Categories: ଜାତୀୟ

ଫେରିଯିବ ମୌସୁମୀ

ନୂଆଦିଲ୍ଲୀ,୧୫ ।୧୦: ଦେଶର ପ୍ରାୟ ସମସ୍ତ ଭାଗରୁ ମୌସୁମୀ ଫେରି ଯାଇଛି କହିଲେ ଚଳେ । ଓଡ଼ିଶାର କିଛି ଭାଗରେ ଓ ପୂର୍ବ ଭାରତର କିଛି ଅଂଶ ସହ ଦକ୍ଷିଣ ଭାରତରେ ବି ମୌସୁମୀ ଏପଯ୍ୟନ୍ତ ସାମାନ୍ୟ ରହିଛି । ଶୁକ୍ରବାର ସୁ୍‌ଦ୍ଧା ଦେଶରୁ ମୌସୁମୀ ଫେରିଯିବା ସହ ତାପମାତ୍ରାରେ ପରିବର୍ତ୍ତନ ହେବ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ଚଳିତ ବର୍ଷ ମୌସୁମୀ ଫେରିବାକୁ ବିଳମ୍ବ କରିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି । କାରଣ ଏହା ୧୭ ସେପ୍ଟେମ୍ବର ସୁଦ୍ଧା ଫେରଯିବା କଥା ହେଲେ ଚଳିତ ବର୍ଷ ଏହା ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିଛି । ଏବେ ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି କି ଦେଶରୁ ଶୁକ୍ରବାର ସୁଦ୍ଧା ମୌସୁମୀ ସମ୍ପୂର୍ଣ୍ଣ ଭାବେ ଫେରିଯିବ । କିନ୍ତୁ ଦେଶର କିଛି ଅଂଶରେ ଅଳ୍ପ ପରିମାଣରେ ବର୍ଷା ହୋଇପାରେ । ଉତ୍ତର ପ୍ରଦେଶ ଓ ଦିଲ୍ଲୀ ଏନ୍‌ସିଆର୍‌ରେ ସମାନ୍ୟ ବର୍ଷା ସମ୍ଭାବନା ଥିବା ବେଳେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବର୍ଷା ହେବା ପରେ ଉତ୍ତର-ପଶ୍ଚିମ ଭାରତରେ ତାପମାତ୍ରା କମ୍ ହେବା ସହ ପ୍ରଦୂଷଣ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

Share