Posted inଜାତୀୟ

ଭାରତକୁ ମଙ୍କିପକ୍ସ ବିପଦ

ନୂଆଦିଲ୍ଲୀ, ୨୫ା୭: ଦେଶରେ ଗତ ୧୪ ତାରିଖରେ କେରଳରୁ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରଠାରୁ ଏହି ଭୂତାଣୁଜନିତ ରୋଗ ଧୀରେ ଧୀରେ ମାଡ଼ିବାରେ ଲାଗିଲାଣି। ରବିବାର ଦିଲ୍ଲୀରୁ ଜଣେ ୩୪ ବର୍ଷୀୟ ଯୁବକ ସଂକ୍ରମିତ ହେବା ପରେ ମୋଟ ମଙ୍କିପକ୍ସ ମାମଲା ଏବେ ୪କୁ ବୃଦ୍ଧି ପାଇଛି। ଚିନ୍ତାର ବିଷୟ ହେଉଛି ଚତୁର୍ଥ ସଂକ୍ରମିତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। ବିଦେଶ ଗସ୍ତ କରି ନ ଥିଲେ ହେଁ ତାଙ୍କ ଶରୀରରେ ଏହି ଭୂତାଣୁ ଚିହ୍ନଟ ହେବା ଗୋଷ୍ଠୀ ସଂକ୍ରମଣର ବିପଦ ବଢ଼ାଇଛି। ୭୫ ଦେଶରେ ପ୍ରାୟ ୧୭ ହଜାର ଲୋକ ଏହି ଭାଇରସ୍‌ରେ ଆକ୍ରାନ୍ତ ହେବା ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଶନିବାର ମଙ୍କିପକ୍ସକୁ ବୈଶ୍ୱିକ ସ୍ବାସ୍ଥ୍ୟ ପରିସ୍ଥିତି ବା ଗ୍ଲୋବାଲ ହେଲ୍‌ଥ ଏମର୍ଜେନ୍ସି ଘୋଷଣା କରିଥିଲା।
ଦିଲ୍ଲୀର ବାସିନ୍ଦା ଏହି ଯୁବକ ଜଣକ ନିକଟରେ ହିମାଚଳ ପ୍ରଦେଶର ମନାଲିରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ୩ ଦିନ ପୂର୍ବରୁ ତାଙ୍କ ଶରୀରରେ ମଙ୍କିପକ୍ସର ଲକ୍ଷଣ ଦେଖାଦେଇଥିଲା। ତାଙ୍କୁ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଆଇସୋଲେଶନରେ ରଖାଯାଇ ନମୁନା ପରୀକ୍ଷଣ ପାଇଁ ପୁଣେସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିକୁ ପଠାଯାଇଥିଲା। ଶନିବାର ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନରେ ରଖାଯାଇଛି। ଏହା ପୂର୍ବରୁ କେବଳ କେରଳରୁ ୩ ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା

ଦେଶରେ ଚତୁର୍ଥ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ରବିବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶାଳୟ (ଡିଜିଏଚ୍‌ଏସ୍‌) ପକ୍ଷରୁ ଆୟୋଜିତ ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାଶନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ(ଏନ୍‌ସିଡିସି) ଏବଂ ଆଇସିଏମ୍‌ଆର୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ। ମଙ୍କିପକ୍ସକୁ ଅଧିକ ବ୍ୟାପିବାରୁ ରୋକିବା ପାଇଁ ଏଥିରେ ଯୋଜନା ପ୍ରସ୍ତୁତ କରାଯାଇଛି। ଦିଲ୍ଲୀରୁ ସଂକ୍ରମିତ ଚିହ୍ନଟ ହେବା ପରେ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ ଏକ ସ୍ବତନ୍ତ୍ର ଆଇସୋଲେଶନ ଓ୍ବାର୍ଡ ଖୋଲାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କହିଛନ୍ତି।

କେତେ ଘାତକ, କିପରି ବ୍ୟାପେ

୧୯୭୦ରେ ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋରେ ପ୍ରଥମ ମଙ୍କିପକ୍ସ ଭୂତାଣୁ ଚିହ୍ନଟ ହୋଇଥିଲା। ପରେ ଏହା କେବଳ ୯ ଆଫ୍ରିକୀୟ ଦେଶରେ ସୀମିତ ଥିଲା। କିନ୍ତୁ ଚଳିତ ବର୍ଷ ୟୁରୋପ ସମେତ ଏସିଆରେ ମଧ୍ୟ ଏହି ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟ ବଢ଼ିଚାଲିଛି। ଗୋଷ୍ଠୀ ସଂକ୍ରମଣରୁ ମାମଲା ବୃଦ୍ଧି ପାଉଥିବା ଆଶଙ୍କା କରି ଡବ୍ଲ୍ୟୁଏଚ୍‌ଓ ଏହାକୁ ଚିନ୍ତାଜନକ ବୋଲି କହିଛି। ମଙ୍କିପକ୍ସରେ ସଂକ୍ରମିତ ହେଲେ ପ୍ରଥମେ ସେହି ବ୍ୟକ୍ତିଙ୍କଠାରେ ଜ୍ୱର ସହ ଲିମ୍ଫ ନୋଡ୍‌ ଫୁଲିଥାଏ। ଏଥିସହ ଚିକେନ୍‌ପକ୍ସ ଭଳି ଦେହସାରା ଫୋଟକା ହୋଇଯାଏ। ସେଥିରୁ ପାଣି ବାହାରିବା ସହ ଆଣ୍ଠୁଗଣ୍ଠି, ମାଂସପେଶୀ ବିନ୍ଧା ହୋଇଥାଏ। ସଂକ୍ରମିତ ପ୍ରାଣୀରୁ ମଣିଷକୁ ଏବଂ ମଣିଷଠାରୁ ମଣିଷକୁ ପ୍ରତ୍ୟକ୍ଷ ସ୍ପର୍ଶ କିମ୍ବା ପରୋକ୍ଷରେ ମଧ୍ୟ ଏହି ଭୂତାଣୁ ବ୍ୟାପିପାରେ। ସଂକ୍ରମିତଙ୍କ ଚର୍ମ, ଫୋଟକାରୁ ବାହାରୁଥିବା ପାଣି କିମ୍ବା ଶ୍ୱାସକ୍ରିୟାବେଳେ ବାହାରୁଥିବା ଡ୍ରପ୍‌ଲେଟ୍‌ରୁ ମଧ୍ୟ ଜଣେ ଏଥିରେ ଆକ୍ରାନ୍ତ ହୋଇପାରିବେ। ବିଶେଷକରି ଛୋଟପିଲା, ଗର୍ଭବତୀ ଏବଂ ରୋଗପ୍ରତିରୋଧ ଶକ୍ତି ଦୁର୍ବଳ ଥିବା କିମ୍ବା ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଘାତକ ହୋଇପାରେ।
ଅପରପକ୍ଷେ ମଙ୍କିପକ୍ସ ମାମଲା ମଧ୍ୟରୁ ୯୫% ଶାରୀରିକ ସମ୍ପର୍କ ତଥା ଯୌନ କାର୍ଯ୍ୟକଳାପ ଯୋଗୁ ବ୍ୟାପୁଥିବା ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ୍‌ ମେଡିସିନ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୯୮% ସଂକ୍ରମିତ ସମଲିଙ୍ଗୀ। ସେମାନଙ୍କ ମଧ୍ୟରୁ ୪୧% ଏଚ୍‌ଆଇଭିରେ ଆକ୍ରାନ୍ତ ବୋଲି ସର୍ଭେରୁ ଜଣାପଡ଼ିଛି। ଏହି ରୋଗରେ ମୃତ୍ୟୁହାର ୩ରୁ ୬% ଥିବାରୁ ଅଧିକାଂଶଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ନ ଥାଏ ଏବଂ ଜଣେ ଏଥିରୁ ୩ରୁ ୪ ସପ୍ତାହ ମଧ୍ୟରେ ସୁସ୍ଥ ହୋଇଯାଇଥାନ୍ତି। ଏଥିପାଇଁ ଅଦ୍ୟାବଧି କୌଣସି ଚିକିତ୍ସା ପଦ୍ଧତି ବାହାରି ନାହିଁ। ଡବ୍ଲ୍ୟୁଏଚ୍‌ଓ ସାମୁହିକ ଟିକାକରଣ ସୁପାରିସ କରି ନ ଥିବାବେଳେ ଗତ ମେ’ରୁ ଆମେରିକା ଏହି ଭୂତାଣୁର ପ୍ରତିଷେଧକ ଭାବେ ସ୍ମଲପକ୍ସ ଭାକ୍ସିନେଶନ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri