Categories: ଫୁରସତ

ମାଲିକଠାରୁ ଅଧିକ ଚାଲାକ ମଇଁଷି, ଦେଖନ୍ତୁୁ କ’ଣ କଲା

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏକ ମଇଁଷି କିପରି ମାଲିକଠାରୁ ମଧ୍ୟ ଅଧିକ ଚାଲାକ ହୋଇ ପାରୁଛି। ତାହା ଏହି ଭିଡିଓରେ ଦେଖିବାକୁ ମିଳୁଛି। ଏକ ମଇଁଷି ତାର ବେକରେ ବନ୍ଧାଥିବା ଲୁହାର ଚେନକୁ ଖୁଣ୍ଟରୁ ପାଟିରେ ଖୋଲିଦେଇ ସହଜେରେ ମୁକ୍ତ ହୋଇ ପାରୁଛି। ଏହି ଭିଡିଓକୁ ଆଇପିଏସ ଅଧିକାରୀ ପଙ୍କଜ ଜେନା ଟୁଇଟ୍‌ କରି ଶେୟାର କରିଛନ୍ତି। ଏହା ଭାଇରାଲ ହେବାରେ ଲାଗିଛି।

 

Share