Categories: ଜାତୀୟ

ମନ୍ତ୍ରୀଙ୍କ ହାତରୁ କାଗଜ ଛଡାଇ ଚିରି ଦେଲେ ଟିଏମ୍‌ସି ଏମ୍‌ପି

ନୂଆଦିଲ୍ଲୀ,୨୨।୭: ସଂସଦର ମୌସୁମୀ ଅଧିବେଶନ ଚାଲିଥିବାବେଳେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଉଭୟ ଗୃହ ଅଚଳ ହୋଇପଡିଛି। ଇସ୍ରାଏଲ ସଫ୍ଟୱେୟାର ପେଗାସସରେ ୩୦୦ ଜଣ ଭାରତୀୟଙ୍କ ଗୁପ୍ତଚର ଅଭିଯୋଗରେ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟ ସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରସଙ୍ଗରେ ବିବୃତ୍ତି ଦେବାକୁ ଉଠିବା ମାତ୍ରେ, ତୃଣମୂଳ କଂଗ୍ରେସ ଏମ୍‌ପିମାନେ ମନ୍ତ୍ରୀଙ୍କ ହାତରୁ କାଗଜଗୁଡ଼ିକୁ ଛଡ଼ାଇ ନେଇ ଚିରି ଦେଇଥିଲେ। ସେମାନେ ଚେୟାରର ନିକଟରେ ଏକତ୍ରିତ ହୋଇ ହୋହାଲ୍ଲା କରିଥିଲେ। ଏହା ପରେ ଗୃହ କାର୍ଯ୍ୟ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ଦଳମାନେ ସଂସଦର ଉଭୟ ଗୃହରେ ପେଗାସସକୁ ନେଇ ହୋହାଲ୍ଲା କରୁଛନ୍ତି।

Share