Categories: ଜାତୀୟ

ମହଙ୍ଗା ମାଡକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହେଲେଣି ସରକାର, ସୋମବାରରୁ ଦୁଇ ଦିନ ଚାଲିବ ଗୃହ

ନୂଆଦିଲ୍ଲୀ,୩୧ ।୭: ବିରୋଧିଙ୍କ ବିରୋଧ ପରେ ଠପ୍ ହୋଇ ଯାଇଥିଲା ସଂସଦର କାର୍ଯ୍ୟ । ଏବେ ସରକାର ମହଙ୍ଗା ମାଡକୁ ନେଇ ଚର୍ଚ୍ଚା କରିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡିଛି । ସୋମବାର ଲୋକ ସଭାରେ ଓ ମଙ୍ଗଳବାର ରାଜ୍ୟ ସଭାରେ ଏହାକୁ ନେଇ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି । ନିୟମ ୧୯୩ ଅଧିନରେ ଲୋକ ସଭାରେ ସୋମବାର ଚର୍ଚ୍ଚା ପାଇଁ ସୂଚିତ କରାଯାଇଛି ।
ସେହିପରି ରାଜ୍ୟ ସଭାରେ ତା’ପରଦିନ ଅର୍ଥାତ୍ ମଙ୍ଗଳବାର ନିୟମ ୧୭୬ ଅନୁଯାୟୀ, ଏହା ଉପରେ ଚର୍ଚ୍ଚା ହେବ । ଏ ସମ୍ପର୍କିତ ଚର୍ଚ୍ଚା ପାଇଁ ଶିବସେନା ଏମ୍‌ପି ବିନାୟକ ରାଉତ ଓ କଂଗ୍ରେସ ଏମ୍‌ପି ମନିଷ ତିୱାରି ଲୋକ ସଭାରେ ଦେଇଛନ୍ତି । ଏପଟେ ରାଜ୍ୟ ସଭାରେ ଏନସିପି ଏମପି ଫୌଜିଆ ଖାଁ ନୋଟିସ ଦେଇଥିବା ଜଣାପଡିଛି । ଉଭୟ ଗୃହରେ ଏହାର ଜବାବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେବେ ବୋଲି ଅନୁମାନ କରାଯାଇଛି ।

Share