Posted inଜାତୀୟ

ଗାଁରେ ସହରଠୁ ବେଶି ଦୁର୍ଘଟଣା

ନୂଆଦିଲ୍ଲୀ,୧ା୧୧: ୨୦୨୨ରେ ଭାରତର ସଡ଼କଗୁଡ଼ିକ ଉପରେ ମୋଟ ୪,୬୧,୩୧୨ ଦୁର୍ଘଟଣା ଘଟିଥିଲା। ସେଥିରେ ୧,୬୮,୪୯୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪,୪୩,୩୬୬ ଆହତ ହୋଇଥିଲେ। କେନ୍ଦ୍ର ସରକାର ମଙ୍ଗଳବାର ଜାରି କରିଥିବା ‘ରୋଡ୍‌ ଆକ୍ସିଡେଣ୍ଟ୍ସ ଇନ୍‌ ଇଣ୍ଡିଆ-୨୦୨୨’ ରିପୋର୍ଟରେ ଏହି ଉଦ୍‌ବେଗଜନକ ତଥ୍ୟ ଉଲ୍ଲେଖ କରାଯାଇଛି।
ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନୁସାରେ ଗତବର୍ଷ ଦେଶରେ ଦୁର୍ଘଟଣା ୧୧.୯% ଏବଂ ତଦ୍‌ଜନିତ ମୃତ୍ୟୁ ୯.୪% ବୃଦ୍ଧି ପାଇଥିଲା। ସେହିପରି ଆହତଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ୧୫.୩% ବଢ଼ିଥିଲା। ୪,୬୧,୩୧୨ ଦୁର୍ଘଟଣା ମଧ୍ୟରୁ ୧,୫୧,୯୯୭ଟି (୩୨.୯%) କେବଳ ଜାତୀୟ ରାଜପଥ ଏବଂ ଏକ୍ସପ୍ରେସ୍‌ଓ୍ବେଗୁଡ଼ିକରେ ଘଟିଥିଲା। ସେହିପରି ୧,୦୬,୬୮୨ଟି (୨୩.୧%) ଦୁର୍ଘଟଣା ରାଜ୍ୟ ରାଜପଥରେ ଘଟିଥିବାବେଳେ ୨,୦୨,୬୩୩ଟି (୪୩.୯୫) ଗ୍ରାମାଞ୍ଚଳ ଓ ଅନ୍ୟ ରାସ୍ତାଗୁଡ଼ିକ ଉପରେ ଘଟିଥିଲା। ମୋଟ ୧,୬୮,୪୯୧ ମୃତକଙ୍କ ମଧ୍ୟରୁ ୬୧,୦୩୮ ଜଣ (୩୬.୨%) ଜାତୀୟ ରାଜପଥରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିଲେ। ଅନୁରୂପ ଭାବେ ରାଜ୍ୟ ରାଜପଥଗୁଡ଼ିକରେ ୪୧,୦୧୨ ଜଣ (୨୪.୩%) ଏବଂ ଅନ୍ୟ ରାସ୍ତା ଉପରେ ୬୬,୪୪୧ ଜଣ ବା ୩୯.୪ ପ୍ରତିଶତଙ୍କ ଜୀବନ ଯାଇଥିଲା।
ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ସଡ଼କ ଦୁର୍ଘଟଣାର ମୃତକଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ଯୁବଗୋଷ୍ଠୀ। ୨୦୨୨ରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ମୋଟ ମୃତକଙ୍କ ମଧ୍ୟରୁ ୬୬.୫% ଥିଲେ ୧୮ରୁ ୪୫ ବର୍ଷ ବୟସ୍କ। ୮୩.୪ ପ୍ରତିଶତ ଥିଲେ କାର୍ଯ୍ୟକ୍ଷମ ଥିବା ବୟସ (୧୮-୬୦)ର। ପ୍ରାୟ ୬୮% ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଗ୍ରାମାଞ୍ଚଳରେ ଘଟିଥିବାବେଳେ ସହରାଞ୍ଚଳରେ ୩୨% ଘଟିଥିଲା। ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଯାନବାହନଗୁଡ଼ିକ ମଧ୍ୟରୁ ସର୍ବାଧିକ ୨ ଚକିଆ ବା ବାଇକ୍‌। କାର୍‌, ଜିପ୍‌ ଓ ଟ୍ୟାକ୍ସି ଭଳି ଲାଇଟ୍‌ ଭେହିକିଲ୍‌ଗୁଡ଼ିକର ମୋଟ ଦୁର୍ଘଟଣା ଦ୍ୱିତୀୟରେ ଆସୁଛି। ଦୁଇଚକିଆ ଯାନ ଆରୋହୀ ସର୍ବାଧିକ ୪୪.୫% ଦୁର୍ଘଟଣାରେ ପଡ଼ି ପ୍ରାଣ ହରାଇଥିଲେ। ରାସ୍ତାରେ ଯିବାବେଳେ ୧୯.୫% ପଥଚାରୀ ଦୁର୍ଘଟଣାର ଶିକାର ହୋଇ ଜୀବନ ହାରିଥିଲେ। ଜାତୀୟ ରାଜପଥ ଦୁର୍ଘଟଣାଗୁଡ଼ିକୁ ଅନୁଧ୍ୟାନ କଲେ ତାମିଲନାଡୁରେ ସର୍ବାଧିକ ୬୪,୧୦୫ (୧୩.୯%) ଓ ମଧ୍ୟପ୍ରଦେଶରେ ୫୪,୪୩୨ (୧୧.୮%) ଘଟିଥିଲା। ମୃତକମାନଙ୍କ ମଧ୍ୟରୁ ସର୍ବାଧିକ ଉତ୍ତର ପ୍ରଦେଶର। ଏହି ରାଜ୍ୟର ୨୨,୫୯୫ ଜଣ (୧୩.୪%) ଏବଂ ତାମିଲନାଡୁର ୧୭.୮୮୪ ଜଣ (୧୦.୬%)ଙ୍କର ଗତବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟାନୁସାରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଉକ୍ତ ରିପୋର୍ଟରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri