ସମବାୟ ସମିତି ସମ୍ପାଦକଙ୍କ ଏକଚାଟିଆ ନୀତି

ପଟ୍ଟାମୁଣ୍ଡାଇ, ୨୬ା୧୦ (କଳ୍ପତରୁ ନାୟକ)ପଟ୍ଟାମୁଣ୍ଡାଇ ଅଞ୍ଚଳର ପ୍ରାୟ ୮୦ ଭାଗ ଲୋକ କୃଷି ଉପରେ ନିର୍ଭର କରି ଚଳନ୍ତି। କୃଷିର ଉନ୍ନତି ହିଁ ଗ୍ରାମାଞ୍ଚଳ ଚାଷୀମାନଙ୍କ ଆର୍ଥତ୍କ ମାନଦଣ୍ଡ ସୁଦୃଢ କରି ପାରିବାକୁ ନେଇ କୃଷି ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟ ସରକାର ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ୧୬ଟି ସେବା ସମବାୟ ସମିତିର ସମ୍ପାଦକମାନେ ଏକଚାଟିଆ ନୀତିରେ ଚାଲିଛନ୍ତି ବୋଲି କୃଷକମାନେ ଅଭିଯୋଗ କରିଛନ୍ତି।
କୃଷକ ନେତା ବିଜୟ ଦାସ କହିଛନ୍ତି, ପଟ୍ଟାମୁଣ୍ଡାଇ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଅଧୀନରେ ୧୬ଟି ସମବାୟ ସମିତି ଅଛି। ସମବାୟ ଗ୍ରାମାଞ୍ଚଳ ଅର୍ଥନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ତାର ସଭ୍ୟମାନଙ୍କୁ ଆର୍ଥତ୍କ ଅନାଟନରୁ ସୁରକ୍ଷା, ବଳକା କୃଷିଜାତ ଦ୍ରବ୍ୟ ବିକ୍ରୟ ଏବଂ ପୁନଃ ବଣ୍ଟନ, ସମିତି ଜରିଆରେ ଉନ୍ନତ ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି, ଅଳ୍ପ ସୁଧରେ ଋଣ ଓ ଆବଶ୍ୟକ ସମସ୍ତ ପାଦାର୍ଥ ସୁଲଭ ମୂଲ୍ୟରେ ଦେବା ପାଇଁ ସରକାର ଯୋଜନା କରିଛନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ସମବାୟ ସମିତିରେ ଏହା ବ୍ୟତିକ୍ରମ ଦେଖାଦେଉଛି। ସମ୍ପାଦକମାନେ ନିଜ ପକେଟ ଗରମ କରିବାରେ ବ୍ୟସ୍ତ ରହୁଛନ୍ତି। ସମିତିର ସମ୍ପାଦକମାନେ ସମିତିରେ ଅନୁପସ୍ଥିତ ରହି ପଟ୍ଟାମୁଣ୍ଡାଇ କେନ୍ଦ୍ର ସମବାୟ ବ୍ୟାଙ୍କରେ ଦିନତମାମ ରହି ଶାଖା ପରିଚାଳକକୁ ହାତ କରି କୃଷକମାନଙ୍କ ପାଇଁ ଆସୁଥିବା ବିଭିନ୍ନ ଯୋଜନା ହଡପ କରୁଛନ୍ତି। ଯାହାର ପ୍ରମାଣ ବ୍ୟାଙ୍କରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କଲେ ପ୍ରତ୍ୟୟମାନ ହୋଇପାରିବ ବୋଲି ସେ କହିଛନ୍ତି। ସେହିଭଳି ସମିତିସଭ୍ୟ ଅଭୟ ସ୍ବାଇଁ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାର କୃଷିର ଉନ୍ନତି ସକାଶେ ସମବାୟ ଜରିଆରେ ବିଭିନ୍ନ ଯୋଜନା କରିଛନ୍ତି। ଚାଷୀ କିପରି ସ୍ବାବଲମ୍ବୀ ହୋଇ ତା’ର ସାମାଜିକ ଅଭିବୃଦ୍ଧି ହୋଇପାରିବ ସେଥିନେଇ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ କେତେଜଣ ଦୁର୍ନୀତି ଖୋର ସମ୍ପାଦକଙ୍କ ପାଇଁ କୃଷକମାନେ କୌଣସି ସୁବିଧା ପାଇ ପାରୁନାହାନ୍ତି। ବର୍ତ୍ତମାନ ଖରିଫ ଋ଼ତୁରେ ଧାନ ଚାଷ ଚାଲିଥିବା ବେଳେ ଚାଷି ସାର, ବିହନ, କୀଟ ନାଶକ ଔଷଧର ଆବଶ୍ୟକତା ରହିଛି। ମାତ୍ର ସମବାୟ ସମିତିରେ ସାର କି କୀଟନାଶକ ମିଳୁନାହଁି। ଚାଷ ଆରମ୍ଭରୁ ବିହନ ବି ମିଳି ନ ଥିଲା। ଚାଷୀ ବିହନ ବଜାରରୁ ଆଣି ଚାଷ କରିଥିବା ବେଳେ ଏବେ ସାର ଚଢା ଦରରେ ବିଭିନ୍ନ ଦୋକାନରୁ କିଣୁଛନ୍ତି। ସମବାୟ ସମିତିରେ ଋଣ ପ୍ରଦାନ, ଋଣ ଛାଡ, ବୀମା ପ୍ରଦାନରେ ସମ୍ପାଦକମାନେ ହେରେଫେର କରି ନିଜ ପକେଟ ଗରମ କରୁଛନ୍ତି। ସେହିପରି ସାଧାରଣ ଚାଷୀମାନେ ଧାନ ମଣ୍ଡି ସକାଶେ ପଞ୍ଜୀକୃତ କରି ପାରୁ ନ ଥିବା ବେଳେ ସମ୍ପାଦକମାନେ ପକେଟ ଗରମ କରି ଅନ୍ୟମାନଙ୍କର ନାମ ପଞ୍ଜୀକରଣ କରିଥିବା ଅଭିଯୋଗ ହେଉଛି। ଏହାର ବିଧିବଦ୍ଧ ତଦନ୍ତ କରି ବିଭାଗୀୟ ଊଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଲେ ଚାଷୀକୁଳ ଉପକୃତ ହୋଇପାରିବେ। କୃଷକ ନେତା ସହଦେବ ଦାଶ, ରମେଶ ପ୍ରଧାନ, କୁଳମଣୀ ବେହେରା, ଦାଶରଥି ସାହୁ, ସୁରେନ୍ଦ୍ର ପରିଡା, ପ୍ରତାପ ନାୟକ, ଲକ୍ଷ୍ମଣ ପ୍ରଧାନ, ଶିଶିର ଓଝା, ଅନ୍ତର୍ଯ୍ୟାମୀ ସ୍ବାଇଁ, ହରେକୃଷ୍ଣ ବାରିକ, ଭମସେନ ବେହେରା, ରବୀନ୍ଦ୍ର ମଳିକ, ସୁଦର୍ଶନ ମଲିକ, ନରୋତମ ପାର୍ଥସାରଥି, ମାନସ ବେହେରା ପ୍ରମୁଖ କହିଛନ୍ତି, ତୃଣମୂଳ ସ୍ତରରେ ସମବାୟ ସମିତିଗୁଡ଼ିକରେ ବ୍ୟାପକ ଅନିୟମିତତା ସମବାୟ ସମ୍ପାଦକଙ୍କ ପାଇଁ ହେଉଛି। ସମ୍ପାଦକମାନେ ଯେଉଁଠାରେ ନିଯୁକ୍ତ ହୋଇଛନ୍ତି, ୪ଦିନ ପାଇଁ ସେହିଠାରେ ହିଁ କାମ କରୁଛନ୍ତି। ସମ୍ପାଦକ ବଦଳି ନ ହେବା ଦ୍ୱାରା କେତେକ ସ୍ଥାନରେ ଏକଚାଟିଆ ନୀତିରେ କାମ ଚାଲୁଛି। ସେହିଭଳି ଧାନ ଉଠାଣରେ ମଧ୍ୟ ସମ୍ପାଦକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏଭଳିସ୍ଥିତି ସମ୍ପାଦକଙ୍କର ବଦଳି ନ ହେବା ଫଳରେ ସ୍ଥଳେ ସ୍ଥଳେ ଅନିୟମିତତା ଦେଖାଦେଉଛି। ଯଦି ସରକାର ସମବାୟ ସମିତି ଆଇନ ୧୯୬୨ରେ ସଂଶୋଧନ କରି ଗୋଟିଏ ସମବାୟ ସମିତିରୁ ଅନ୍ୟ ଏକ ସମବାୟ ସମିତିକୁ ସମ୍ପାଦକ ବଦଳି କରାଯାଏ ତାହା ହେଲେ ସମିତିସ୍ତରରେ ସ୍ବଚ୍ଛତା ଆସିବ ବୋଲି ସେମାନେ କହିଛନ୍ତି। ଏ ବାବଦରେ ଏଆରସିଏସ ସନ୍ତୋଷ ଦାଶଙ୍କୁ ପଚାରିବାରେ ସମ୍ପାଦକମାନେ ଦେଉଥିବା କାଗଜାତ ଆଧାରରେ ଚାଷୀମାନେ ସମସ୍ତ ଯୋଜନାରେ ଉପକୃତ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri