Categories: ଫୁରସତ

ଫୋନ୍‌ ରଖି ଶୋଇପଡ଼ିଥିଲେ ଛାତ୍ର, ମାଙ୍କଡ଼ ନେଇ କଲା ଏମିତି; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମାଲେସିଆର ଜଣେ ଛାତ୍ରଙ୍କ ଫୋନ୍‌ ହଜି ଯାଇଥିଲା। ଯଦିଓ ଫୋନ୍‌ଟି ମିଳିଥିଲା ତେବେ ଫୋନ୍‌ଟିକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଥିରେ ମାଙ୍କଡ଼ର ବହୁତ ସେଲ୍‌ଫି ଦେଖିବାକୁ ପାଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି।
ଏହା ଗତ ଶୁକ୍ରବାରର ଘଟଣା। ୨୦ ବର୍ଷୀୟ ଛାତ୍ର ରୋଡ୍‌ଜୀ ଫୋନ୍‌ ରଖି ଶୋଇ ପଡ଼ିଥିଲେ। ଉଠିବା ପରେ ଦେଖିଲେ ତାଙ୍କ ନିକଟରେ ଫୋନ୍‌ ନାହିଁ। ତେବେ ରବିବାର ଘର ପଛପଟେ ଥିବା ଜଙ୍ଗଲରେ ଡିଭାଇସ୍‌କୁ ଟ୍ରାକ୍‌ କରିଥିଲେ। ତାଙ୍କ ପିତା ତାଙ୍କୁ କଲ୍‌ କରିବାରୁ ଫୋନ୍‌ଟି ଜଙ୍ଗଲରେ ରିଙ୍ଗ୍‌ ହେଉଥିବା ଜାଣିବାକୁ ପାଇଥିଲେ। ପରେ ସେଠାକୁ ଯାଇ ଦେଖନ୍ତି ତ ଫୋନ୍‌ଟି ସେଠାରେ ପଡ଼ିଛି। ଫୋନ୍‌ଟିକୁ ଆଣିବା ପରେ ଦେଖିବାକୁ ପାଇଲେ ଏଥିରେ ଏକ ମାଙ୍କଡ଼ର ଶହ ଶହ ସେଲ୍‌ଫି ଆଉ ଭିଡିଓ ଥିଲା। ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ପରେ ତାଙ୍କର ଜଣେ ସାଙ୍ଗ ଏହି ଫଟୋଗୁଡ଼ିକୁ ଟୁଇଟରରେ ଶେୟାର କରିଥିଲେ। ୧୩ ସେପ୍ଟେମ୍ବରରେ ଶେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷରୁ ଅଧିକ ୟୁଜର ଦେଖିସାରିଲେଣି।

Share