ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ସଂଯୋଗ ହେବ ଅଧିକ କୋଚ୍‌

କୋରାପୁଟ,୧୩।୨(ସ୍ବ.ପ୍ର.): ୱାଲ୍‌ଟିୟର ଡିଭିଜନାଲ ରେଲୱେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ ଶତପଥୀ ଶନିବାର କୋରାପୁଟ ଗସ୍ତରେ ଆସି କୋରାପୁଟ-ରାୟଗଡ଼ା ରେଳପଥ ପରିଦର୍ଶନ କରିବା ସହ ବିଭିନ୍ନ ଷ୍ଟେଶନରେ କିପରି ଯାତ୍ରୀଙ୍କୁ ସେବା ମିଳୁଛି ସେ ନେଇ ବିଭାଗୀୟ ଅଧିକାରୀ ଓ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏବେ ରେଲୱେ ପକ୍ଷରୁ ବିଭିନ୍ନ ଷ୍ଟେଶନର ବିକାଶ ସହ ଯାତ୍ରୀମାନେ ଯାତ୍ରାବେଳେ ଯେପରି ସମସ୍ତ ସୁବିଧା ପାଇପାରିବେ ସେନେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଚାଲୁରହିଛି। ତେବେ ଏଗୁଡିକରୁ ଯାତ୍ରୀମାନେ ଲାଭ ପାଉଛନ୍ତି କି ନାହିଁ ଡିଆର୍‌ଏମ୍‌ ତାହାର ସମୀକ୍ଷା କରିଛନ୍ତି। ସେ କୋରାପୁଟ, ଦାମନଯୋଡ଼ି, ଲକ୍ଷ୍ମୀପୁର ଓ ରାୟଗଡ଼ା ଷ୍ଟେଶନ ପରିଦର୍ଶନ କରି ଏହି ସମୀକ୍ଷା କରିଥିବା ଜଣାପଡ଼ିଛି।
ଡିଆର୍‌ଏମ୍‌ ପରିଦର୍ଶନ ବେଳେ କୋରାପୁଟ-ରାୟଗଡ଼ା ରେଳପଥରେ ଦୋହରୀକରଣ କାର୍ଯ୍ୟ, ଟ୍ରାକ୍‌ ସେକ୍ସନ, ବ୍ରିଜ୍‌, ବିଭିନ୍ନ ଟନେଲ, ଛୋଟ ବ୍ରିଜ୍‌, ଲେଭଲ କ୍ରସିଂ କାର୍ଯ୍ୟର ଅନୁଧ୍ୟାନକରି ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଅବସରରେ ଡିଆର୍‌ଏମ୍‌ କୋରାପୁଟ ରେଳଷ୍ଟେଶନ ପରିଦର୍ଶନ ସହ ଷ୍ଟେଶନରେ ଚାଲିଥିବା ବିଭିନ୍ନ କାର୍ଯ୍ୟ ତଦାରଖ କରିଥିଲେ। କୋରାପୁଟ ଷ୍ଟେଶନଠାରେ ସେ ଜିଲାପାଳ ଅବଦାଲ ଏମ୍‌. ଅଖତାରଙ୍କ ସହ ଆଲୋଚନା କରିଥିଲେ। କୋରାପୁଟ ବାଇପାସ୍‌ ରାସ୍ତା ପାଇଁ ରେଲୱେ ପକ୍ଷରୁ ଆବଶ୍ୟକ ଜମି ଯୋଗାଇଦେବା, ରେଲୱେ ଯାତ୍ରୀଙ୍କ ସୁରକ୍ଷା ନେଇ ସମସ୍ତ ସୁବିଧା ଉପଲବ୍ଧ କରାଇବା ନେଇ ଜିଲାପାଳ ଡିଆର୍‌ଏମ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ପରେ ଡିଆର୍‌ଏମ୍‌ ଶତପଥୀ ସେଠାରେ ଉପସ୍ଥିତ ଗ୍ୟାଙ୍ଗ୍‌ମ୍ୟାନ୍‌ଙ୍କ ସୁବିଧା ଅସୁବିଧା ଓ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ା ଷ୍ଟେଶନରେ ଯାତ୍ରୀଙ୍କଠାରୁ ମତାମତ ଗ୍ରହଣ କରିଥିଲେ। ଏହି ଅବସରରେ ସେ ମଧ୍ୟ ବିଭିନ୍ନ ଲୋକ ପ୍ରତିନିଧି, ବିଭିନ୍ନ ସଂଘର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ରେଲୱେ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ା ଡିଆର୍‌ଏମ୍‌ଙ୍କ ସହ ବରିଷ୍ଠ ଡିଭିଜନାଲ ଯନ୍ତ୍ରୀ (ଉତ୍ତର) ଡେଭିଡ୍‌ ରାଲଫ, ଡିଭିଜନାଲ ଅପରେଶନ ମ୍ୟାନେଜର ଜି .ସୁନୀଲ କୁମାର, ଡିଭିଜନାଲ କମର୍ସିଆଲ ମ୍ୟାନେଜର ଏ.କେ. ତ୍ରିପାଠୀ, ଡିଭିଜନ ପର୍ସନାଲ ଅଫିସର ଆର୍‌.ଏନ୍‌.ଏ. ପରିଡ଼ା, ସିନିୟର ଡିଭିଜନାଲ ସୁରକ୍ଷା ଅଧିକାରୀ ପ୍ରଭିନ ଭାଟ୍ଟି, କୋରାପୁଟ ଷ୍ଟେଶନ ମ୍ୟାନେଜର କେ.କେ. ଭିତରେଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା

ସୁନାବେଡ଼ାରେ ଡିଆର୍‌ଏମ୍‌ଙ୍କ ସହ ଆଲୋଚନା
ସୁନାବେଡ଼ାରେ ଡିଆର୍‌ଏମ୍‌ ଅନୁପ ଶତପଥୀଙ୍କୁ କୋରାପୁଟ ବିକାଶ ପରିଷଦ କୋଷାଧ୍ୟକ୍ଷ ତଥା ଡିଆର୍‌ୟୁସିସି ସଦସ୍ୟ ଶେଖ ଇବ୍ରାହିମ ସାକ୍ଷାତକରି ଜିଲାରେ ରେଳ ସେବାର ବିକାଶ ନ଼େଇ ଆଲୋଚନା କରିଥିଲେ। ଜଗଦଲପୁରରୁ କୋରାପୁଟ ଦେଇ ଦିଲୀକୁ ଗୋଟିଏ ଟ୍ରେନ ଏବଂ ଭୁବନେଶରକୁ ଦିନବେଳା ଆଉ ଗୋଟିଏ ନୂତନ ଟ୍ରେନ୍‌ ପ୍ରଚଳନ ପାଇଁ ସେ ଅନୁରୋଧ କରିଥିଲେ। କୋଭିଡ୍‌ ପାଇଁ ଜିଲାରେ ବନ୍ଦ ଥିବା ଟ୍ରେନ୍‌ଗୁଡ଼ିକର ପୁନଃ ପ୍ରଚଳନ, ଡୁମୁରିପୁଟ ରେଳ ଷ୍ଟେଶନର ଉନ୍ନତୀକରଣ, ଲକ୍ଷ୍ମୀପୁର ଷ୍ଟେଶନରେ ଟ୍ରେନ ରହଣି, ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ୍‌ରେ ଭିଷ୍ଟାଡମ କୋଚ୍‌ର ସଂଯୋଗୀକରଣ ନେଇ ଇବ୍ରାହିମ ଡିଆର୍‌ଏମ୍‌ଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ରାଜ୍ୟ ଭାଜପା ଏସ୍‌ସି ମୋର୍ଚ୍ଚାର ସମ୍ପାଦକ ଜି. ସଞ୍ଜୀବ କୁମାର, ଭାଜପା ନଗର ସଭାପତି ସିଦ୍ଧାର୍ଥ ମୁଦୁଲି, ଶ୍ରୀଧର ପଟ୍ଟନାୟକ, ଅମରେନ୍ଦ୍ର ସେଠୀ, ଦେବୀପ୍ରସାଦ କର, ଅଶ୍ୱିନୀ ପଟ୍ଟନାୟକ ପ୍ରମୁଖ ଡିଆର୍‌ଏମ୍‌ ଶତପଥୀଙ୍କୁ ଭେଟି ଜିଲାରେ ରହିଥିବା ରେଳ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଜିଲାରେ ବନ୍ଦ ଥିବା ଟ୍ରେନଗୁଡିକ ଚଳାଚଳ, ସମଲେଶ୍ୱରୀ ଏକ୍ସପ୍ରେସ୍‌ରେ ଅଧିକ କୋଚ୍‌ ଏବଂ ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ୍‌ରେ ଭିଷ୍ଟାଡମ କୋଚ୍‌ର ସଂଯୋଗୀକରଣ ନେଇ ଡିଆର୍‌ଏମ୍‌ ଶତପଥୀ ପ୍ରତିଶ୍ରୁତି ଦେଇଥିଲେ। ବରିଷ୍ଠ ଡିଭିଜନାଲ କମର୍ସିଆଲ ମ୍ୟାନେଜର ଅଖିଳେଶ ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

OSRTC ବସ୍‌ ଦୁର୍ଘଟଣା: ୨୯ ଯାତ୍ରୀଙ୍କ ମଧ୍ୟରୁ…

କୋରାପୁଟ/ପଟ୍ଟାଙ୍ଗି,୧୫ା୨(ଅମିତାଭ ବେହେରା/ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ପଡ଼ୋଶୀ ଆନ୍ଧ୍ର ରାଜ୍ୟ ସାଲୁର୍‌ ବାଇପାସ ରାସ୍ତାରେ ଶନିବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଓଡ଼ିଶା…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri