ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୪୮ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ଛୁଇଁବ ମୌସୁମୀ। ଏଥିପାଇଁ ସ୍ଥିତି ଅନୁକୂଳ ରହିଥିବା ବେଳେ ଗୁରୁବାରଠାରୁ ବର୍ଷା ଆରମ୍ଭ ହୋଇପାରେ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଫଳରେ ଆଗାମୀ ୫ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ। ସୂଚନାଯୋଗ୍ୟ, ଏହାପୂର୍ବରୁ ଜୁନ ୩ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ।