Categories: ଫୁରସତ

ମହିଳାଙ୍କ କଥା ମାନି ଚଟାପଟ ପରିବା କାଟୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସାଧାରଣତଃ ମାଙ୍କଡ଼ମାନେ ମଣିଷଙ୍କୁ ହଇରାଣ କରିଥାନ୍ତି। ମାତ୍ର ଗୋଟିଏ ମାଙ୍କଡ଼ କିପରି ଘରେ ରହି ସବୁ କାମ କରୁଛି ତାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଏହି ମାଙ୍କଡ଼ଟି ଚଟାପଟ ପରିବା କାଟୁଥିବା ଦେଖିବାକୁ ମିଳିଛି। ଭିଡିଓ ଦେଖିଲେ ଲାଗୁଛି ମାଙ୍କଡ଼ଟି ଯେପରି ଘରକାମରେ ଧୂରନ୍ଧର।

ଭିଡିଓଟିକୁ ଆଇଆର୍‌ଏସ ଅମନ ପ୍ରୀତ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ଆମେ ଏଥିରୁ ଜାଣୁଛେ ମଣିଷ ଠାରୁ ମାଙ୍କଡ଼ ସବୁଠୁ ଅଧିକ କାମ କରିଥାନ୍ତି। ନାରୀ ଶକ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଜଣେ ମହିଳା ପରିବା କାଟୁଛନ୍ତି। ତାଙ୍କ ନିକଟରେ ମାଙ୍କଡ଼ଟି ବସିଛି। ମହିଳା ଜଣକ ଯେତେବେଳେ ମାଙ୍କଡ଼କୁ କିଛି ପରିବା ଦେଉଛନ୍ତି ସେ ଚଟାପଟ ସେଗୁଡ଼ିକୁ କାଟି ଦେଉଛି।

ଭିଡିଓଟି ଶେୟାର ହେବା ପରେ ବର୍ତ୍ତମାନ ସୁଦ୍ଧା ଏହାକୁ ୬ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଥିବା ବେଳେ ଲୋକେ ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ୟେ ସ୍ତ୍ରୀ,ସବୁକିଛି କରିପାରିବ।

Share