Posted inଜାତୀୟ

ଭାରତକୁ ମଙ୍କିପକ୍ସ ବିପଦ

ନୂଆଦିଲ୍ଲୀ, ୨୫ା୭: ଦେଶରେ ଗତ ୧୪ ତାରିଖରେ କେରଳରୁ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରଠାରୁ ଏହି ଭୂତାଣୁଜନିତ ରୋଗ ଧୀରେ ଧୀରେ ମାଡ଼ିବାରେ ଲାଗିଲାଣି। ରବିବାର ଦିଲ୍ଲୀରୁ ଜଣେ ୩୪ ବର୍ଷୀୟ ଯୁବକ ସଂକ୍ରମିତ ହେବା ପରେ ମୋଟ ମଙ୍କିପକ୍ସ ମାମଲା ଏବେ ୪କୁ ବୃଦ୍ଧି ପାଇଛି। ଚିନ୍ତାର ବିଷୟ ହେଉଛି ଚତୁର୍ଥ ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ବିଦେଶ ଗସ୍ତ କରି ନ ଥିଲେ ହେଁ ତାଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହେବା ଗୋଷ୍ଠୀ ସଂକ୍ରମଣର ବିପଦ ବଢ଼ାଇଛି। ୭୫ ଦେଶରେ ପ୍ରାୟ ୧୭ ହଜାର ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଶନିବାର ମଙ୍କିପକ୍ସକୁ ବୈଶ୍ୱିକ ସ୍ବାସ୍ଥ୍ୟ ପରିସ୍ଥିତି ବା ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରିଥିଲା।
ଦିଲ୍ଲୀର ବାସିନ୍ଦା ଏହି ଯୁବକ ଜଣକ ନିକଟରେ ହିମାଚଳ ପ୍ରଦେଶର ମନାଲିରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ୩ ଦିନ ପୂର୍ବରୁ ତାଙ୍କ ଶରୀରରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲା। ତାଙ୍କୁ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇ ନମୁନା ପରୀକ୍ଷଣ ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ଶନିବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହା ପୂର୍ବରୁ କେବଳ କେରଳରୁ ୩ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା

ଦେଶରେ ଚତୁର୍ଥ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) ପକ୍ଷରୁ ଆୟୋଜିତ ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ(ଏନ୍‌ସିଡିସି) ଏବଂ ଆଇସିଏମ୍‌ଆର୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ମଙ୍କିପକ୍ସକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଏଥିରେ ଯୋଜନା ପ୍ରସ୍ତୁତ କରାଯାଇଛି। ଦିଲ୍ଲୀରୁ ସଂକ୍ରମିତ ଚିହ୍ନଟ ହେବା ପରେ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଆଇସୋଲେଶନ ଓ୍ବାର୍ଡ ଖୋଲାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି।

କେତେ ଘାତକ, କିପରି ବ୍ୟାପେ

୧୯୭୦ରେ ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋରେ ପ୍ରଥମ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଏହା କେବଳ ୯ ଆଫ୍ରିକୀୟ ଦେଶରେ ସୀମିତ ଥିଲା। କିନ୍ତୁ ଚଳିତ ବର୍ଷ ୟୁରୋପ ସମେତ ଏସିଆରେ ମଧ୍ୟ ଏହି ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟ ବଢ଼ିଚାଲିଛି। ଗୋଷ୍ଠୀ ସଂକ୍ରମଣରୁ ମାମଲା ବୃଦ୍ଧି ପାଉଥିବା ଆଶଙ୍କା କରି ଡବ୍ଲ୍ୟୁଏଚ୍‌ଓ ଏହାକୁ ଚିନ୍ତାଜନକ ବୋଲି କହିଛି। ମଙ୍କିପକ୍ସରେ ସଂକ୍ରମିତ ହେଲେ ପ୍ରଥମେ ସେହି ବ୍ୟକ୍ତିଙ୍କଠାରେ ଜ୍ୱର ସହ ଲିମ୍ଫ ନୋଡ୍‌ ଫୁଲିଥାଏ। ଏଥିସହ ଚିକେନ୍‌ପକ୍ସ ଭଳି ଦେହସାରା ଫୋଟକା ହୋଇଯାଏ। ସେଥିରୁ ପାଣି ବାହାରିବା ସହ ଆଣ୍ଠୁଗଣ୍ଠି, ମାଂସପେଶୀ ବିନ୍ଧା ହୋଇଥାଏ। ସଂକ୍ରମିତ ପ୍ରାଣୀରୁ ମଣିଷକୁ ଏବଂ ମଣିଷଠାରୁ ମଣିଷକୁ ପ୍ରତ୍ୟକ୍ଷ ସ୍ପର୍ଶ କିମ୍ବା ପରୋକ୍ଷରେ ମଧ୍ୟ ଏହି ଭୂତାଣୁ ବ୍ୟାପିପାରେ। ସଂକ୍ରମିତଙ୍କ ଚର୍ମ, ଫୋଟକାରୁ ବାହାରୁଥିବା ପାଣି କିମ୍ବା ଶ୍ୱାସକ୍ରିୟାବେଳେ ବାହାରୁଥିବା ଡ୍ରପ୍‌ଲେଟ୍‌ରୁ ମଧ୍ୟ ଜଣେ ଏଥିରେ ଆକ୍ରାନ୍ତ ହୋଇପାରିବେ। ବିଶେଷକରି ଛୋଟପିଲା, ଗର୍ଭବତୀ ଏବଂ ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ଥିବା କିମ୍ବା ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଘାତକ ହୋଇପାରେ।
ଅପରପକ୍ଷେ ମଙ୍କିପକ୍ସ ମାମଲା ମଧ୍ୟରୁ ୯୫% ଶାରୀରିକ ସମ୍ପର୍କ ତଥା ଯୌନ କାର୍ଯ୍ୟକଳାପ ଯୋଗୁ ବ୍ୟାପୁଥିବା ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୯୮% ସଂକ୍ରମିତ ସମଲିଙ୍ଗୀ। ସେମାନଙ୍କ ମଧ୍ୟରୁ ୪୧% ଏଚ୍‌ଆଇଭିରେ ଆକ୍ରାନ୍ତ ବୋଲି ସର୍ଭେରୁ ଜଣାପଡ଼ିଛି। ଏହି ରୋଗରେ ମୃତ୍ୟୁହାର ୩ରୁ ୬% ଥିବାରୁ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ନ ଥାଏ ଏବଂ ଜଣେ ଏଥିରୁ ୩ରୁ ୪ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥାନ୍ତି। ଏଥିପାଇଁ ଅଦ୍ୟାବଧି କୌଣସି ଚିକିତ୍ସା ପଦ୍ଧତି ବାହାରି ନାହିଁ। ଡବ୍ଲ୍ୟୁଏଚ୍‌ଓ ସାମୁହିକ ଟିକାକରଣ ସୁପାରିସ କରି ନ ଥିବାବେଳେ ଗତ ମେ’ରୁ ଆମେରିକା ଏହି ଭୂତାଣୁର ପ୍ରତିଷେଧକ ଭାବେ ସ୍ମଲପକ୍ସ ଭାକ୍ସିନେଶନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀରେ ବଡ଼ ଗେମ୍‌ ଖେଳିବ ଭାରତ, ବାଧା ସୃଷ୍ଟି କରିପାରିବେନି ଆମେରିକା-ଇରାନ, ଧଡ଼ାଧଡ଼ ଆସିବ…

ନୂଆଦିଲ୍ଲୀ,୯।୪: ଇରାନ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ଉପସାଗରୀୟ ଅଞ୍ଚଳରେ ଫସି ରହିଥିବା ଏହାର ଜାହାଜ ଏବଂ ନାବିକମାନଙ୍କୁ ସୁରକ୍ଷିତ ଭାବରେ…

ତେଲଙ୍ଗାନାରେ ବର୍ବରତାର ସୀମାପାର୍, ଅଙ୍ଗନୱାଡି ଶିକ୍ଷୟିତ୍ରୀଙ୍କୁ ଗଛରେ ବାନ୍ଧି….

ହାଇଦ୍ରାବାଦ,୯।୪: ତେଲଙ୍ଗାନା ସଙ୍ଗାରେଡ୍ଡି ଜିଲାର କାଙ୍ଗଟି ମଣ୍ଡଳରେ ଅବସ୍ଥିତ ରାସୋଲ ଗାଁରୁ ଅମାନବୀୟ ଘଟଣା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।…

ବିବାହ ଭୋଜିରୁ ଫେରୁଥିବାବେଳେ ଅଘଟଣ: ଜଣେ ମୃତ,୨ ଗୁରୁତର

ମୁନିଗୁଡ଼ା,୯।୪ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ଲିଟିଗୁଡା ଛକ ନିକଟରେ ଗୁରୁବାର ଦୁଇ ବାଇକ ମୁହାମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣକର ମୃତ…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

ପାକିସ୍ତାନର ଗୁମର ଖୋଲିଦେଲେ ଇସ୍ରାଏଲ ରାଷ୍ଟ୍ରଦୂତ: ଉଠାଇଲେ ପ୍ରଶ୍ନ

ନୂଆଦିଲ୍ଲୀ,୯।୪: ଦୁଇ ସପ୍ତାହର ଅସ୍ତ୍ରବିରତି ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଚୁକ୍ତି ହୋଇଛି। ପାକିସ୍ତାନ ସଂଘର୍ଷ ବନ୍ଦ କରିବାର ଶ୍ରେୟ ଦାବି କରୁଛି। ଏହି…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଆମେରିକା-ଇରାନ ମଧ୍ୟରେ କିପରି ଯୁଦ୍ଧବିରତି କରାଇଲା ଚାଇନା, ସାମ୍ନାକୁ ଆସିଲା ସେହି ୨୬ ଫୋନ କଲ୍‌ର ରହସ୍ୟ

ବେଜିଂ,୯।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବା ପାଇଁ ନିଜକୁ ପିଠି ଥାପୁଡ଼ାଉଛି, କିନ୍ତୁ ଏହାକୁ ହାସଲ କରିବାରେ…

୧୧ ଯାଏ କୁଆପଥର ବର୍ଷା: ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର,୯ା୪(ଅନୁରାଧା ମହାରଣା) – କଟକ, ନୟାଗଡ଼, ଖୋର୍ଦ୍ଧା ସମେତ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳ ବର୍ଷା ପବନ ସହ କୁଆପଥର ମାଡ଼ ହୋଇଥିଲା। ୫୦ରୁ ୬୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri