ସମବାୟ ସମିତି ସମ୍ପାଦକଙ୍କ ଏକଚାଟିଆ ନୀତି

ପଟ୍ଟାମୁଣ୍ଡାଇ, ୨୬ା୧୦ (କଳ୍ପତରୁ ନାୟକ)ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। କୃଷିର ଉନ୍ନତି ହିଁ ଗ୍ରାମାଞ୍ଚଳ ଚାଷୀମାନଙ୍କ ଆର୍ଥତ୍କ ମାନଦଣ୍ଡ ସୁଦୃଢ କରି ପାରିବାକୁ ନେଇ କୃଷି ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସେବା ସମବାୟ ସମିତିର ସମ୍ପାଦକମାନେ ଏକଚାଟିଆ ନୀତିରେ ଚାଲିଛନ୍ତି ବୋଲି କୃଷକମାନେ ଅଭିଯୋଗ କରିଛନ୍ତି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅଧୀନରେ ୧୬ଟି ସମବାୟ ସମିତି ଅଛି। ସମବାୟ ଗ୍ରାମାଞ୍ଚଳ ଅର୍ଥନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ତାର ସଭ୍ୟମାନଙ୍କୁ ଆର୍ଥତ୍କ ଅନାଟନରୁ ସୁରକ୍ଷା, ବଳକା କୃଷିଜାତ ଦ୍ରବ୍ୟ ବିକ୍ରୟ ଏବଂ ପୁନଃ ବଣ୍ଟନ, ସମିତି ଜରିଆରେ ଉନ୍ନତ ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି, ଅଳ୍ପ ସୁଧରେ ଋଣ ଓ ଆବଶ୍ୟକ ସମସ୍ତ ପାଦାର୍ଥ ସୁଲଭ ମୂଲ୍ୟରେ ଦେବା ପାଇଁ ସରକାର ଯୋଜନା କରିଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ସମବାୟ ସମିତିରେ ଏହା ବ୍ୟତିକ୍ରମ ଦେଖାଦେଉଛି। ସମ୍ପାଦକମାନେ ନିଜ ପକେଟ ଗରମ କରିବାରେ ବ୍ୟସ୍ତ ରହୁଛନ୍ତି। ସମିତିର ସମ୍ପାଦକମାନେ ସମିତିରେ ଅନୁପସ୍ଥିତ ରହି ପଟ୍ଟାମୁଣ୍ଡାଇ କେନ୍ଦ୍ର ସମବାୟ ବ୍ୟାଙ୍କରେ ଦିନତମାମ ରହି ଶାଖା ପରିଚାଳକକୁ ହାତ କରି କୃଷକମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ହଡପ କରୁଛନ୍ତି। ଯାହାର ପ୍ରମାଣ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କଲେ ପ୍ରତ୍ୟୟମାନ ହୋଇପାରିବ ବୋଲି ସେ କହିଛନ୍ତି। ସେହିଭଳି ସମିତିସଭ୍ୟ ଅଭୟ ସ୍ବାଇଁ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ସମବାୟ ଜରିଆରେ ବିଭିନ୍ନ ଯୋଜନା କରିଛନ୍ତି। ଚାଷୀ କିପରି ସ୍ବାବଲମ୍ବୀ ହୋଇ ତା’ର ସାମାଜିକ ଅଭିବୃଦ୍ଧି ହୋଇପାରିବ ସେଥିନେଇ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କେତେଜଣ ଦୁର୍ନୀତି ଖୋର ସମ୍ପାଦକଙ୍କ ପାଇଁ କୃଷକମାନେ କୌଣସି ସୁବିଧା ପାଇ ପାରୁନାହାନ୍ତି। ବର୍ତ୍ତମାନ ଖରିଫ ଋ଼ତୁରେ ଧାନ ଚାଷ ଚାଲିଥିବା ବେଳେ ଚାଷି ସାର, ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି। ମାତ୍ର ସମବାୟ ସମିତିରେ ସାର କି କୀଟନାଶକ ମିଳୁନାହଁି। ଚାଷ ଆରମ୍ଭରୁ ବିହନ ବି ମିଳି ନ ଥିଲା। ଚାଷୀ ବିହନ ବଜାରରୁ ଆଣି ଚାଷ କରିଥିବା ବେଳେ ଏବେ ସାର ଚଢା ଦରରେ ବିଭିନ୍ନ ଦୋକାନରୁ କିଣୁଛନ୍ତି। ସମବାୟ ସମିତିରେ ଋଣ ପ୍ରଦାନ, ଋଣ ଛାଡ, ବୀମା ପ୍ରଦାନରେ ସମ୍ପାଦକମାନେ ହେରେଫେର କରି ନିଜ ପକେଟ ଗରମ କରୁଛନ୍ତି। ସେହିପରି ସାଧାରଣ ଚାଷୀମାନେ ଧାନ ମଣ୍ଡି ସକାଶେ ପଞ୍ଜୀକୃତ କରି ପାରୁ ନ ଥିବା ବେଳେ ସମ୍ପାଦକମାନେ ପକେଟ ଗରମ କରି ଅନ୍ୟମାନଙ୍କର ନାମ ପଞ୍ଜୀକରଣ କରିଥିବା ଅଭିଯୋଗ ହେଉଛି। ଏହାର ବିଧିବଦ୍ଧ ତଦନ୍ତ କରି ବିଭାଗୀୟ ଊଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୁଳ ଉପକୃତ ହୋଇପାରିବେ। କୃଷକ ନେତା ସହଦେବ ଦାଶ, ରମେଶ ପ୍ରଧାନ, କୁଳମଣୀ ବେହେରା, ଦାଶରଥି ସାହୁ, ସୁରେନ୍ଦ୍ର ପରିଡା, ପ୍ରତାପ ନାୟକ, ଲକ୍ଷ୍ମଣ ପ୍ରଧାନ, ଶିଶିର ଓଝା, ଅନ୍ତର୍ଯ୍ୟାମୀ ସ୍ବାଇଁ, ହରେକୃଷ୍ଣ ବାରିକ, ଭମସେନ ବେହେରା, ରବୀନ୍ଦ୍ର ମଳିକ, ସୁଦର୍ଶନ ମଲିକ, ନରୋତମ ପାର୍ଥସାରଥି, ମାନସ ବେହେରା ପ୍ରମୁଖ କହିଛନ୍ତି, ତୃଣମୂଳ ସ୍ତରରେ ସମବାୟ ସମିତିଗୁଡ଼ିକରେ ବ୍ୟାପକ ଅନିୟମିତତା ସମବାୟ ସମ୍ପାଦକଙ୍କ ପାଇଁ ହେଉଛି। ସମ୍ପାଦକମାନେ ଯେଉଁଠାରେ ନିଯୁକ୍ତ ହୋଇଛନ୍ତି, ୪ଦିନ ପାଇଁ ସେହିଠାରେ ହିଁ କାମ କରୁଛନ୍ତି। ସମ୍ପାଦକ ବଦଳି ନ ହେବା ଦ୍ୱାରା କେତେକ ସ୍ଥାନରେ ଏକଚାଟିଆ ନୀତିରେ କାମ ଚାଲୁଛି। ସେହିଭଳି ଧାନ ଉଠାଣରେ ମଧ୍ୟ ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏଭଳିସ୍ଥିତି ସମ୍ପାଦକଙ୍କର ବଦଳି ନ ହେବା ଫଳରେ ସ୍ଥଳେ ସ୍ଥଳେ ଅନିୟମିତତା ଦେଖାଦେଉଛି। ଯଦି ସରକାର ସମବାୟ ସମିତି ଆଇନ ୧୯୬୨ରେ ସଂଶୋଧନ କରି ଗୋଟିଏ ସମବାୟ ସମିତିରୁ ଅନ୍ୟ ଏକ ସମବାୟ ସମିତିକୁ ସମ୍ପାଦକ ବଦଳି କରାଯାଏ ତାହା ହେଲେ ସମିତିସ୍ତରରେ ସ୍ବଚ୍ଛତା ଆସିବ ବୋଲି ସେମାନେ କହିଛନ୍ତି। ଏ ବାବଦରେ ଏଆରସିଏସ ସନ୍ତୋଷ ଦାଶଙ୍କୁ ପଚାରିବାରେ ସମ୍ପାଦକମାନେ ଦେଉଥିବା କାଗଜାତ ଆଧାରରେ ଚାଷୀମାନେ ସମସ୍ତ ଯୋଜନାରେ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?