ବୃହସ୍ପତିର ଚନ୍ଦ୍ର

ଏବେ ରାତ୍ରି ଆକାଶରେ ଏକ ଉଜ୍ଜ୍ୱଳ ତାରା ଦୃଶ୍ୟ ହେଉଛି। ଏହି ତାରାକୁ ସନ୍ଧ୍ୟା ହେଉ ହେଉ ମଧ୍ୟ ଦେଖିବାକୁ ମିଳୁଛି ଏବଂ ଏହା ପ୍ରାୟ ଛଅ ଘଣ୍ଟାକାଳ ଆକାଶରେ ରହି ମଧ୍ୟରାତ୍ରି ବେଳକୁ ଅସ୍ତ ଯାଉଛି। ଏହା କିନ୍ତୁ ଏକ ତାରା ନୁହେଁ; ଆମ ସୌରଜଗତର ବୃହତ୍ତମ ଗ୍ରହ ବୃହସ୍ପତି। ଦୂରବୀକ୍ଷଣ ଯନ୍ତ୍ରରେ ଚାହିଁଲେ ଏହା ଚାରୋଟି ବଡ଼ ବଡ଼ ଚନ୍ଦ୍ରଙ୍କୁ ମଧ୍ୟ ସ୍ପଷ୍ଟ ଦେଖି ହେଉଛି। ଏହି ଚନ୍ଦ୍ରମାନଙ୍କୁ ୧୬୧୦ ଖ୍ରୀଷ୍ଟାବ୍ଦରେ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଆବିଷ୍କାର କରିଥିଲେ। ଏହି ଚନ୍ଦ୍ରସବୁ ହେଲେ: ଆୟୋ, ୟୁରୋପା, କ୍ୟାଲିଷ୍ଟୋ ଓ ଗ୍ୟାନିମିଡ୍‌। ଏହି ଚନ୍ଦ୍ରମାନଙ୍କୁ ମୂଳ ଗ୍ରହର ବିଷୁବରେଖା ଉପରେ ଧାଡ଼ି ହୋଇ ରହିଥିବାର ଦେଖି ହେଉଛି। କିଛି ସମୟ ଛାଡ଼ି ଲକ୍ଷ୍ୟ କଲେ, ଏହି ଚନ୍ଦ୍ରମାନେ ବୃହସ୍ପତି ଗ୍ରହ ଚାରିପଟେ ଘୂରୁଥିବାର ମଧ୍ୟ ଦେଖିହେବ ଯାହା ସେମାନଙ୍କ ପରିବର୍ତ୍ତନଶୀଳ ଅବସ୍ଥାନରୁ ଜଣାପଡ଼ିବ। ଚନ୍ଦ୍ରଗୁଡ଼ିକ ମଧ୍ୟରୁ କେତେବେଳେ ମୂଳଗ୍ରହର ଉଭୟ ପଟେ ଦୁଇଟି ଓ ଅନ୍ୟପଟେ ତିନୋଟି ରହି ଥିବାର ଦେଖି ହେବ ତ ଆଉ କେତେବେଳେ ସମୁଦାୟ ଚାରୋଟି ଚନ୍ଦ୍ର ପରିବର୍ତ୍ତେ ତିନୋଟି, ଦୁଇଟି କିମ୍ବା କେବଳ ଗୋଟିଏକୁ ଦେଖିବା ସମ୍ଭବ ହୋଇଥାଏ। ଚନ୍ଦ୍ରସବୁ ଗ୍ରହ ଚାରିପଟେ ଘୂରିଘୂରି ଗ୍ରହ ପଛପଟକୁ ଚାଲିଗଲେ ସେମାନଙ୍କୁ ଆଉ ଦେଖିବା ସମ୍ଭବ ହୁଏ ନାହିଁ। ଭୟେଜର-୧ ଓ ଭୟେଜର-୨ ମହାକଶ ଯାନଦ୍ୱୟ ଏହି ଗ୍ରହଟିର ପାଖ ଦେଇ ଗତିକରି ଏହାର ଚନ୍ଦ୍ରମାନଙ୍କ ସମ୍ପର୍କରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି।
ଜୀବନର ସଙ୍କେତ: ୟୁରୋପା
ୟୁରୋପା ଆକାରରେ ଆମ ପୃଥିବୀର ଚନ୍ଦ୍ରଠାରୁ ସାମାନ୍ୟ ଛୋଟ। ଏହାର କଠିନ ବରଫାବୃତ ଚଟାଣ ତଳେ ତରଳ ଜଳରାଶିର ସମୁଦ୍ର ବିଦ୍ୟମାନ, ଯେଉଁଠି ଆଗାମୀ ଦିନରେ କିଛି ଜୀବନସତ୍ତା ବିକଶିତ ହେବାର ସମ୍ଭାବନା ରହିଛି। ଭୟେଜର-୨ ମହାକାଶ ଯାନର ଫଟୋସବୁରୁ ୟୁରୋପାର ପୃଷ୍ଠରେ କିଛି ଉଲ୍‌କାପାତ ଜନିତ ଗହ୍ବରର ସନ୍ଧାନ ମିଳିଛି। ଏହା ପୃଷ୍ଠରେ ମଧ୍ୟ ହଜାର ହଜାର କିଲୋମିଟର ବ୍ୟାପୀ ସୁଦୀର୍ଘ ସମାନ୍ତରାଳ ପ୍ରାଚୀରମାଳା ବିସ୍ତୃତ, ଯାହା ଏହାର ବରଫାବୃତ ପୃଷ୍ଠ ଉପରେ କଳାରେଖା ସଦୃଶ ପ୍ରତୀୟମାନ ହେଉଛି।
ବିଶାଳ ଗ୍ୟାନିମିଡ୍‌
ବୃହସ୍ପତିର ଅନ୍ୟତମ ଚନ୍ଦ୍ର ଗ୍ୟାନିମିଡ୍‌ ଆମ ସୌରଜଗତର ମଧ୍ୟ ବୃହତ୍ତମ ଚନ୍ଦ୍ର। ଏହା ଆକାରରେ ବୁଧ ଗ୍ରହଠାରୁ ମଧ୍ୟ ବଡ଼ ଏବଂ ଆମ ପୃଥିବୀର ଚନ୍ଦ୍ରଠାରୁ ଦେଢ଼ ଗୁଣ ବଡ଼। ‘ଭୟେଜର-୨’ର ଫଟୋସମୂହରୁ ଏହା ପୃଷ୍ଠରେ ଥିବା ଅନେକ ରୂପରେଖ ଆମ ପୃଥିବୀ ସହିତ ସାମଞ୍ଜସ୍ୟ ଥିବାର ଜଣାପଡୁଛି। ଏହା ପୃଷ୍ଠରେ ଅନେକ ସମାନ୍ତରାଳ ଫାଟ ଦେଖାଯାଏ ଯାହା ଆମ ପୃଥିବୀର ପ୍ରଶାନ୍ତ ମହାସାଗର କିମ୍ବା ଆଣ୍ଟଲାଣ୍ଟିକ ମହାସାଗର ତଳ ସଦୃଶ ଦୃଶ୍ୟମାନ ହେଉଛି। ଏହା ପୃଷ୍ଠରେ ମଧ୍ୟ ଉଲ୍‌କାପାତ ଜନିତ କିଛି ଗହ୍ବର ପରିଲକ୍ଷିତ ହେଉଛି।
ଉତ୍ତପ୍ତ ଚନ୍ଦ୍ର ଆୟୋ
ବୃହସ୍ପତିର ସବୁଠାରୁ ବୈଚିତ୍ର୍ୟମୟ ଚନ୍ଦ୍ର ହେଲା ଆୟୋ। ଏହାର ଅଭ୍ୟନ୍ତର ଅତ୍ୟନ୍ତ ଉତ୍ତପ୍ତ ଓ ପୃଷ୍ଠଦେଶ ଅତି ରୁକ୍ଷ ଓ ଅନେକ ଆଗ୍ନେୟଗିରିରେ ପରିପୂର୍ଣ୍ଣ। ଆମ ପୃଥିବୀର ଆଗ୍ନେୟଗିରିର ମୁଖ (ଗହ୍ବର) ସବୁ ଶିଖରରେ ଅବସ୍ଥିତ ଥିଲାବେଳେ ଆୟୋ ଆଗ୍ନେୟଗିରିର ମୁଖ ସିଧାସଳଖ ଏହାର ପୃଷ୍ଠ ଉପରେ ବିଦ୍ୟମାନ। ମାତ୍ର ଏଥିରୁ ଲାଭା ପରିବର୍ତ୍ତେ ତରଳ ଗନ୍ଧକର ସ୍ରୋତ ଅନବରତ ନିର୍ଗତ ହୁଏ। ଆୟୋର ଏହି ଅସ୍ବାଭାବିକ ତାପମାତ୍ରା ପାଇଁ ମୁଖ୍ୟତଃ ଦୁଇଟି କାରଣକୁ ଦାୟୀ କରାଯାଏ : ପ୍ରଥମତଃ ଏହାର ଗୋଟିଏ ପଟେ ବୃହସ୍ପତି ଓ ଅନ୍ୟ ପଟେ ଏହାର ଅନ୍ୟ ଚନ୍ଦ୍ରଗଣଙ୍କ ବିପରୀତମୁଖୀ ପ୍ରଚଣ୍ଡ ମହାକର୍ଷଣ ବଳର ସମ୍ମୁଖୀନ ହେବା ଦ୍ୱାରା କ୍ରମାଗତ ସଙ୍କୋଚନ ଓ ପ୍ରସାରଣ ଜନିତ ଘର୍ଷଣ ବଳରେ ବିପୁଳ ତାପ ସଷ୍ଟି ହେଉଛି। ଦ୍ୱିତୀୟତଃ ଆୟୋ ବୃହସ୍ପତିର ପ୍ରଚଣ୍ଡ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ଗତି କରିବା ଯୋଗୁ ଉଚ୍ଚ ବିଦ୍ୟୁତ ସ୍ରୋତ ଉତ୍ପନ୍ନ ହୋଇ ତାପଶକ୍ତିରେ ରୂପାନ୍ତରିତ ହେଉଛି।
ପ୍ରାଚୀନ ଗହ୍ବର ସ୍ମୃତି: କ୍ୟାଲିଷ୍ଟୋ
ବୃହସ୍ପତିର ଅନ୍ୟତମ ଚନ୍ଦ୍ର କ୍ୟାଲିଷ୍ଟୋ ଗ୍ୟାନିମିଡ୍‌ଠାରୁ ସାମାନ୍ୟ ଛୋଟ। ଏହାର ବରଫାବୃତ ଚଟାଣ ତଳେ ଅନେକ ପୁରାତନ ଓ ବିଶାଳକାୟ ଗହ୍ବର ସାଇତା ହୋଇ ରହିଛି, ଯାହା ସମ୍ଭବତଃ ସୌରଜଗତର ଆଦ୍ୟକାଳରେ ଉଲ୍‌କାପାତଜନିତ ଆଘାତ ଯୋଗୁ ସଷ୍ଟି ହୋଇଥିଲା। ଏହି ଗହ୍ବରସବୁ ଆକାରରେ ଗୋଲାକାର ଜଣାପଡୁଛନ୍ତି। ମାତ୍ର ଏଠାରେ ଆମର ଚନ୍ଦ୍ର ପରି ଗହ୍ବର ଚାରିପଟେ ପରିବେଷ୍ଟିତ ପ୍ରାଚୀର କିମ୍ବା ସୁଉଚ୍ଚ ଶିଖରୀ ଦେଖିବାକୁ ମିଳେ ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର,ଭୋପାଳ, ମଧ୍ୟପ୍ରଦେଶ
ମୋ :୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri