ମଙ୍କିପକ୍ସରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ

ଆବୁଜା, ୩୦ା୫: ନାଇଜେରିଆରେ ସଂକ୍ରାମକ ମଙ୍କିପକ୍ସ ରୋଗରେ ଚଳିତ ବର୍ଷର ପ୍ରଥମ ମୃତ୍ୟୁ ଘଟିଛି। ନାଇଜେରିଆ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ(ସିଡିସି) ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଏଥିସହ ଏଠାରେ ୨୧ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ୬୬ ଜଣ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ମଙ୍କିପକ୍ସରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ବୟସ ୪୦ବର୍ଷ ବୋଲି ଜଣାପଡ଼ିଛି। ସେ ଅନ୍ୟ ଜଟିଳ ରୋଗରେ ମଧ୍ୟ ପୀଡ଼ିତ ଥିବା ନେଇ ନାଇଜେରିଆ ସିଡିସି ପକ୍ଷରୁ କୁହାଯାଇଛି। ୨୦୧୭ ସେପ୍ଟେମ୍ବର ପରଠାରୁ ନାଇଜେରିଆରେ ମଙ୍କିପକ୍ଦ ନିୟନ୍ତ୍ରଣରେ ଥିଲା। ସେବେଠାରୁ ଦେଶରେ ଅନୂ୍ୟନ ୨୪୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁହାର ୩.୬% ରହିଛି ବୋଲି ସିଡିସି ପକ୍ଷରୁ କୁହାଯାଇଛି।

Share