ଆମେରିକାରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଚିହ୍ନଟ

ଓ୍ବାଶିଂଟନ୍‌,୨୩।୭: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଠାରେ ଦୁଇ ଶିଶୁଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଦେଖିବାକୁ ମିଳିଛି। ଏନେଇ ଶନିବାର ଆମେରିକା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କାଲିଫର୍ନିଆର ଜଣେ ଶିଶୁ ଏବଂ ଆଉ ଜଣେ ଶିଶୁ ଆମେରିକାର ବାସିନ୍ଦା ନୁହଁନ୍ତି ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ୧୧ ସପ୍ତାହ ମଧ୍ୟରେ ମଙ୍କିପକ୍ସ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପ୍ରାୟ ୬୫ଟି ଦେଶରେ ୧୩ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨ବର୍ଷ ହେଲା କରୋନା ମହାମାରୀ ତାଣ୍ଡବ ରଚିଥିବା ବେଳେ ଏବେ ମଙ୍କିପକ୍ସ ମହାମାରୀ ଏକ ବଡ ସମସ୍ୟା ପାଲଟିବ କି ସେନେଇ ଲୋକମାନେ ଚିନ୍ତିତ ରହିଛନ୍ତି।

Share