ରାଜ୍ୟରେ ସୁସ୍ଥ ହେଲେ ଆଉ ୧,୨୫୫ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୨୫ ହଜାର ଟପିଲା

ଭୁବନେଶ୍ୱର,୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର ୧,୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବାଧିକ ୪୮୫ ଗଞ୍ଜାମ ଜିଲାର ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୧୨୫, ସୁନ୍ଦରଗଡ଼ରୁ ୧୨୨, ସମ୍ବଲପୁରରୁ ୧୦୭, ପୁରୀରୁ ୭୫, ମୟୂରଭଞ୍ଜରୁ ୪୩, କଟକର ୪୦, ଜଗତସିଂହପୁରର୨୯, କନ୍ଧମାଳର ୨୮, ବାଲେଶ୍ୱରର ୨୭, ବଲାଙ୍ଗୀରର ୨୪, କୋରାପୁଟର ୨୨, ଅନୁଗୋଳର ୨୦, ନବରଙ୍ଗପୁରର ୧୮, ଗଜପତିର ୧୬, ନୟାଗଡ଼ର ୧୪, କେନ୍ଦ୍ରାପଡ଼ାର ୧୨, ମାଲକାନଗିରିର ୧୧, ଭଦ୍ରକର ୧୦, କଳାହାଣ୍ଡିର ୮, ନୂଆପଡ଼ାର ୬, ଯାଜପୁରର ୫, ଢ଼େଙ୍କାନାଳର ୪, ଝାରସୁଗୁଡ଼ା ୩, କେନ୍ଦୁଝରର ଜଣେ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୨୫୭୩୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।