Categories: ଫୁରସତ

ମାଙ୍କଡ଼ ସହ ସେଲ୍‌ଫି ଉଠାଇ ଫସିଲେ ଯୁବତୀ, ଭିଡିଓ ଦେଖିଲେ…

କଥାରେ ଅଛି, ମାଙ୍କଡ଼ ସାଙ୍ଗେ କରିଲେ ଭାବ କେବଳ ଆମ୍ପୁଡ଼ାଟି ଲାଭ। ଏବେ ସୋସିଆଲ ମିଡିଆରେ ଠିକ୍‌ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ, ମାଙ୍କଡ଼ ପଲ ଜଣେ ଯୁବତୀଙ୍କୁ ଖୁବ୍‌ ହଇରାଣ କରୁଛନ୍ତି। ମାଙ୍କଡ଼ମାନେ ପ୍ରାୟତଃ ମନ୍ଦିର ପରିସରରେ ବୁଲୁଥାନ୍ତି। ବେଳେବେଳେ ଲୋକେ ତାଙ୍କୁ କିଛି ପ୍ରସାଦ କିମ୍ବା ଖାଇବା ପାଇଁ ଦେଇଥାନ୍ତି। ଏହି ସମୟରେ ସେ ଲୋକଙ୍କ ହାତକୁ ଧରି ଟାଣି ଦିଅନ୍ତି ତ କେତେବେଳେ ଯାଇ ମୁଣ୍ଡ ଉପରେ ବସି ପଡ଼ନ୍ତି।

ଭାଇରାଲ ହେଉଥିବା ଏହି ଚମତ୍କାର ଭିଡିଓରେ ଜଣେ ଯୁବତୀ ଏକ ପ୍ରାଚୀନ ମନ୍ଦିରକୁ ବୁଲିବାକୁ ଆସିଛନ୍ତି। ଯୁବତୀ ଜଣକ ଠିଆ ହୋଇ ଫଟୋ ଉଠାଇବା ସମୟରେ ଏକ ମାଙ୍କଡ଼ ଦୌଡ଼ି ଆସିଲା। ପରେ ଆଉ କିଛି ମାଙ୍କଡ଼ ଦୌଡ଼ି ଆସିଛି। କିଏ ଯୁବତୀଙ୍କ ମୁଣ୍ଡ ଉପରେ ତ ଆଉ କିଏ ତାଙ୍କ କାନ୍ଧରେ ବସିପଡ଼ିଲେ। କିଛିମାଙ୍କଡ଼ତାଙ୍କଗୋଡ଼ମଧ୍ୟ ଧରିଥାନ୍ତି। ଯୁବତୀ ଜଣକ ଏମାନଙ୍କଠାରୁମୁକୁଳିବାପାଇଁ ବହୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଛି।

ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି, ଯାହାକୁ ବହୁତ ଲୋକ ଦେଖୁଛନ୍ତି। ବହୁ କସରତ ପରେ ଯୁବତୀ ଜଣଙ୍କ ମାଙ୍କଡ଼ପଲଙ୍କଠାରୁ ମୁକୁଳୁଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ୟୁଜରମାନେ ଭିନ୍ନଭିନ୍ନ ପ୍ରତିକ୍ରିୟା ବି ଦେଇଛନ୍ତି।

Share