କାରଖାନା ନିର୍ମାଣ ନାମରେ ମୋରମ ଲୁଟ୍‌

ଯାଜପୁର,୧ା୩(ହର୍ଷବର୍ଦ୍ଧନ ବେହେରା) :ତୃଣମୂଳଠାରୁ ଆରମ୍ଭ କରି ଯାହାର ଯେତେ କ୍ଷମତା ସେହି ପରିମାଣରେ ଦୁର୍ନୀତି ଓ ହରିଲୁଟ ବଢିବା ଏବେ ଯାଜପୁର ଜିଲା ପାଇଁ ଚିନ୍ତାର କାରଣ ହୋଇଛି। ବିଶେଷକରି ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କାରବାରକୁ ଅଧିକ ନିୟନ୍ତ୍ରଣ ଆଶା ରଖି ରାଜ୍ୟ ସରକାର ଖଣି ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ଲକ୍ଷ୍ୟ ଏଠାରେ ଫସର ଫାଟିଥିବା ମନେ ହେଉଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନା ନାମରେ ବିପୁଳ ପରିମାଣର ମୋରମ ଲୁଟ୍‌ ଘଟଣାକୁ ଏଠାରେ ଅନ୍ୟତମ ଉଦାହରଣ ଭାବେ ନିଆଯାଇପାରେ। ଦାନଗଦି ତହସିଲ ଅଧୀନ ଯଖପୁରା ପଞ୍ଚାୟତର କଚେରୀ ଗାଁରେ ଥିବା ବାଉଁଶରାଣୀ ଠାକୁରାଣୀ ମନ୍ଦିର ନିକଟରୁ ବିନା ଅନୁମତିରେ ମୋରମ ଲୁଟ୍‌ ଏବେ ଅଣାୟତ୍ତ ହୋଇଛି। ଏନେଇ ଲଘୁ ଖଣି ବିଭାଗ କର୍ତ୍ତୃପକ୍ଷ ଓ ତହସିଲ ପ୍ରଶାସନ ନିକଟରେ ଖବର ରହିଥିଲେ ହେଁ ମୋଟା ଅଙ୍କର ହାତଗୁଞ୍ଜା ନେଇ ନୀରବ ରହୁଥିବା ଆଲୋଚନା ହେଉଛି ା
ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଅଭାବ ଏବଂ ଖାମଖିଆଲି ମନୋଭାବ ଯୋଗୁଁ ସରକାର ମୋରମ ଲୁଟ୍‌ ନାମରେ ବିପୁଳ ରାଜସ୍ବ ହରାଉଛନ୍ତି। ଏଠାରେ ବାଲି ଠାରୁ ଆରମ୍ଭ କରି ମୋରମ ଦିନ ଦ୍ୱିପହରରେ ଲୁଟ୍‌ ହେଉଛି। ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା ସାଜୁଥିବାରୁ ବେଧଡ଼କରେ ମୋରମ୍‌ ଲୁଟ୍‌ ଚାଲୁଛି। କାରଖାନା ନାଁରେ ମୋରମ୍‌ ଲୁଟ୍‌ ହେଉଥିବାର ଦେଖିବାକୁ ମିଳିଛି। ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ କଳାପଥର, ମାଙ୍କଡ଼ା ପଥର ଓ ମୋରମ୍‌ ବିଶେଷକରି ଧର୍ମଶାଳା, ବଡ଼ଚଣା, ରସୁଲପୁର, ଦାନଗଦି, କୋରେଇ ଓ ସୁକିନ୍ଦା ତହସିଲ ଅଞ୍ଚଳରେ ବିପୁଳ ପରିମାଣରେ ମହଜୁଦ ରହିଛି। କିନ୍ତୁ ଲଘୁ ଖଣି କାର୍ଯ୍ୟାଳୟ ଯାଜପୁର ସଦର ମହକୁମାରେ ରହିଛି। ଫଳରେ ଏସବୁ ମୂଲ୍ୟବାନ ଖଣିଜ ଦ୍ରବ୍ୟର ପରିଚାଳନା ଓ ନିୟନ୍ତ୍ରଣ ଉପଯୁକ୍ତ ଭାବେ ହୋଇ ପାରୁ ନ ଥିବା ମତପ୍ରକାଶ ପାଇଛି। ଏହାକୁ ଏକ ସୁଯୋଗ ଭାବୁଛନ୍ତି ମୋରମ୍‌ ଲୁଟ୍‌ କରୁଥିବା ଅସାଧୁ ବ୍ୟବସାୟୀମାନେ । ସେହି କ୍ରମରେ ଯଖପୁରା ଅଞ୍ଚଳର କେତେଜଣ ଅସାଧୁ ବ୍ୟବସାୟୀ ବାଉଁଶରାଣୀ ଠାକୁରାଣୀ ନିକଟରୁ ବିପୁଳ ପରିମାଣର ମୋରମ୍‌ ଲୁଟ୍‌ କରୁଛନ୍ତି। ଏକର ଏକର ଜାଗାରୁ ପ୍ରାୟ ୮ରୁ ୧୦ଫୁଟ୍‌ ଗଭୀର କରି ମୋରମ ଖୋଳା ଯାଇ ତାକୁ ଚାଲାଣ କରି ଅସାଧୁ ବ୍ୟବସାୟୀମାନେ ମାଲେମାଲ ହେଉଉଛନ୍ତି। କଚେରୀ ଗାଁ ନିକଟରେ ଭିସିଆଇ କେମିକାଲ ପ୍ରାଇଭେଟ ଲିମିଟେଡ କମ୍ପାନୀ କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛି। ଏହି କାର୍ଯ୍ୟରେ ସଂପୃକ୍ତ ଠିକାଦାର ଜଣକ ଉକ୍ତ କାରଖାନା ପରିସର ଏବଂ ବାହାରୁ ମୋରମ ଉତ୍ତୋଳନ କରି ବାହାରକୁ ଚାଲାଣ କରୁଛନ୍ତି ା ଏପରି କି ଏହି ବେଆଇନ ମୋରମ ଯଖପୁରାଠାରୁ ଯାଜପୁରରୋଡ ରେଳ ଲାଇନ କାର୍ଯ୍ୟରେ ମଧ୍ୟ ବ୍ୟବହାର ହେଉଛି। ଏଥିପାଇଁ ଖଣି ବିଭାଗ ପକ୍ଷରୁ ସଂପୃକ୍ତ ରେଳ ବିଭାଗ କର୍ତ୍ତୃପକ୍ଷଙ୍କୁ ପ୍ରାୟ ୧୫ ଦିନ ତଳେ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସୂଚନା ମିଳିଛି। ତଥାପି ସଂପୃକ୍ତ ଠିକାଦାର ରାଜନୈତିକ ପ୍ରଭାବ ବଳରେ ମୋରମ୍‌ ଲୁଟ୍‌ ଚଳାଇଥିବା ଅଭିଯୋଗ ହୋଇଛି। ଭିସିଆଇ ଅଧିଗ୍ରହଣ କରିଥିବା ଜମିର ପାଚେରୀ ନିର୍ମାଣ ବାହାନାରେ ଦୈନିକ ଶତାଧିକ ଟ୍ରିପ୍‌ ମୋରମ ଖୋଳାଯାଉଛି। ସେହି ମୋରମ୍‌କୁ ପୁଣି ଭିସିଆଇ କେମିକାଲ କାରଖାନାକୁ ଚଢ଼ା ମୂଲ୍ୟରେ ବିକ୍ରୀ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏଠି ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି କି ଏତେ ପରିମାଣର ମୋରମ ଖୋଲିବା ପାଇଁ କମ୍ପାନୀକୁ ଅନୁମତି ଦେଲା। ଯଦି ବିପୁଳ ପରିମାଣର ମୋରମ ଖୋଲିବା ପାଇଁ ଅନୁମତି ମିଳିଛି କମ୍ପାନୀ ନିକଟରେ ତା’ର କୌଣସି ପ୍ରମାଣ ଅଛି କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଲଘୁ ଖଣିଜ ପଦାର୍ଥର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ, ସ୍ଥାନୀୟ ତହସିଲ ଅଧିକାରୀ, ଯଖପୁରା ଥାନା ଅଧିକାରୀ ଓ ଅସାଧୁ ବ୍ୟବସାୟୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏହା ସମ୍ଭବ ହେଉଥିବାର ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହି ମୋରମ ଲୁଟରେ ସ୍ଥାନୀୟ ଅଞ୍ଚଳର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତଥିବା ଶୁଣିବାକୁ ମିଳୁଛି। ଏବେ ନୁହେଁ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ ସ୍ଥାନୀୟ ପଙ୍କପାଳ, ମନୋହରପୁର, ଯଖପୁରା ଆଦି ଅଞ୍ଚଳରୁ ମୋରମ ଲୁଟ ହେଉଛି। ଏହାକୁ ପ୍ରଶାସନ ହାଲୁକା ଭାବେ ନେଉଛି। ଯାହାଫଳରେ ନିୟମିତ ଭାବରେ ଏସବୁ ଲଘୁ ଖଣିଜ ଲୁଟ ହେଉଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ବିଭାଗର ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି, ଏଯାଏ ମୋରମ୍‌ ଲୁଟ୍‌ ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ। ତଥାପି ଆବଶ୍ୟକ ତଦନ୍ତ କରି ବିହତ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri