Categories: ଜାତୀୟ

ସୁପ୍ରିମକୋର୍ଟ ପହଞ୍ଚିଲା ମୋରବି ପୋଲ ଭାଙ୍ଗିବା ଘଟଣା

ନୂଆଦିଲ୍ଲୀ,୧ ।୧୧: ଗୁଜରାଟ ମୋରବି ସହରରେ କେବଲ ସସ୍‌ପେନସନ ବ୍ରିଜ ଭାଙ୍ଗିବା ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ନ୍ୟାୟିକ କମିଶନ ଗଠନ କରିବାକୁ ଦାବି କରାଯାଇଛି । ଏହାସହ ଦେଶରେ ଥିବା ଐତିହସ୍ଥଳକୁ ଲୋକଙ୍କ ପାଇଁ ନିରାପଦ ବୋଲି ଆକଳନ କରିବାକୁ ଦାବି କରାଯାଇଛି । ଏଭଳି ପ୍ରସଙ୍ଗରେ ଦୃଷ୍ଟି ଦେବା ପାଇଁ ପ୍ରତ୍ୟେକ ରାଜ୍ୟରେ ଏକ ସ୍ୱତନ୍ତ୍ର ବିଭାଗ ଗଠନ କରିବାକୁ ବି ଦାବି କରାଯାଇଛି ।
ବିଶାଲ ତିୱାରି ନାମକ ଜଣେ ବ୍ୟକ୍ତି ଏହା ଦାୟର କରିଛନ୍ତି । ସେ ପେଶାରେ ଜଣେ ଓକିଲ । ମୋରବି ପୋଲ ଦୁର୍ଘଟଣାକୁ ନେଇ ଏବେ ପର୍ଯ୍ୟନ୍ତ ଆଇପିସିର ଭିନ୍ନ ଭିନ୍ନ ଧାରାରେ ଏଫଆଇଆର ଦିଆଯାଇ ୯ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଏବେ ପର୍ଯ୍ୟନ୍ତ ୧୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶହେରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ନଭେମ୍ବର ୨ରେ ସାରା ରାଜ୍ୟରେ ଶୋକ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Share