ପିଲା ଅଧିକ, ସିଟ୍‌ କମ୍‌

ଭୁବନେଶ୍ୱର, ୨୭।୬(ବ୍ୟୁରୋ): ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଏଥର ରେକର୍ଡ ସଂଖ୍ୟକ ପାସ୍‌ ହାର ୯୭.୮୯% ରହିଛି। ଏଥରର ପାସ୍‌ ହାର ଖୁସି ଦେଇଥିଲେ ମଧ୍ୟ ଭଲ କଲେଜରେ ସିଟ୍‌ ମିଳିବା ନେଇ ଛାତ୍ରୀଛାତ୍ରଙ୍କ ମନରେ ଆଶଙ୍କା ଦେଖାଦେଇଛି। ସେପଟେ ପାସ୍‌ ହାର ସିନା ଅଧିକ ହୋଇଗଲା, କିନ୍ତୁ ଏତେ ପିଲା କେଉଁଠି ନାମ ଲେଖାଇବେ ତାକୁ ନେଇ ଏବେ ଆରମ୍ଭ ହୋଇଛି ଆଲୋଚନା ପର୍ଯ୍ୟାଲୋଚନା। କାରଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ତୁଳନାରେ କଲେଜରେ ଆବଶ୍ୟକ ସଂଖ୍ୟକ ସିଟ୍‌ ନାହିଁ।

ଚଳିତବର୍ଷ ରେଗୁଲାର, ଏକ୍ସ-ରେଗୁଲାର, ମୁକ୍ତ ବିଦ୍ୟାଳୟ, ମଧ୍ୟମା ଓ ମଦ୍ରାସା ବୋର୍ଡରେ ପାସ୍‌ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ହେଲା ୬,୧୮,୮୮୫। ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ଦଶମ ପରୀକ୍ଷାଫଳ ଏଯାଏ ପ୍ରକାଶ ପାଇନାହିଁ। ଏହି ଦୁଇ ବୋର୍ଡରୁ ପ୍ରତିବର୍ଷ ପ୍ରାୟ ୧୦ହଜାର ଛାତ୍ରୀଛାତ୍ର କଲେଜରେ ନାମ ଲେଖାଇଥାନ୍ତି। ତେଣୁ ଏଥର ପ୍ରାୟ ୬,୨୮,୮୮୫ ଛାତ୍ରୀଛାତ୍ର ନାମ ଲେଖାଇବା ପାଇଁ ଯୋଗ୍ୟ ହେବେ। ସେପଟେ ରାଜ୍ୟରେ ଯୁକ୍ତ୨, ଆଇଟିଆଇ, ଡିପ୍ଲୋମା ଓ ଅନ୍ୟ ଘରୋଇ କଲେଜକୁ ମିଶାଇ ପ୍ରାୟ ୬,୦୩,୧୧୩ ସିଟ୍‌ ରହିଛି। ସେଥିମଧ୍ୟରେ ୨,୦୩୨ଟି ଯୁକ୍ତ୨ କଲେଜରେ ମୋଟ ୪,୪୩,୩୫୪ ସିଟ୍‌ ରହିଥିବାବେଳେ ଉଭୟ ସରକାରୀ ଓ ଘରୋଇ ଡିପ୍ଲୋମା ଏବଂ ଆଇଟିଆଇ କଲେଜର ସିଟ୍‌ ସଂଖ୍ୟା ରହିଛି ୧,୫୯,୭୫୯। ତେଣୁ ପ୍ରାୟ ୨୫ହଜାର ଛାତ୍ରୀଛାତ୍ରଙ୍କ ପାଇଁ ସିଟ୍‌ ଅଭାବ ହେବ। ରାଜ୍ୟ ସରକାର କେଉଁ ଉପାୟରେ ନାମ ଲେଖାଇବେ ତାକୁ ନେଇ ଏବେ ଛାତ୍ରୀଛାତ୍ର, ଅଭିଭାବକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହେଲାଣି। ଉପାନ୍ତ ଅଞ୍ଚଳରେ ବିଶେଷ କରି ପାଖ କଲେଜରେ ସିଟ୍‌ ନ ମିଳିଲେ ଡ୍ରପ୍‌ ଆଉଟ୍‌ ହାର ବଢ଼ିପାରେ। ଏଭଳି ସ୍ଥିତିରେ ଆଞ୍ଚଳିକ ଭିତ୍ତିରେ ସିଟ୍‌ ବଢ଼ାଇବା ଏକମାତ୍ର ସମାଧାନ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରୁଛନ୍ତି। ବିଭାଗ ଏବେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନା ସିଟ୍‌ ବୃଦ୍ଧି କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏଥର  ପରୀକ୍ଷା ନ କରି ମାଟ୍ରିକ ଫଳ ପ୍ରକାଶ କରିଥିବାରୁ ପ୍ରବେଶିକା ପରୀକ୍ଷା କରିବାର ସମ୍ଭାବନା ନାହିଁ। ତେଣୁ ସିଟ୍‌ ବୃଦ୍ଧି ହିଁ ଏକମାତ୍ର ଉପାୟ ବୋଲି କୁହାଯାଉଛି।

ସେହିଭଳି ଏଥର ଅଧିକାଂଶ ପିଲା ଭଲ ନମ୍ବର ରଖିଥିବାରୁ ସେମାନେ ପସନ୍ଦଯୋଗ୍ୟ କଲେଜରେ ସିଟ୍‌ ପାଇବେ କି ନାହିଁ ତାହାକୁ ନେଇ ମଧ୍ୟ ଚିନ୍ତାରେ ରହିଛନ୍ତି। କାରଣ ଗତ ବର୍ଷ ଏ-୧(୯୧%ରୁ ଊର୍ଦ୍ଧ୍ୱ ନମ୍ବର)ରେ ପ୍ରାୟ ୧,୨୭୯ ପିଲା ଉତ୍ତୀର୍ଣ୍ଣ ହୋଇଥିବାବେଳେ ଚଳିବର୍ଷ ଏହା ୨ଗୁଣ ବୃଦ୍ଧି ପାଇ ୨,୬୫୬ରେ ପହଞ୍ଚତ୍ଛି। ସେହିପରି ଏ-୨(୮୧ରୁ ୯୦% ନମ୍ବର)ରେ ଗତ ବର୍ଷ ୮,୪୫୮ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଏଥର ୨୨,୧୩୧ଜଣ ପାସ୍‌ କରିଛନ୍ତି। ତେଣୁ ଏ-୨ରେ ଥିବା ପିଲାମାନେ ଭଲ କଲେଜ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେବେ ଏନେଇ ଶିକ୍ଷା ବିଭାଗର କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri