ମୌସୁମୀ ଆସୁଛି, ସରୁନି ଡ୍ରେନ୍‌ କାମ

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ଆସନ୍ତା ୨୦ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ହେଲେ ଏଯାଏ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଡ୍ରେନ୍‌ କାମ ସରିପାରି ନାହିଁ। ତେଣୁ ଚଳିତବର୍ଷ ମଧ୍ୟ ରାଜଧାନୀରେ ଜଳ ନିଷ୍କାସନ ସମସ୍ୟା ଉପୁଜିବା ସହ ସହର ବର୍ଷାଜଳରେ ଉବୁଟୁବୁ ହେବା ନେଇ ଏବେଠୁ ଆଶଙ୍କା ପ୍ରକାଶ ପାଇଲାଣି। ବର୍ଷ ଆରମ୍ଭରୁ ଡ୍ରେନ୍‌ ସ୍ଥିତି ନେଇ ବାରମ୍ବାର ବୈଠକ ହେଉଛି। କମିଶନରଙ୍କ ଅଧ୍ୟକ୍ଷତାରେ ମାର୍ଚ୍ଚ ୩ରେ ଏକ ସମନ୍ବୟ ବୈଠକ ମଧ୍ୟ ବସିଥିଲା। ୧୫ଦିନ ମଧ୍ୟରେ ସହରର ସମସ୍ତ ଡ୍ରେନ୍‌ର ସ୍ଥିତି ଅନୁଧ୍ୟାନ କରି ଜଳବନ୍ଦୀ ଥିବା ସ୍ଥାନରେ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜୁନ୍‌ ୩ ସୁଦ୍ଧା ସହରର ସମସ୍ତ ଡ୍ରେନ୍‌କୁ ସଫା କରିବାକୁ କୁହାଯାଇଥିଲା। ମାତ୍ର ତାହା ଠିକ୍‌ଭାବେ କାର୍ଯ୍ୟକାରୀ ନ ହେବାରୁ ଜୁନ୍‌ ୧୨ରେ ମେୟରଙ୍କ ଅଧ୍ୟକ୍ଷତାରେ ଆଉ ଏକ ବୈଠକ ବସିଥିଲା। ୭ଦିନ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ଥିବା ସମସ୍ତ ମୁଖ୍ୟ ଓ ଶାଖା ଡ୍ରେନଗୁଡିକ ସଫା କରିବାକୁ ସମସ୍ତ ଏଜେନ୍ସିଙ୍କୁ ମେୟର ନିର୍ଦ୍ଦେଶ ଦେଇଥିଲେ। ନଚେତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ତେବେ ଆଉ ୩ଦିନ ସମୟ ରହିଥିବାବେଳେ ଏଯାବତ୍‌ ସହରର ଅନେକ ଡ୍ରେନ୍‌ର ୫୦ ପ୍ରତିଶତ ମଧ୍ୟ ସଫା ହୋଇପାରି ନାହିଁ। ଏଜେନ୍ସିମାନେ ନିର୍ଦ୍ଦେଶକୁ ଖାତିର କରୁ ନ ଥିବାରୁ ବିଏମ୍‌ସିର ଚିନ୍ତା ବଢ଼ିଛି।
ବିଏମ୍‌ସିର ତଥ୍ୟ ଅନୁଯାୟୀ, ଚଳିତବର୍ଷ ସହରର ୬୭ଟି ଡ୍ରେନ୍‌ ସଫା ଓ ପୁନରୁଦ୍ଧାର ପାଇଁ ବିଏମ୍‌ସି ୫୭କୋଟି ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ବ୍ୟୟ ଅଟକଳ ରଖିଛି। ୧୦ଟି ମୁଖ୍ୟ ଡ୍ରେନ୍‌ର ସଫେଇ ସାଙ୍ଗକୁ ବିଏମ୍‌ସିର ସିଧାସଳଖ ତଦାରଖରେ ଥିବା ଓ୍ବାର୍ଡ ନଂ.୪, ୫ ଓ ୫୦ର ଡ୍ରେନ୍‌ କାମ ପାଇଁ ୨୨ଟି ପ୍ରକଳ୍ପରେ ୪କୋଟି ୨୬ଲକ୍ଷ ଟଙ୍କା ବ୍ୟୟବରରାଦ ହୋଇଛି। ଏସବୁ ଡ୍ରେନ୍‌ ସଫା କରିବାକୁ ୧୦ଟି ପ୍ୟାକେଜ୍‌ରେ ବିଭିନ୍ନ ଏଜେନ୍ସିକୁ ଦିଆଯାଇଛି। ସେଥିମଧ୍ୟରୁ ଓ୍ବାର୍ଡ ନଂ.୧,୨,୬,୭,୮,୧୩ ଓ ୧୪କୁ ଗୋଟିଏ ପ୍ୟାକେଜ୍‌ କରି ଏଜେନ୍ସିକୁ ଦିଆଯାଇଛି। ଓ୍ବାର୍ଡ ନଂ.୧ରେ ଥିବା ଡ୍ରେନ୍‌ର ଲମ୍ବ ୧୫.୬କିମି. ଥିବାବେଳେ ଓ୍ବାର୍ଡ ନଂ. ୨ରେ ୬କି.ମି., ଓ୍ବାର୍ଡ ନଂ. ୬ରେ ୧୩.୬ କି.ମି, ଓ୍ବାର୍ଡ ନଂ.୭ରେ ୨.୭ କି.ମି., ଓ୍ବାର୍ଡ ନଂ. ୮ରେ ୭ କି.ମି., ଓ୍ବାର୍ଡ ନଂ.୧୩ରେ ୬କି.ମି. ଏବଂ ଓ୍ବାର୍ଡ ନଂ.୧୪ରେ ୮କି.ମି. ଲମ୍ବର ଡ୍ରେନ୍‌ ରହିଛି। ୭ଟି ଓ୍ବାର୍ଡରେ ମୋଟ ୫୮.୪ କି.ମି. ଡ୍ରେନ୍‌ ରହିଥିବାବେଳେ ୪୨.୪ କି.ମି ଅର୍ଥାତ୍‌ ୭୩ % ଡ୍ରେନ୍‌ ସଫା କରାଯାଇଛି। ଓ୍ବାର୍ଡ ନଂ. ୩, ୯, ୧୦, ୧୨, ୧୬, ୨୦, ୨୧ ଓ ୨୬ରେ ଥିବା ମୋଟ ୭୪.୧ କି.ମି. ଡ୍ରେନ୍‌କୁ ସଫା କରିବା ପାଇଁ ପ୍ୟାକେଜ୍‌-୨ ଅନ୍ତର୍ଗତ ଅନ୍ୟଏକ ଏଜେନ୍ସିକୁ ଦିଆଯାଇଛି। ସେହିପରି ଅନ୍ୟ ଓ୍ବାର୍ଡରେ ଥିବା ଡ୍ରେନ୍‌ଗୁଡିକୁ ବିଭିନ୍ନ ପ୍ୟାକେଜ କରାଯାଇଛି। ବିଏମ୍‌ସି ଅଞ୍ଚଳରେ ୭୭ କି.ମି. ବିଶିଷ୍ଟ ୧୦ଟି ମୁଖ୍ୟ ଡ୍ରେନ ଓ ୯୨୪.୨୭ କି.ମି. ଶାଖା ଡ୍ରେନ୍‌ ରହିଛି। ଏଥିମଧ୍ୟରୁ ୬୭୨.୨୦କି.ମି. ଡ୍ରେନ୍‌ ସଫା ହୋଇଥିବାବେଳେ ଆହୁରି ୨୫୨.୭ କି.ମି. ଡ୍ରେନ୍‌ର ସଫେଇ ବାକି ରହିଛି। ଓ୍ବାର୍ଡ ନଂ. ୧୩, ୩, ୧୦, ୧୨, ୧୬, ୨୨, ୧୭ ଓ ୩୩ରେ ଡ୍ରେନ୍‌ କାମ ଶତପ୍ରତିଶତ ସରିଥିବା ସୂଚନା ଦିଆଯାଇଛି। ତେବେ ଓ୍ବାର୍ଡ ନଂ. ୪୬ରେ ସବୁଠାରୁ କମ୍‌ କାମ ହୋଇଛି। ଏଠାରେ ୨.୫କି.ମି.ର ଡ୍ରେନ୍‌ ଥିବାବେଳେ ମାତ୍ର ୧୨ ପ୍ରତିଶତ ଅର୍ଥାତ୍‌ ୦.୩ ମିଟର କାମ ହୋଇଛି। ଓ୍ବାର୍ଡ ନଂ.୩୦ରେ ୨୯.୮ କିମି.ର ଡ୍ରେନ୍‌ରୁ ମାତ୍ର ୪.୩କି.ମି ଅର୍ଥାତ୍‌ ୧୪ ପ୍ରତିଶତ କାମ ହୋଇଛି। ଓ୍ବାର୍ଡ ନଂ. ୩୫ରେ ୧୩କି.ମି ଲମ୍ବର ଡ୍ରେନ୍‌ ଥିବାବେରେ ୪କି.ମି ଅର୍ଥାତ୍‌ ୩୧% କାମ ହୋଇଛି। ଓ୍ବାର୍ଡ ନଂ. ୪୪ରେ ୧୫କି.ମି ଲମ୍ବର ଡ୍ରେନ୍‌ରୁ ମାତ୍ର ୩କି.ମି. ଅର୍ଥାତ୍‌ ୨୦% କାମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ମାର୍ଚ୍ଚ ମାସରୁ ଏଟିଏମରେ ମିଳିବନି ୫୦୦ ଟଙ୍କିଆ ନୋଟ୍‌? ସ୍ପଷ୍ଟ କଲେ ସରକାର

ନୂଆଦିଲ୍ଲୀ,୨।୧: ଆଜିକାଲି ସୋସିଆଲ ମିଡିଆରେ ୫୦୦ ଟଙ୍କିଆ ନୋଟ ଚର୍ଚ୍ଚାର ଏକ ମୁଖ୍ୟ ବିଷୟ ପାଲଟିଛି। ପୋଷ୍ଟଗୁଡ଼ିକରେ ଦାବି କରାଯାଉଛି ଯେ ମାର୍ଚ୍ଚ ୨୦୨୬ ରୁ...

ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍‌ ପଦବୀ ଛାଡ଼ିବାର କହିଲେ କାରଣ…

କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍‌ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ବିଚ୍ଛିନ୍ନତାବାଦୀଙ୍କ ଶିବିର ଉପରେ ଏୟାରଷ୍ଟ୍ରାଇକ୍‌: ୭ ମୃତ ୨୦ରୁ ଊର୍ଦ୍ଧ୍ୱ ଆହତ

ଦୁବାଇ,୨ା୧: ପୂର୍ବ ୟେମେନ୍‌ରେ ଥିବା ବିଚ୍ଛିନ୍ନତାବାଦୀଙ୍କ କ୍ୟାମ୍ପ ଉପରେ ସାଉଦି ଆରବ ନେତୃତ୍ୱରେ ଶୁକ୍ରବାର ମିଳିତ ଏୟାରଷ୍ଟ୍ରାଇକ୍‌ କରାଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିବା...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri