ଫେରିଯିବ ଟଙ୍କା: ଏମ୍‌ପି, ବିଧାୟକଙ୍କ ଉଦ୍‌ବେଗ

ରାୟଗଡା ଅଫିସ/ରାୟଗଡ଼ା (ସ୍ବ.ପ୍ର.),୧୯।୪: ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଡିଏମ୍‌ଏଫ ଟ୍ରଷ୍ଟ ବୋର୍ଡ଼ର ୮ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣିଜ ସମ୍ପଦରେ ଭରା ରାୟଗଡାକୁ ମିଳୁଥିବା ଜିଲା ଖଣିଜ ପାଣ୍ଠି ଅନୁଦାନ ଖର୍ଚ୍ଚ ହୋଇ ପାରୁନାହିଁ। ଖଣି ପ୍ରଭାବିତ ଅଞ୍ଚଳରେ ମୌଳିକ ସମସ୍ୟାର ସମାଧାନ ହେଉ ନ ଥିବା ବେଳେ ବିକାଶକୁ ଗୁୁରୁତ୍ୱ ଦିଆଯାଉନି। ଅଣପ୍ରଭାବିତ ଅଞ୍ଚଳରେ ଏହାର ବହୁଳ ଖର୍ଚ୍ଚ କରାଯାଉଛି। ଏହାକୁ ନେଇ ବୈଠକ ଆରମ୍ଭରୁ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଏବଂ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଉଦବେଗ ପ୍ରକାଶ କରିଛନ୍ତି । ସେମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଖଣି ପ୍ରଭାବିତ ଅଞ୍ଚଳରେ ଡିଏମଏଫ ଫଣ୍ଡ ଖର୍ଚ୍ଚ ବାବଦ ତଥ୍ୟ ତଥା ସୂଚନା ଠିକ ଭାବେ ପ୍ରଦାନ କରାଯାଉ ନ ଥିବାରୁ ଏମ୍‌ପି, ବିଧାୟକ ଅସନ୍ତୋଷ ପ୍ରକାଶ କରିଥିଲେ ।
ଏପ୍ରିଲ ୧୭ ତାରିଖ ସୁଦ୍ଧା ୨୫୪କୋଟି ୩୭ ଲକ୍ଷ ୧୭ ହଜାର ୮୬୯ ଟଙ୍କା ଡିଏମଏଫ୍‌ ଅର୍ଥ ରାଶି ଜିଲାକୁ ହସ୍ତଗତ ହୋଇଥିବା ବେଳେ ସେଥିରୁ ୨୦୮ କୋଟି ୫ଲକ୍ଷ ୭୩ ହଜାର ୭୯୯ ଟଙ୍କା ଖର୍ଚ୍ଚ ହୋଇଥିବା ବୈଠକରେ ଉପସ୍ଥାପନା କରାଯାଇଥିଲା। ଜିଲାରେ ଖଣି ପ୍ରଭାବିତ ଅଞ୍ଚଳ କାଶୀପୁର ବ୍ଲକରେ ବିଶେଷ ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ। ଅନ୍ୟପଟେ ଗୁଣପୁର ଓ ବିଷମକଟକ ବ୍ଲକରେ ସର୍ବାଧିକ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି। କାଶୀପୁର ବ୍ଲକର ସର୍ବାଧିକ ଖଣି ପ୍ରଭାବିତ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ବୋର୍ଡ଼କୁ ବିଧାୟକ ତାଗିଦ କରି କହିଥିଲେ ା ୨୦୧୫-୧୬ ଆର୍ଥିକ ବର୍ଷରେ ୧୯ କୋଟି ୮ ୮ଲକ୍ଷ ୭୯ ହଜାର ୬୧୫ ଟଙ୍କା ଡିଏମଏଫ ଫଣ୍ଡ ଆସିଥିବା ବେଳେ ୨୦୨୨-୨୩ରେ ୫୯ କୋଟି ୫୨ ଲକ୍ଷ ୭୫ ହଜାର ୧୦୫ଟଙ୍କା ଆସିଥିବା ସୂଚନା ମିଳିଛି ା ଡିଏମଏଫ ଫଣ୍ଡ ମାଧ୍ୟମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ପ୍ରୋଜେକ୍ଟ ଆଦୃତ ହେଉଥିଲେ ସୁଦ୍ଧା ସମସ୍ତ କାର୍ଯ୍ୟ ସମୟରେ ଶେଷ ହେଉନଥିବା ଏବଂ ସମ୍ପୂର୍ଣ୍ଣ ଅର୍ଥ ରାଶି ଜିଲାର ବିକାଶରେ ନ ଲାଗି ଫେରିଯିବା ଘଟଣାକୁ ନେଇ ଏମ୍‌ପି ଏବଂ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି ା ଆଗାମୀ ଦିନରେ ପ୍ରାପ୍ତ ହେଉଥିବା ଡିଏମଏଫ ଫଣ୍ଡକୁ ଠିକ ମାର୍ଗରେ ବିନିଯୋଗ କରିବା ପାଇଁ ଜିଲାପାଳ ତଥା ଟ୍ରଷ୍ଟ ଅଧ୍ୟକ୍ଷାଙ୍କୁ ଉଭୟ ଏମ୍‌ପି ଉଲାକା ଓ ବିଧାୟକ ମୁଦୁଲି ଅବଗତ କରାଇଥିଲେ। ଜିଲାପାଳ ତଥା ଡିଏମଏଫ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷା ସ୍ବଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏମ୍‌ପି ଉଲାକା, ବିଧାୟକ ମୁଦୁଲି, ଟ୍ରଷ୍ଟି ସଭ୍ୟାସଭ୍ୟଙ୍କ ସମେତ ଅତିରିକ୍ତ ଜିଲାପାଳ ଧର୍ମାନନ୍ଦ ବେହେରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ସିଡିଏମଓ ଡାକ୍ତର ଲାଲମୋହନ ରାଉତରାଏ, ଜିଲା ପରିଷଦ ଫାଇନାନ୍ସ ଅଧିକାରୀ ରଶ୍ମିରଞ୍ଜନ ପରିଡା, ଜିଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ମିଶନ ର୍ନିର୍ବାହୀ ଅଧିକାରୀ ଚିତରଞ୍ଜନ ଜେନା, ଜିଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ଜିଲା ଯୋଜନା ଅଧିକାରୀଙ୍କ ସମେତ ଖଣି ପ୍ରଭାବିତ କୁଚେଇପଦର ସରପଞ୍ଚ ବଙ୍ଗାରି ଦିଶାରୀ,ପୋଡାପାଡି ସରପଞ୍ଚ ନୀଳାବତି ମାଣ୍ଡାଙ୍ଗି, ଚନ୍ଦ୍ରଗିିରି ସରପଞ୍ଚ ଚୁଆଦେଇ ମାଝି ଓ ଡେପୁଟି ଡାଇରେକ୍ଟର ମାଇନ୍ସ କୋରାପୁଟ ସେକ୍ସନ, ବିଧାୟକ ପ୍ରତିନିଧି ଦେବଗିରି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?