ଭବାନୀପାଟଣାରେ ମାଙ୍କଡ଼ ଆତଙ୍କ ଜାରି

ଭବାନୀପାଟଣା,୪ା୧(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ପୁଣି ମାଙ୍କଡ଼ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ସହରର ଗୋଦାମପଡ଼ାରେ ଗୋଟିଏ ମାଙ୍କଡ଼ ପ୍ରାୟ ୧୫ ଜଣଙ୍କୁ ଆକ୍ରମଣ କରିଥିଲା। ଏଥିରେ ସମସ୍ତ ଆହତଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପରେ ବନବିଭାଗର ଆର୍‌ଆର୍‌ଟି (ରାପିଡ୍‌ ରେଶପନ୍ସ ଟିମ୍‌) ଅପରେଶନ ଆରମ୍ଭ କରି ଦୀର୍ଘ ୮ ଘଣ୍ଟା ପରେ ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି ଧରିବାରେ ସଫଳ ହୋଇଥିଲା। ମାଙ୍କଡ଼କୁ ନିକଟସ୍ଥ ଡ଼ଙ୍ଗରିରେ ଛଡା ଯାଇଥିଲା। ହେଲେ ଏହି ମାଙ୍କଡ଼ ଶୁକ୍ରବାର ସକାଳେ ପୁଣି ସହରକୁ ଆସି ଆତଙ୍କ ମଚାଇଛି। ସହରର ଧୋବାପଡ଼ା, ଚଞ୍ଚରାପଡ଼ା, ଆହାର କେନ୍ଦ୍ର, ଗାନ୍ଧୀ ଛକ, ଷ୍ଟେଚ୍ୟୁ ପଡ଼ାରେ ପ୍ରାୟ ୧୫ ଜଣଙ୍କୁ ଆକ୍ରମଣ କରିଥିବା ଏହି ମାଙ୍କଡ଼କୁ କାବୁ କରିବାରେ ଫେଲ ମାରିଛି ବନ ବିଭାଗ। ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର ଆର୍‌ଆର୍‌ଟି ଟିମ୍‌ ପହଞ୍ଚତ୍ଥିଲେ ମଧ୍ୟ ମାଙ୍କଡକୁ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଛି। ଫଳରେ ସହରରେ ଏବେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏ ନେଇ ଭବାନୀପାଟଣା ବାସିନ୍ଦା ଆଶ୍ୱିନ ଚନ୍ଦନ କହିଛନ୍ତି ଯେ, ଗତକାଲି ସହରର ଗୋଦାମପଡ଼ାରେ ମାଙ୍କଡ ଲୋକଙ୍କୁ ଆକ୍ରମଣ କରିଥିଲା। ବନ ବିଭାଗ ମାଙ୍କଡକୁ ଧରିଥିଲେ ମଧ୍ୟ ଦୂରରେ ଛାଡ଼ିବା ପରିବର୍ତ୍ତେ ସହର ନିକଟରେ ଛାଡି ଦେବା ଫଳର ଆଜି ମାଙ୍କଡ ସହରକୁ ଆସି ଲୋକଙ୍କୁ ଆକ୍ରମଣ କରିଛି। ଏଥିଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଙ୍ଗଲ କ୍ଷୟ ହେବା କାରଣରୁ ମାଙ୍କଡମାନେ ସହରକୁ ଖାଦ୍ୟ ପାଇଁ ଆସୁଛନ୍ତି। ଆଉ ସହରରେ ଲୋକେ ଖାଦ୍ୟ ଦେବା କାରଣରୁ ସେମାନେ ସହର ଛାଡ଼ି ଯାଉ ନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ୨ ଦିନରେ ମାଙ୍କଡ଼ ଆକ୍ରମଣରେ ୩୦ରୁ ଊଦ୍ଧର୍‌ବ ଲୋକ ଆହତ ହୋଇଥିବା ଜଣାପଡିଛି। ଖବର ଲେଖାହେବା ପର୍ଯ୍ୟନ୍ତ ମାଙ୍କଡ଼କୁ ଧରିବା ପାଇଁ ବନ ବିଭାଗର ଆର୍‌ଆର୍‌ଟି ଟିମ୍‌ ଅପରେଶନ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri