Categories: ଜାତୀୟ

ଭାଜପା ଯେତେ ଜିତିବ ସେତେ ବିରୋଧ ଦେଖିବ : ମୋଦି

ନୂଆଦିଲ୍ଲୀ, ୨୯ା୩: ଭାଜପା ଯେତେ ନିର୍ବାଚନ ଜିତିବ ସେତିକି ଅଧିକ ବିରୋଧୀମାନଙ୍କ ଆକ୍ରୋଶରେ ସମ୍ମୁଖୀନ ହେବ ବୋଲି ମଙ୍ଗଳବାର ଭାଜପା ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିବା ଲାଗି ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ ଭାଜପାର ନିର୍ବାଚନୀ ସଫଳତା ସହ ଯୋଡ଼ିଛନ୍ତି। ଭାଜପା ସଂସଦୀୟ ଦଳ ବୈଠକରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏମ୍‌ପିମାନଙ୍କୁ ଦଳର ପ୍ରତିଷ୍ଠା ଦିବସ ଏପ୍ରିଲ ୬ରୁ ବି.ଆର୍‌. ଆମ୍ବେଡକର ଜୟନ୍ତୀ ଏପ୍ରିଲ ୧୪ ପର୍ଯ୍ୟନ୍ତ ସମୟକୁ ସାମାଜିକ ନ୍ୟାୟ ପାଇଁ ଉତ୍ସର୍ଗୀକୃତ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ମେ’ ୧୫ରୁ ଗୋଟିଏ ମାସ ପାଇଁ ବିଭିନ୍ନ ସରକାରୀ ଯୋଜନାର ସୁଫଳତାର ବାର୍ତ୍ତା ଏମ୍‌ପିମାନେ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି।

Share