ପୃଥିବୀରେ ମଙ୍କିପକ୍ସ ମାମଲା ୭୦ ହଜାର ଟପିଲା, ସତର୍କ ସୂଚନା ଜାରି କଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୧୩।୧୦ : ସମଗ୍ର ବିଶ୍ୱରେ ମଙ୍କିପକ୍ସ ମାମଲା ରେ ବହୁତ ବୃଦ୍ଧି ଘଟିଛି । ବିଶ୍ୱ ସୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବିଶ୍ୱରେ ମଙ୍କିପକ୍ସ ସହ ଜଡିତ ମାମଲା ସଂଖ୍ୟା ୭୦ ହଜାର ଅତିକ୍ରମ କରିଛି। ଏହା ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି ଯେ ଆଗାମୀ ସମୟରେ ଏହି ଭୂତାଣୁ ଯୋଗୁଁ ସମଗ୍ର ବିଶ୍ୱକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ତେଣୁ ଲୋକମାନେ ସତର୍କତା ଅବଲମ୍ବନ କରିବା ଉଚିତ।

ସଂଗଠନ କହିଛି ଯେ ଗତ ସପ୍ତାହରେ ମଙ୍କିପକ୍ସ ମାମଲାରେ ବୃଦ୍ଧି ଘଟିଥିବା ଦେଶଗୁଡିକ ଆମେରିକୀୟ ମହାଦ୍ୱୀପର କିଛି ଦେଶ ଅନ୍ତର୍ଭୁକ୍ତ ଅଛନ୍ତି। ବିଶ୍ୱସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଆଧୋନୋମ ଘେବ୍ରେଏୟସସ ଏକ ଚେତାବନୀ ଦେଇ କହିଛନ୍ତି ଯେ ଯଦିଓ ବିଶ୍ୱରେ ମଙ୍କିପକ୍ସ ମାମଲାରେ ବିଗତ ଦିନରେ ହ୍ରାସ ଘଟିଛି ତେବେ ଏହା ଏହି ମହାମାରୀର ସବୁଠାରୁ ବିପଦପୂର୍ଣ୍ଣ ସମୟ ହୋଇପାରେ।

ସେ କହିଛନ୍ତି ଯେ ଏହି ସମୟରେ ବିଶ୍ୱରେ ମାମଲା ହ୍ରାସ ପାଉଥିବାବେଳେ ୨୧ ଟି ଦେଶରେ ଗତ ଏକ ସପ୍ତାହରେ ମାମଲା ବୃଦ୍ଧି ପାଇଛି। ବିଶେଷକରି ଆମେରିକୀୟ ମହାଦ୍ୱୀପରେ ଅବସ୍ଥିତ ଦେଶମାନଙ୍କରେ ଏଭଳି ସ୍ଥିତ ଦେଖିବାକୁ ମିଳିଛି। ଏଠାରେ ବିଶ୍ୱର ମୋଟ ମାମଲାର ୯୦ ପ୍ରତିଶତ ଆକ୍ରାନ୍ତ ଅଛନ୍ତି।

Share