Categories: ଜାତୀୟ

ମୋରବି ପୋଲ ଭାଙ୍ଗିବା ଘଟଣାରେ ୫୫ ଶିଶୁଙ୍କ ସମେତ ୧୩୫ ମୃତ, ମୃତକଙ୍କ ମଧ୍ୟରେ ୧୮ ମାସର ଶିଶୁ

ମୋରବି,୭ ।୧୧: ଗୁଜରାଟ ମୋରବି ପୋଲ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟାକୁ ନେଇ ଅଫିସିଆଲ ଡାଟା ଜାରି କରାଯାଇଛି । ଏହି ଡାଟା ଅନୁଯାୟୀ, ମୋରବି ସହରରେ ପୋଲ ଭାଙ୍ଗିବା ଘଟଣାରେ ମୋଟ ୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୫ ଜଣ ଶିଶୁ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୦୦ ଜଣ ମୋରବି ଜିଲାର ବୋଲି ଜଣାପଡିଛି ।
ଜିଲା ପ୍ରଶାସନର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩୯ ବାଳଳ ଓ ୧୬ ବାଳିକା ରହିଛନ୍ତି । ଏମାନଙ୍କ ମଧ୍ୟରେ ମୋରବି ସହରର ସବୁଠାରୁ କମ୍ ବୟସର ୧୮ ମାସର ଜଣେ ଶିଶୁ ଥିବା ବେଳେ ସବୁଠାରୁ ଅଧିକ ୧୭ ବର୍ଷର ଜଣେ ବାଳକ ରହିଛନ୍ତି । ମୃତକଙ୍କ ମଧ୍ୟରେ ୮ ଜଣଙ୍କ ବୟସ ୧୮ ବର୍ଷ ରହିଛି ।
ମୋରବି ଦୁର୍ଘଟଣାକୁ ନେଇ ଯେଉଁ ଡାଟା ଜାରି କରାଯାଇଛି କି ପୀଡ଼ିତଙ୍କ ମଧ୍ୟରେ ୩ ବରିଷ୍ଠ ନାଗରିକ ବି ରହିଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଯାହାଙ୍କର ବୟସ ୬୨ ଓ ୬୫ ବର୍ଷ ଆଉ ଜଣେ ପୁରୁଷଙ୍କ ବୟସ ୬୨ ବର୍ଷ ବୋଲି କୁହାଯାଇଛି । ଏଥିରେ ସବୁଠାରୁ ଅଧିକ ବୟସ ଅର୍ଥାତ୍ ୬୫ ବର୍ଷ ବୟସର ମହିଳା ଜାମନଗର ଜିଲା ଧ୍ରୋଲ ଅଞ୍ଚଳର ବୋଲି ଜଣାପଡଛି । ମୋରବି ପୋଲ ଦୁର୍ଘଟଣାରେ ମୋଟ ୪୫ ପୁରୁଷ ଓ ୩୫ ମହିଳାଙ୍କ ମୃତ୍ୟୁ ହୋଇଛି । ଶିଶୁଙ୍କ ସହ ପୀଡିତଙ୍କ ମଧ୍ୟରେ ପ୍ରାୟ ୮୪ ପୁରୁଷ ଓ ୫୧ ମହିଳା ରହିଛନ୍ତି ।

Share