ଆମେରିକାର ୫୦ଟି ରାଜ୍ୟରେ ବ୍ୟାପିଲା ମଙ୍କିପକ୍ସ ସଂକ୍ରମଣ: ଗୋଟିଏ ସପ୍ତାହରେ ବିଶ୍ୱର ସର୍ବାଧିକ ମାମଲା ଚିହ୍ନଟ

ଓ୍ବାଶିଂଟନ,୨୩।୮: ଆମେରିକାରେ ମଙ୍କିପକ୍ସ ସଂକ୍ରମଣ ପ୍ରକୋପ ଥମିବାର ନା ନେଉନି। ବର୍ତ୍ତମାନ ଦେଶର ସମସ୍ତ ୫୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ଜଣାପଡ଼ିଛି। ଅନ୍ୟ ଦେଶ ଅପେକ୍ଷା ଆମେରିକାରେ ଅଧିକ ମାମଲା ରେକର୍ଡ କରାଯାଇଛି। ଆଫ୍ରିକା ମହାଦ୍ୱୀପ ପରେ ଆମେରିକା ହେଉଛି ଚତୁର୍ଥ ଦେଶ ଯେଉଁଠାରେ ୨୦୨୨ରେ ମଙ୍କିପକ୍ସ ସଂକ୍ରମଣ ଲଗାତର ଭାବେ ବ୍ୟାପିବାରେ ଲାଗିଛି। ଅଗଷ୍ଟ ୨୨ରେ ଓ୍ବାୟୋମିଙ୍ଗ୍‌ ରାଜ୍ୟରେ ପ୍ରଥମ ମାମଲା ଚିହ୍ନଟ ହେବା ପରେ ମଙ୍କିପକ୍ସ ଭାଇରସ୍‌ ଆମେରିକାର ସମସ୍ତ ୫୦ଟି ରାଜ୍ୟରେ ବ୍ୟାପିଛି। ଓ୍ବାୟୋମିଙ୍ଗ୍‌ର ଲାରମି କାଉଣ୍ଟିର ଜଣେ ପୁରୁଷ ଆକ୍ରାନ୍ତ ହୋଇଥିବା ନେଇ ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ଏହି ସୂଚନା ଦେଇଛି। ଏଥିସହ ସଂକ୍ରମିତ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୧୫୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, ଅଗଷ୍ଟ ୪ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମଙ୍କିପକ୍ସକୁ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।

Share