କେତେ ଶୁଭ କଳାଜାଇ…

କଳାଜାଇକୁ ଅନେକେ ବ୍ୟୁଟି ସ୍ପଟ୍‌ ବୋଲି କହିଥାନ୍ତି। କିନ୍ତୁ ବିଶ୍ୱାସ ରହିଛି, ଏହା ବି ଆମକୁ ଶୁଭ, ଅଶୁଭର ସୂଚନା ଦେଇଥାଏ। ଯେମିତିକି ନାକରେ ଥିବା କଳାଜାଇ ଭାଗ୍ୟଶାଳୀ ତଥା ସୁଖମୟ ଜୀବନ ବିତାଇବାର ସଙ୍କେତ ଦେଇଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କର ତାଳୁରେ କଳାଜାଇ ଥାଏ, ସିଏ ଐଶ୍ୱର୍ଯ୍ୟବାନ୍‌ ହେବା ସହିତ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିବେ ବୋଲି ସୂଚନା ମିଳିଥାଏ। କିନ୍ତୁ ତାଳୁକୁ ଛାଡ଼ି ମୁଣ୍ଡର ଅନ୍ୟ କେଉଁ ସ୍ଥାନ ଯେପରିକି ପଛପଟ ଅଥବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଅନ୍ୟପକ୍ଷେ କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦେଇଥାଏ। ଯେଉଁମାନଙ୍କର ଏମିତି କଳାଜାଇ ଥାଏ ସେମାନେ ନିଜ ବୁଦ୍ଧି ବଳରେ ବହୁତ ଟଙ୍କା ଅର୍ଜନ କରିଥାନ୍ତି ବୋଲି ବିଶ୍ୱାସ କରାଯାଏ। ହେଲେ ସ୍ବଭାବରେ ଏମାନେ ଖୁବ୍‌ ଖର୍ଚ୍ଚୀ ବି ହୋଇଥାନ୍ତି। ବାମପଟ ଗାଲରେ କଳାଜାଇ ରହିବା ସେମିତି କିଛି ଶୁଭ ଫଳ ଦେଇ ନଥାଏ। ହେଲେ ଡାହାଣ ଗାଲରେ କିମ୍ବା ମଝି ଭାଗରେ କଳାଜାଇ ରହିଥିବା ବ୍ୟକ୍ତିମାନେ ଖୁବ୍‌ ଭାଗ୍ୟଶାଳୀ ହୋଇଥାନ୍ତି ବୋଲି କୁହାଯାଏ। ସେହିପରି ଡାହାଣ ପଟ ପତା ଉପରେ କଳାଜାଇ ରହିବା ଧାର୍ମିକ ସ୍ବଭାବକୁ ସୂଚାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

ଦିଅରଙ୍କ ବିବାହ ଠିକ୍‌ ହେବାରୁ ଜୀବନ ହାରିଦେଲେ ଭାଉଜ, ବଡ଼ ଖୁଲାସା କରି ସ୍ବାମୀ କହିଲେ…

ଲକ୍ଷ୍ନୌ,୯।୨: ଉତ୍ତର ପ୍ରଦେଶର ଇଟାୱା ଜିଲାର ଅହିଭରନପୁରା ଗାଁରେ ଜଣେ ମହିଳା ନିଜ ଦିଅରଙ୍କ ବିବାହ ଠିକ୍‌ ହେବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ତା’ପରେ ସେ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri