ରୋଗ ପ୍ରତିରୋଧକ ଶକ୍ତି ବଢାଏ ଡାଲି ପାଣି

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ ଏହାର ପାଣି ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ମୁଗ ଡାଲିରେ ମାଙ୍ଗାନିଜ୍‌, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌, କପର୍‌, ଏବଂ ଅନେକ ପ୍ରକାରର ଭିଟାମିନ୍‌ ଭରପୂର୍‌ ଥାଏ। ମୁଗଡାଲିର ପାଣି ମଧ୍ୟ ଅନେକ ଫାଇଦା ଦେଇଥାଏ। ମୁଗଡାଲି ପାଣି ପାଇଁ ସାମାନ୍ୟ ପ୍ରଣାଳୀରେ ଡାଲି ତିଆରି କରିବା ପରେ ୨ କପ୍‌ ପାଣି ଅଧିକ ଦେବାକୁ ପଡ଼ିଥାଏ। ଡାଲି ଭଲ ଭାବେ ସିଝିଗଲା ପରେ ସେଥିରୁ ପାଣିକୁ ଛାଣି ପିଇବାକୁ ପଡ଼େ। ମୁଗଡାଲି ପାଣି ସେବନ ଦ୍ୱାରା ଶରୀରରେ ମହଜୁଦ୍‌ ମଇଳା ନିଷ୍କାସିତ ହୋଇଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡାଣ୍ଟ, ଶରୀରକୁ ପୋଷଣ ଦେଇଥାଏ। ଏଥିରେ ଫାଇବର୍‌ ମାତ୍ରା ପ୍ରଚୁର ଥିବାରୁ ପାକସ୍ଥଳୀ ଏବଂ ଯକୃତକୁ ପରିଷ୍କାର ରଖିଥାଏ। ପିଲାଠୁ ବୟସ୍କ ବ୍ୟକ୍ତି, ପ୍ରତ୍ୟେକଙ୍କ ପାଇଁ ଏହା ସ୍ବାସ୍ଥ୍ୟପ୍ରଦ। କେବଳ ସେତିକି ନୁହେଁ, ମୁଗଡାଲି ପାଣି ସେବନ ଦ୍ୱାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ହୋଇଥାଏ। ଏହା ଶରୀରକୁ ଶକ୍ତି ପ୍ରଦାନ କରି ଓଜନ ହ୍ରାସ କରିଥାଏ।