ପାଣି ଘେରରେ ମୋରଡା: ପୋଲ ଉପରେ ୩ ଫୁଟ ର ବନ୍ୟା ଜଳ , ଯୋଗାଯୋଗ ବିଚ୍ଛିନ୍ନ

ମୋରଡା,୨୯।୬(ସ୍ମାରକ ମାଜୀ): ଲଘୁଚାପ ଜନିତ ବର୍ଷାରେ ମୟୂରଭଞ୍ଜ ଜିଲା ମୋରଡା ଏବଂ ରାସଗୋବିନ୍ଦପୁର ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇିଛି । ଷନିବାର ରାତି ତମାମ ଅଞ୍ଚଳରେ ବର୍ଷା ହେବା ଫଳରେ ରବିବାର ବ୍ଲକର ବାରିପଦା-ଜଳେଶ୍ୱର ମୁଖ୍ୟ ରାସ୍ତାର ଚିତ୍ରଡା ଜମ୍ଭୀରା ନଦୀର ଶିଳଦା ପୋଲ ଉପରେ ବିପଦ ସଂକେତ ଉପରେ ରହିଛି। ପୋଲ ଉପରେ ତିନି ଫୁଟ ଉଚ୍ଚର ବନ୍ୟା ଜଳ ପ୍ରଭାବିତ ହେବାରୁ ଯୋଗାଯୋଗ ବିଛିନ୍ନ ହୋଇଛିl ସେହିପରି ଚିତ୍ରଡା ଅଞ୍ଚଳର ଦୀନେଶ ବେହେରାଙ୍କ ଘର ଭିତରେ ୮ଫୁଟ ଉଚ୍ଚର ପାଣି ପଶି ଯାଇଥିବାରୁ ସେ କ୍ଷତିଗ୍ରସ୍ତ ହୋଇଛନ୍ତି । ମୋରଡା ବ୍ଲକ ଅଧୀନ ବରକନ୍ଦ ପଞ୍ଚାୟତର ଇଟାମୁଣ୍ଡାଇ, ତେନ୍ତୁଳିବାଟି ଗ୍ରାମ ପାଣି ଘେରରେ ଅଛ। ପ୍ରଶାସନ ତରଫରୁ ପିଇଓ, ଦମକଳ ବାହିନୀ ପହଞ୍ଚିଥିବାର ଦେଖିବାକୁ ମିଳିଛି। ସେହିପରି ଓଡ୍ରାଫ ଟିମକୁ ଖବର ଦିଆଯାଇଛି । ମୋରଡା ପଞ୍ଚାୟତ ପଟାକୁଣ୍ଡିଆ ଗ୍ରାମ ପାଣି ଘେରରେ ଥିବା ବେଳେ ପାଞ୍ଚଗୁଛିଆ ଗ୍ରାମରେ ଥିବା କିଛି ଘରକୁ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି ।
ସେହିପରି ବାରିପଦା-ଚିତ୍ରଡା-ଅମର୍ଦା ରାଜ୍ୟ ରାଜପଥର ରାସଗୋବିନ୍ଦପୁର ବ୍ଲକ ଅଧୀନ ଜମ୍ଭୀରା ନଦୀର ଭଡରାନଣ୍ଡା ପୋଲ ଉପରେ ବନ୍ୟାଜଳ ପ୍ରଭାବିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି l ରାସଗୋବିନ୍ଦପୁର ବ୍ଲକ ଅଧୀନ କାଟୁଣି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ସାରୁମୂଳା ପଂଚାୟତର ଜୁଡ଼ପୋଡା, ବଣକାଟି, ସାନମାଣିଦା, ଏକତାଳି, ତୋଟାପୋଡା ପଞ୍ଚାୟତର ମୁରୁଡ଼ା, ପଦ୍ମତୋଳିଆ, ପିଙ୍ଗୁଡ଼ି ଗ୍ରାମ ପାଣି ଘେରରେ ଥିବାର ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି...

ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା,୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟ ମେଡ଼ିକାଲ କଲେଜରେ ଜଣେ କର୍ମଚାରୀଙ୍କ ଭୁଲ ଇଞ୍ଜେକଶନ ଯୋଗୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ...

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀଙ୍କୁ ୨କି.ମି. ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ...

ନିର୍ବାଚନ ହାରିବା ପରେ ଏହି କମ୍ପାନୀରେ ଚାକିରି କଲେ ଋଷି ସୁନକ, ଦରମା ପାଇବେ ମାତ୍ର…

ଇଂଲଣ୍ଡ,୮।୭: ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପୁଣି ଥରେ ଗୋଲ୍ଡମ୍ୟାନ ସାକ୍ସରେ ବରିଷ୍ଠ ପରାମର୍ଶଦାତା ଭାବରେ ଯୋଗ ଦେଉଛନ୍ତି। ଉଲ୍ଲେଖନୀୟ ଯେ ସେ ୨୦୦୧...

କାରଗିଲ୍‌ ଯୁଦ୍ଧରେ ଲଢ଼ିଥିବା ଯବାନ ଶରତଚନ୍ଦ୍ରଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ରିଷିଡା,୮।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଶରତଚନ୍ଦ୍ର ଦଣ୍ଡସେନାଙ୍କ ମଙ୍ଗଳବାର ନିଜ ବାସଭବନରେ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା...

Explained: ବିଶ୍ୱଯୁଦ୍ଧ-୩ ପାଇଁ ସ୍କ୍ରିପ୍ଟ  ହେଉଛି ପ୍ରସ୍ତୁତ! ତେଲ ବଦଳରେ ହତିଆର କିଣିବାରେ ବ୍ୟସ୍ତ ଏସବୁ ଦେଶ

ନୂଆଦିଲ୍ଲୀ,୮।୭: ଯଦି ଆମେ ତିନି ବର୍ଷ ପୂର୍ବର ବିଶ୍ୱ ଇତିହାସର ପୃଷ୍ଠା ଓଲଟାଇବା, ତେବେ କେହି ଭାବି ନ ଥିଲେ ଯେ ରୁଷିଆ ୟୁକ୍ରେନ ଉପରେ...

ସରିଲା ନିଳାଦ୍ରୀବିଜେ: ରସଗୋଲା ଦେଇ ମା’ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତେ

ବାଲିଗୁଡା,୮।୭:(ସଞ୍ଜୟ କୁମାର ପାଣିଗ୍ରାହୀ): ସରିଲା ଘୋଷଯାତ୍ରା। ୧୨ ଦିନର ଲୀଳାଖେଳା ଶେଷ କରି ନୀଳାଦ୍ରିବିଜେ କରିଛନ୍ତି ନୀଳାଦ୍ରିନାଥ । ରଥରେ ବଡ ଭାଇ ଭଉଣୀଙ୍କୁ ସାଙ୍ଗରେ...

ପ୍ଲେନକ୍ରାଶ୍‌କୁ ନେଇ ଏୟାର ଇଣ୍ଡିଆର ସବୁଠୁ ବଡ଼ ଚାଞ୍ଚଲ୍ୟକର ଖୁଲାସା, କହିଲା ବିମାନରେ…

ନୂଆଦିଲ୍ଲୀ,୮।୭: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କରେ ସଂସଦର ପବ୍ଲିକ ଆକାଉଣ୍ଟ୍ସ କମିଟି (PAC) ନିକଟରେ ଏୟାର ଇଣ୍ଡିଆ ତାର ଉତ୍ତର ଦାଖଲ କରିଛି। କମ୍ପାନୀ ବୋଇଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri