ୟୁଟ୍ୟୁବ୍‌ରୁ ମାସିକ ରୋଜଗାର ଲକ୍ଷେ

ବିଭୁ ପ୍ରସାଦ ବେହେରା
ଭଦ୍ରକ ଅଫିସ, ୪।୧୧: ଦେବଦେବୀଙ୍କ ପ୍ରତିମାଠାରୁ ଆରମ୍ଭ କରି ଫଟୋଫ୍ରେମ୍‌, ଫୁଲଦାନି। ତା’ ସାଙ୍ଗକୁ ଭଳିକି ଭଳି ଘର ସାଜସଜ୍ଜା ଉପକରଣ। ଦୁର୍ମୂଲ୍ୟ ଧାତୁରେ ନୁହେଁ, ଅଦରକାରୀ ବର୍ଜ୍ୟରେ ପ୍ରସ୍ତୁତ ହୋଇଛି ଏଭଳି ସୁନ୍ଦର କଳାକୃତି। ଆଉ ଯାହାଙ୍କ ଯାଦୁକରୀ ସ୍ପର୍ଶରେ ଆବର୍ଜନା ଜୀବନ୍ତ ରୂପ ନେଇଛି, ସେ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ତରାଗୋ ଗ୍ରାମର ନିରଞ୍ଜନ ଖଟୁଆଙ୍କ ଝିଅ ଅର୍ପିତା। ଏହି ଉଚ୍ଚଶିକ୍ଷିତା ଯୁବତୀ କରୋନା ମହାମାରୀ ସମୟରେ ନିଜର ସୃଜନଶୀଳତାର ଠିକଣା ବିନିଯୋଗ କରି ସୃଷ୍ଟି କରିଛନ୍ତି ପରିଚୟ। ୟୁଟ୍ୟୁବ୍‌ ମାଧ୍ୟମରେ ନିଜସ୍ବ ହସ୍ତକଳାକୃତିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ଉଦାହରଣ ସୃଷ୍ଟି କରିଛନ୍ତି ଅର୍ପିତା।
ସ୍ନାତକ ପାସ୍‌ କରିବା ପରେ ସିଟି ପ୍ରଶିକ୍ଷଣ ନେଇଛନ୍ତି ଅର୍ପିତା। ତେବେ ସିଟି ତାଲିମ ନେବା ସମୟରେ ହଷ୍ଟେଲରୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ସୃଜନଶୀଳତାର ଯାତ୍ରା। ସହପାଠୀଙ୍କ ଜନ୍ମଦିନ, ବିଭିନ୍ନ ଦିବସରେ ସେ ପେପର, କଲର, ପିଚୁ ବୋର୍ଡ ସହାୟତାରେ ତିଆରି କରୁଥିଲେ ଶୁଭେଚ୍ଛା କାର୍ଡ। ଏଥିସହ ହାତପାହାନ୍ତାରେ ମିଳୁଥିବା ସାମଗ୍ରୀକୁ ବ୍ୟବହାର କରି ତିଆରି କରୁଥିଲେ ଆକର୍ଷଣୀୟ ଓ୍ବାଲ୍‌ ହାଙ୍ଗିଙ୍ଗ। କେବଳ ଏତିକି ନୁହେଁ, ଅଦରକାରୀ ଖବର କାଗଜ, ଆଇସ୍କ୍ରିମ ଚାମଚ, କାଠି ବ୍ୟବହାର କରି ବିଭିନ୍ନ ସୌଖୀନ ସାମଗ୍ରୀ ନିର୍ମାଣ କରିବା ଆରମ୍ଭ କଲେ। କାମ ପ୍ରତି ରହିଥିବା ନିଷ୍ଠା ଏବଂ ପରିଶ୍ରମ ଯୋଗୁ ସେ ଖୁବ୍‌ କମ୍‌ ଦିନରେ ଏଥିରେ ସିଦ୍ଧହସ୍ତ ହୋଇଗଲେ। ନିଜର କଳାକୃତିକୁ ମାର୍କେଟିଂ କରିବାକୁ ତାଙ୍କ ବଡ଼ଭାଇ ପରାମର୍ଶ ଦେବା ପରେ ସେ ଆଉ ପଛକୁ ହଟିନାହାନ୍ତି। ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ‘କ୍ରାଫ୍ଟ ଗ୍ୟାଲେରି’ରେ ହାତତିଆରି କଳାକୃତି ଗୁଡ଼ିକୁ ଭିଡିଓ କରି ଛାଡ଼ିବା ଆରମ୍ଭ କଲେ। ତେବେ ପ୍ରଥମେ ସେତେଟା ସଫଳତା ମିଳି ନ ଥିଲା। ପରବର୍ତ୍ତୀ ସମୟରେ ହସ୍ତକଳା ନିର୍ମାଣ କୌଶଳକୁ ଏଡିଟିଂ କରି ଭିଡିଓ କରିବା ପରେ ଧୀରେ ଧୀରେ ଏହା ଲୋକପ୍ରିୟ ହେବାକୁ ଲାଗିଲା। ସବ୍‌ସ୍କ୍ରାଇବର ସଂଖ୍ୟା ୧ ଲକ୍ଷ ଟପିବା ପରେ ୟୁଟ୍ୟୁବ୍‌ରୁ ବିଜ୍ଞାପନ ମିଳିବା ଆରମ୍ଭ ହେଲା। ଏବେ ତାଙ୍କ ଫଲୋର୍ସ ସଂଖ୍ୟା ୮ କୋଟି ଟପିଛି। ପ୍ରଥମେ ମାସକୁ ମାତ୍ର ୪-୫ ହଜାର ଟଙ୍କା ରୋଜଗାର ହେଉଥିବାବେଳେ ୟୁଟ୍ୟୁବ୍‌ ବିଜ୍ଞାପନ ମିଳିବା ପରେ ଏହା ଲକ୍ଷେ ଟପିଛି। ଆଗାମୀ ଦିନରେ ଏହାକୁ ଆହୁରି ଆଗକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ଅର୍ପିତା।
ଉଚ୍ଚଶିକ୍ଷିତା ଝିଅ ସରକାରୀ ଚାକିରି କରୁ ବୋଲି ଚାହୁଁଥିବା ବାପା ପ୍ରଥମେ ଏଭଳି କାର୍ଯ୍ୟକୁ ବିରୋଧ କରୁଥିଲେ। ହେଲେ କଳାର ମହତ୍ତ୍ୱ ସୁଦୂରପ୍ରସାରୀ ହେବା ପରେ ସେ ବି ଦେଉଛନ୍ତି ଭରପୂର ସମର୍ଥନ। କେବଳ ଏତିକି ନୁହେଁ, ଅର୍ପିତାଙ୍କ ହାତ ତିଆରି କଳାକୃତି ଦେଖିବା ଲାଗି ପ୍ରତିଦିନ ଶତାଧିକ ଲୋକେ ଭିଡ଼ ଜମାଉଛନ୍ତି। ଅର୍ପିତାଙ୍କ ଏଭଳି ସଫଳତାକୁ ନେଇ ଗ୍ରାମବାସୀ ଗର୍ବ ଅନୁଭବ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ସାମରିକ ଆକ୍ରମଣରେ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ କରିଥିବା ମୁଖ୍ୟ କାର୍ପଟଦାର ନିହତ!

ଜେରୁଜେଲମ,୨୬।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇସ୍ରାଏଲ ଏକ ବଡ଼ ଦାବି କରିଛି। ଜଣେ ଇସ୍ରାଏଲୀ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଇରାନର IRGC ନୌସେନାର ମୁଖ୍ୟ ଆଲିରେଜା…

ପଞ୍ଚାୟତ ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖାର ପ୍ରତିବାଦ, ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ…

ପଟ୍ଟାଙ୍ଗି,୨୬ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅଣଦେଖା ପ୍ରତିବାଦ କରି ବ୍ଲକ ମୁଖ୍ୟ ଫାଟକ ସମ୍ମୁଖରେ ଜିଲାପରିଷଦ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଯୁଦ୍ଧ ରୋକିବା ପାଇଁ ଭାରତ ଉପରେ କାହିଁକି ନିର୍ଭର କରୁଛି ଇରାନ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ,୨୬।୩: ଗତକାଲି ନୂଆଦିଲ୍ଲୀରେ ଦେଇଥିବା ବିବୃତ୍ତିରେ, ଇରାନ ରାଷ୍ଟ୍ରଦୂତ ମହମ୍ମଦ ଫଥାଲି ଇରାନ-ଇସ୍ରାଏଲ ବିବାଦରେ ଭାରତକୁ ଏକ ନିର୍ଭରଯୋଗ୍ୟ ମଧ୍ୟସ୍ଥି ଭାବରେ ବର୍ଣ୍ଣନା କରିଥିଲେ, ଯାହା ମଧ୍ୟପ୍ରାଚ୍ୟରେ…

ଜଳଖିଆ ହେଲା କାଳ! ଝାଡାବାନ୍ତି ପରେ ହସ୍ପିଟାଲରେ ୧୯ଛାତ୍ରୀଛାତ୍ର

ସୁନ୍ଦରଗଡ,୨୬।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ପଞ୍ଚାୟତ ହାଇସ୍କୁଲ ର ୧୯ଜଣ ଛାତ୍ରୀଛାତ୍ର ଝାଡାବାନ୍ତିରେ ଆକ୍ରାନ୍ତହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥଙ୍କ…

ସାଇକେଲରେ ବିଦ୍ୟାଳୟ ଯାଉଥିଲେ ଦୁଇ ଛାତ୍ର, ପାଚେରିରେ ପିଟି ହୋଇ…

ମୋହନା,୨୬ା୩(ମନ୍ମଥ ମିଶ୍ର): ସାଇକେଲରେ ବିଦ୍ୟାଳୟକୁ ଯିବା ବେଳେ ପାଚେରିରେ ପିଟି ହୋଇ ଦୁଇ ଛାତ୍ର ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା…

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri