Posted inUncategorized

ମନ୍‌ସୁନ୍‌ ଫୁଟ୍‌ଓ୍ବେର୍‌

ବର୍ଷାଦିନେ ରେନ୍‌କୋଟ୍‌ ହେଉ କି ଛତା, ଶରୀରକୁ ସିନା ଓଦାହେବାରୁ ରକ୍ଷା କରିଦିଏ କିନ୍ତୁ ଜୋତା ବା ଫୁଟ୍‌ଓ୍ବେର୍‌କୁ ସୁରକ୍ଷା ଦେଇପାରେନା; ଯଦ୍ଦ୍ବାରା ତାହା ବର୍ଷାରେ ଓଦା ହୋଇ କେତେବେଳେ ଛିଡ଼ିଯାଏ ତ ପୁଣି ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିଥାଏ। ତେଣୁ ବର୍ଷାଦିନେ କେଉଁଭଳି ଜୋତା ପିନ୍ଧିଲେ ତାହା ସୁରକ୍ଷିତ ରହିବା ସହ ଆମକୁ ଟ୍ରେଣ୍ଡି ଲୁକ୍‌ ଦେଇପାରିବ, ଜାଣନ୍ତୁ ସେ ସମ୍ପର୍କରେ…* ଫ୍ଲିପ୍‌-ଫ୍ଲପ୍‌: ବର୍ଷାଦିନେ ପିନ୍ଧିବା ପାଇଁ ଏହି ଫୁଟ୍‌ଓ୍ବେର୍‌ ସବୁଠୁ ଭଲ ଅପସନ୍‌। ଏହା ପିନ୍ଧିବାକୁ ଯେମିତି କମ୍ଫଟେବଲ ଲାଗେ ପାଦକୁ ସେମିତି ସୁନ୍ଦର ଲୁକ୍‌ ବି ଦେଇଥାଏ। ସବୁଠୁ ବଡ଼ କଥା ହେଉଛି, ଏହି ଫୁଟ୍‌ଓ୍ବେର୍‌କୁ ଯେକୌଣସି ଆଉଟ୍‌ଫିଟ୍‌ ସହ ଆରାମରେ ପିନ୍ଧାଯାଇପାରେ। ଖାସ୍‌କରି ସଟ୍ସ କିମ୍ବା ଜିନ୍ସ ସହ ଏହାକୁ ପେୟାର କଲେ ଭଲ ମାନିଥାଏ। ବର୍ଷାଦିନେ ଫ୍ଲିପ୍‌-ଫ୍ଲପ୍‌ ଓଦା ହୋଇଗଲେ ବି କିଛି ଟେନ୍‌ସନ ନାହିଁ। କାରଣ ଏହା ଓଦା ହେଲେ ନଷ୍ଟ ହୁଏ ନାହିଁ କାରଣ ଏହା ଶୀଘ୍ର ଶୁଖିଯାଏ।
*କ୍ରକ୍ସ: ଏହା ପାଦକୁ ବେଶ୍‌ ହାଲ୍‌କା ଲାଗିଥାଏ। ତା’ଛଡ଼ା ଏହି ଫୁଟ୍‌ଓ୍ବେର୍‌ରେ କଣା କଣା ଡିଜାଇନ ଥିବାରୁ ପାଦରେ ପବନ ବାଜିବାରେ ସହଜ ହୋଇଥାଏ। ଫଳରେ ବର୍ଷାଦିନେ ଏହି ଫୁଟ୍‌ଓ୍ବେର ଓଦା ହୋଇଗଲେ ଶୀଘ୍ର ଶୁଖିଯାଏ। ଏହି ଫୁଟ୍‌ଓ୍ବେର ଦେଖିବାକୁ ବି ଖୁବ୍‌ ଟ୍ରେଣ୍ଡି ଲାଗିଥାଏ; ତେଣୁ ବର୍ଷାଦିନେ ଆପଣ ଚାହିଁଲେ ଏ ଟାଇପ୍‌ର ଫୁଟ୍‌ଓ୍ବେର ବି ଟ୍ରାଏ କରିପାରିବେ।
*ଫ୍ଲୋଟର୍ସ: ଅଲ୍‌ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଏହି ଫୁଟ୍‌ଓ୍ବେର। ଏହାର ଡିଜାଇନ ଏଭଳି ହୋଇଥାଏ ଯେ, ଯାହାକୁ ବର୍ଷାରେ ପିନ୍ଧି ଚାଲିଲେ ପାଦ ସହଜରେ ସ୍ଲିପ୍‌ କରେନାହିଁ କିମ୍ବା ଏହା ପାଦରୁ ବାରମ୍ବାର କାଢ଼ି ହୋଇଯାଏ ନାହିଁ। ଖାସ୍‌ ଏହି ଦୁଇଟି କାରଣ ପାଇଁ ବର୍ଷାଦିନେ ଏହି ଏହି ଫୁଟ୍‌ଓ୍ବେର୍‌ର ଖୁବ୍‌ ଚାହିଦା ରହିଥାଏ।
*ଗମ୍‌ବୁଟ୍‌: ଏହି ବୁଟ୍‌ର ଲମ୍ବା ପ୍ରାୟତଃ ଆଣ୍ଠୁ ପର୍ଯ୍ୟନ୍ତ ରହିଥାଏ। ଫଳରେ ବର୍ଷାଦିନେ ଏହାକୁ ପିନ୍ଧିଲେ ପାଦ ସହଜରେ ଓଦା ହୁଏନାହିଁ। ତା’ଛଡ଼ା ଏହା ଓ୍ବାଟରପ୍ରୁଫ୍‌ ହୋଇଥିବାରୁ ବର୍ଷାଦିନେ ଭଲ ଲାଷ୍ଟିଂ ମଧ୍ୟ କରିଥାଏ। ଏହି ଫୁଟ୍‌ଓ୍ବେର୍‌ ବିଭିନ୍ନ ରଙ୍ଗରେ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ ।
*ଜେଲି ସୁ: ସ୍ବତନ୍ତ୍ର ପିଭିସି ପ୍ଲାଷ୍ଟିକ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା ଜେଲି ସୁ ବର୍ଷାଦିନେ ପିନ୍ଧିବା ପାଇଁ ଏକ ଭଲ ଅପସନ୍‌ ହୋଇଥାଏ। ଏହା ଭଲ ଲାଷ୍ଟିଂ ବି କରିଥାଏ। ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଡିଜାଇନରେ ଆସୁଥିବା ଏହି ଜେଲି ସୁ’କୁ ଯେକୌଣସି ଆଉଟ୍‌ଫିଟ୍‌ ସହ ମଧ୍ୟ ମ୍ୟାଚିଂ କରି ପିନ୍ଧାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

BCCI ଆଗରେ ଏମିତି ଡିମାଣ୍ଡ ରଖିଲେ ଅଜିତ ଅଗରକର: ହେବ କି ପୂରଣ

ନୂଆଦିଲ୍ଲୀ,୧୯।୩: ଟି୨୦ ବିଶ୍ୱକପରେ ଭାରତର ବିଜୟ ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିସିସିଆଇ ସାମ୍ନାରେ ଏକ ଡିମାଣ୍ଡ ରଖିଛନ୍ତି। ଅଗରକର ୨୦୨୭ ଏକଦିବସୀୟ ବିଶ୍ୱକପ ପର୍ଯ୍ୟନ୍ତ…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri