଭାଜପା ମେଣ୍ଟ ହେବା ବିଷୟ ଝୁଲି ରହିଥିବାରୁ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ଲବି ମଧ୍ୟ ଆଗେଇପାରୁନି। ସେହିଭଳି ସେହି ମେଣ୍ଟ ଖବରକୁ ଅପେକ୍ଷା କରି ଦଳୀୟ ନିଷ୍ପତ୍ତି ନେବାରେ କଂଗ୍ରେସ ଡେରି କରୁଛି ବୋଲି ଶୁଣିବାକୁ ମିଳୁଛି।
ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୦୦ ଓ ୨୦୦୪ରେ ଭାଜପାର ବିଭୂତି ଭୂଷଣ ହରିଚନ୍ଦନ ବିଜୟୀ ହୋଇଥିଲେ। ରଘୁନାଥ ସାହୁ କଂଗ୍ରେସରୁ ଆସି ବିଜେଡିରେ ଯୋଗଦେଇ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବାରୁ ୨୦୦୯ ନିର୍ବାଚନରେ ସେ ବିଧାୟକ ହୋଇ ଭାଜପାର ଜୟଯାତ୍ରାରେ ରୋକ ଲଗାଇଥିଲେ। ହେଲେ ୨୦୧୪ ନିର୍ବାଚନରେ ମାତ୍ର ଅଳ୍ପ ଭୋଟ ବ୍ୟବଧାନରେ ସେ ଭାଜପାର ବିଭୂତି ଭୂଷଣ ହରିଚନ୍ଦନଙ୍କ ଠାରୁ ପରାସ୍ତ ହୋଇଥିଲେ। ୨୦୧୯ ନିର୍ବାଚନରେ ଅପ୍ରତ୍ୟାଶିତ ଭାବେ ଆମଦାନୀ ନେତା ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ଟିକେଟ ପାଇଥିଲେ। ରଘୁନାଥ ଦଳର ସୁପ୍ରିମୋଙ୍କ ନିର୍ଦ୍ଦେଶକ୍ରମେ ନିଜ ଇଚ୍ଛା ନ ଥିଲେ ମଧ୍ୟ ଜଗଦ୍ଦେବଙ୍କୁ ସହଯୋଗ କରି ବିଜୟୀ କରାଇଥିଲେ। ବିଜୟ ହାସଲ ପରେ ଜଗଦ୍ଦେବ ବିଜେଡି ସଙ୍ଗଠନକୁ ସଦୃଢ଼ କରିବା ସହ ତୃଣମୂଳସ୍ତରରୁ କର୍ମୀମାନଙ୍କୁ ଏକାଠି କରି ନବୀନ ସରକାରଙ୍କ ବିକାଶର ଚିତ୍ର ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ଚଳାଇଥିଲେ। ହେଲେ ବାଲୁଗଁା ଭାଜପା ନଗରମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣା ଏବଂ ମାର୍ଚ୍ଚ ୨୦୨୨ ପଞ୍ଚାୟତ ନିର୍ବାଚନରେ ଭାଜପା କର୍ମୀଙ୍କ ଉପରେ ଗାଡ଼ି ମଡ଼େଇ ମାରିବାକୁ ଉଦ୍ୟମ କରିବା ଘଟଣା ସେତେବେଳେ ଅନେକ ଚର୍ଚ୍ଚିତ ବିଷୟ ହୋଇଥିଲା। ସେହି ଘଟଣାରେ ଜଗଦ୍ଦେବ ମାଡ଼ ଖାଇ ଜେଲ ମଧ୍ୟ ଯାଇଥିଲେ। ନିକଟରେ ଜଗଦ୍ଦେବ ଭାଜପାରେ ଯୋଗ ଦେଇଥିବାରୁ ବିଜେଡି ଆଶାୟୀ ତାଲିକାରେ ପୂର୍ବତନ ବିଧାୟକ ରଘୁନାଥ ସାହୁ, ରାଜ୍ୟ ସଭା ସଦସ୍ୟ ତଥା ବିଜେଡି ମିଡିଆ ସେଲର ମୁଖ୍ୟ ମାନସ ମଙ୍ଗରାଜ, ବାଣପୁର ନଗରପାଳ ମିଟୁ ନାୟକ, ସରପଞ୍ଚ ମନୋଜ ପ୍ରଧାନ ଓ ଗୋପୀନାଥ ମହାରଣା ନିର୍ବାଚନମଣ୍ଡଳୀରେ ସକ୍ରିୟ ରହିଛନ୍ତି। ଏବେ ବରିଷ୍ଠ ନେତା ପ୍ରସନ୍ନ ପାଟଶାଣୀଙ୍କ ନାମ ମଧ୍ୟ ଶୁଣିବାକୁ ମିଳିଲାଣି। ବର୍ତ୍ତମାନ ସମୟରେ ରଘୁନାଥ ଏକଜିଦିଆ ପାଲଟିଯାଇଥିବା ଦେଖିବାକୁ ମିଳିଛି। ଚଳିତ ନିର୍ବାଚନରେ ବିଜେଡିରୁ ଯଦି ଟିକେଟ ନ ମିଳେ ସେ ସ୍ବାଧୀନ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଛି। ଅପରପକ୍ଷରେ ଯଦି ରଘୁନାଥଙ୍କୁ ବିଜେଡିରୁ ଟିକେଟ ମିଳେ, ତେବେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତାଙ୍କ ସହିତ ଆଗଧାଡ଼ିର ଯେଉଁ କର୍ମୀମାନେ ହାତାହାତି ହୋଇଥିଲେ, ସେମାନେ ସମସ୍ତେ ଏକାଠି ହୋଇ ରଘୁନାଥଙ୍କୁ ହଇରାଣରେ ପକାଇ ଦେବେ ବୋଲି ଚର୍ଚ୍ଚା ଚାଲିଛି। ପୁଣି ବିଜେଡି-ଭାଜପା ମେଣ୍ଟ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇପାରି ନ ଥିବାରୁ କେଉଁ ଦଳ ଭାଗରେ ଏହି ଆସନ ପଡ଼ିବ, ତାହାକୁ ନେଇ ଆଶାୟୀ ଅନାଇ ରହିଛନ୍ତି।
ପୃଥ୍ବୀରାଜ ହରିଚନ୍ଦନ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇ ହାରିଥିଲେ। ସେ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବାକୁ କସରତ କରୁଥିବା ବେଳେ ଜଗଦ୍ଦେବଙ୍କ ଭାଜପା ପ୍ରବେଶ ଅଡ଼ୁଆ ସ୍ଥିତି ସୃଷ୍ଟି କଲାଣି। ବୁଥ୍‌ସ୍ତରରୁ ଦଳକୁ ସଙ୍ଗଠିତ କରି ଭାଜପାକୁ ପୃଥ୍ବୀରାଜ ହରିଚନ୍ଦନ ସୁଦୃଢ଼ କରୁଥିଲେ ହେଁ ହରିଚନ୍ଦନ ପରିବାରର ବଂଶବାଦ ରାଜନୀତିକୁ ଭୋଟରମାନେ ଭିନ୍ନ ଦୃଷ୍ଟିରେ ଦେଖୁଥିବା ଆଲୋଚନା ହେଉଛି I
ନିର୍ବାଚନମଣ୍ଡଳୀରେ କଂଗ୍ରେସର କେତେକ ଦାବିଦାର ରହିଥିବା ବେଳେ ୨୦୧୯ରେ ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ସ୍ବାଇଁ ପୁନଶ୍ଚ ଲଢ଼େଇ କରିବାକୁ ଚେଷ୍ଟା କରୁଛନ୍ତି। ବ୍ଲକ ଓ ପଞ୍ଚାୟତ ସ୍ତରରେ ସେ ସାଙ୍ଗଠନିକ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳୁଛି। ଯଦି ବିଜେଡି-ଭାଜପା ମେଣ୍ଟ ହୁଏ, ତେବେ ସେହି ମିଳିତ ପ୍ରାର୍ଥୀଙ୍କ ପ୍ରତି ଅମଙ୍ଗ ଥିବା ଭୋଟର କଂଗ୍ରେସକୁ ପସନ୍ଦ କରିବେ ବୋଲି ସାଧାରଣରେ ମଧ୍ୟ ଚର୍ଚ୍ଚା ହେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ଯୋଗ ଦେଲେ ଭୁପେନ

ଗୁଆହାଟୀ,୨୨ା୨: ଆସାମ କଂଗ୍ରେସର ପୂର୍ବତନ ସଭାପତି ଭୁପେନ କୁମାର ବୋରା ରବିବାର ଆନୁଷ୍ଠାନିକ ଭାବେ ଭାଜପାରେ ସାମିଲ ହୋଇଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଏକ ବଡ଼…

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…

ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri