Categories: ଜାତୀୟ

ମାସେ ପରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ…

ଶିମଲା,୮।୧ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କ୍ୟାବିନେଟ ରବିବାର ସମ୍ପ୍ରସାରିତ ହୋଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ୭ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ, ସୋଲାନର ସର୍ବ ପୁରାତନ ବିଧାୟକ ଧନି ରାମ ଶାଣ୍ଡିଲ୍ୟ ଶପଥ ଗ୍ରହଣ କରିଥିଲେ। ଏହା ପରେ ସିରମୌର ଶିଲାଇରୁ ୬ଥର ବିଧାୟକ ହୋଇଥିବା ହର୍ଷବର୍ଦ୍ଧନ ଚୌହ୍ବାନ, କିନ୍ନରର ପୂର୍ବତନ ଡେପୁଟି ସ୍ପିକର ଜଗତ ସିଂ ନେଗି , ଶିମଲା ଗ୍ରାମ୍ୟର ବିକ୍ରମାଦିତ୍ୟ ସିଂ, କଙ୍ଗଡର ଜବାଲିରୁ ଚନ୍ଦର କୁମାର, କୁସମପଟ୍ଟିରୁ ଅନିରୁଦ୍ଧ ସିଂ ଏବଂ ଜୁବଲ-କୋଟଖାଇର ଚାରିଥର ବିଧାୟକ ରୋହିତ ଠାକୁର ପ୍ରମୁଖ ମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

Share