Categories: ଜାତୀୟ

କେବଲ ବ୍ରିଜ ଦୁର୍ଘଟଣା: ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ମାମଲା

ମୋରବି,୩୧ ।୧୦: ଗୁଜରାଟର ମୋରବିରେ ରବିବାର ହୋଇଥିବା କେବଲ ବ୍ରିଜ ଦୁର୍ଘଟଣାରେ ଏବେ ପର୍ଯ୍ୟନ୍ତ ୧୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି ଓ ୧୭୦ ଜଣଙ୍କୁ ଉଦ୍ଧାର କରାଗଲାଣି । ରାଜକୋଟର ଭାଜପା ଏମପି ମୋହନଭାଇ କଲ୍ୟାଣଜୀ କୁନ୍ଦାରିୟାଙ୍କର ୧୨ ଜଣ ସମ୍ପର୍କିୟଙ୍କର ଏଥିରେ ମୃତ୍ୟୁ ହୋଇଥିବା ଜଣାପଡିଛି ।
ଲୋକଙ୍କୁ ଉଦ୍ଧାର କରିବା ପାଇଁ ସାରା ରାତି ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ସୋମବାର ସକାଳୁ ମଧ୍ୟ ଏହି କାର୍ଯ୍ୟ ଜାରି ରହିଛି । ଏହାରି ଭିତରେ ବ୍ରିଜ ମ୍ୟାନେଜମେଣ୍ଟ କମ୍ପାନୀ ବିରୋଧରେ ଦୋଷୀ ସାବ୍ୟସ୍ତ ହତ୍ୟା ମାମଲା ରୁଜୁ କରାଯାଇଛି । ରାଜ୍ୟର ଗୃହମନ୍ତ୍ରୀ ହର୍ଷ ସାଂଘବି ସୋମବାର ସକାଳେ କହିଛନ୍ତି, ଏହି ଘଟଣାରେ ଆପରାଧିକ ମାମଲା ରୁଜୁ ହୋଇଛି ଏବଂ ଆଇଜିପି ର‌୍ୟାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏହାର ଯାଞ୍ଚ ଆରମ୍ଭ ହୋଇଛି । ପୀଡ଼ିତ ପରିବାରକୁ ୬-୬ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।

Share